Site icon Odisha.com

ରାଜ୍ୟ ବିଜେପିରେ ଅନ୍ତଦ୍ୱର୍ନ୍ଦ ନାହିଁ-ରବିଶଙ୍କର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)-ରାଜ୍ୟ ବିଜେପିରେ କୌଣସି ବାଦ ବିବାଦ ନାହିଁ କି ଅନ୍ତଦ୍ୱର୍ନ୍ଦ ନାହିଁ ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ।

ଦଳର କିଛି ବରିଷ୍ଠ ନେତା ରାଜ୍ୟ ସଭାପତି ଶ୍ରୀ ଜୁଏଲ ଓରାମଙ୍କ ବିରୋଧରେ କେନ୍ଦ୍ରରେ ଆପତି କରିଥିଲେ ବୋଲି ସାମ୍ବାଦିକମାନଙ୍କର ଏକ ପ୍ରଶ୍ନରେ ସେ ଏହା କହିଛନ୍ତି । ତେବେ ଏ ସଂପର୍କରେ ରାଷ୍ଟ୍ରୀୟ ସଂପାଦକ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଘର କଥା ବାହାରେ ଆଲୋଚନା ହୁଏ ନାହିଁ ।

କଟକରେ ବିଜେପି ଲିଗାଲସେଲର ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେଉଅଛି । ଏଥିରେ ଯୋଗଦେବା ପାଇଁ ରବିଶଙ୍କର ପ୍ରସାଦ ଓଡିଶା ଆସିଛନ୍ତି । ଆଜି ସକାଳେ ଭୁବନେଶ୍ୱର ବିମାନ ବନ୍ଦରଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତରରେ ସେ ଉକ୍ତ ମନ୍ତବ୍ୟ ପ୍ରକାଶ କରିଥିଲେ ।

ଏମାନଙ୍କ ସହିତ ବିଜେପି ଲିଗାଲସେଲର ରାଷ୍ଟ୍ରୀୟ ଆବାହକ ରାଘବେନ୍ଦ୍ର ସିଂ,ଓଡିଶା ପ୍ରଭାରୀ ସନ୍ତୋଷ ଗଙ୍ଗୁଆର ପ୍ରମୁଖ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଓଡିଶା ଆସିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version