Site icon Odisha.com

ମହିଳା କମିଶନଙ୍କ ରିପୋର୍ଟ ବିଜେଡି ପ୍ରାୟୋଜିତ: ପ୍ୟାରିମୋହନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍)-ପୁରୀ ଜିଲ୍ଲା କଣାସ ସିଏଚସିର ଆୟୁଷ ଡାକ୍ତର ମାଧବୀଲତା ପ୍ରଧାନଙ୍କ ମୃତ୍ୟୁ ଘଟଣାରେ ମହିଳା କମିଶନ ଶୁକ୍ରବାର ଯେଉଁ ରିପୋର୍ଟ ସରକାରଙ୍କୁ ପ୍ରଦାନ କଲେ ତାହା ହେଉଛି ବିଜେଡି ପ୍ରାୟୋଜିତ ବୋଲି ବିଜେଡିରୁ ନିଲମ୍ବିତ ସାଂସଦ ପ୍ୟାରିମୋହନ ମହାପାତ୍ର ଅଭିଯୋଗ କରିଛନ୍ତି ।

ଓଡିଶା ଜନମୋର୍ଚ୍ଚା ମୁଖ୍ୟ ମହାପାତ୍ର କହିଛନ୍ତି ମହିଳା କମିଶନ ଉପର ଠାଉରିଆ ଭାବେ ତଦନ୍ତ କରିଛନ୍ତି । ସରକାରଙ୍କୁ ସୁହାଇଲା ଭଳି ରିପୋର୍ଟ ଦେଇଛନ୍ତି । ଏ ଘଟଣାକୁ ନେଇ ସେ କୋର୍ଟର ଆଶ୍ରୟ ନେବେ ।

ଏ ଘଟଣାରେ ପ୍ରତିକ୍ରୀୟା ପ୍ରକାଶକରି ବିଜେଡି ଉପସଭାପତି ଶ୍ରୀ ଦାମୋଦର ରାଉତ କହିଛନ୍ତି ବିଜେଡି ଦ୍ୱାରାକିଛି ପ୍ରାୟୋଜିତ ହୋଇନାହିଁ କି କେହି ତାଙ୍କୁ କିଛି କହି ନାହାଁନ୍ତି । କମିଶନ ନିଜ ଇଛାରେ ଯାଇଛନ୍ତି ଓ ତଦନ୍ତ କରି ରିପୋର୍ଟ ଦେଇଛନ୍ତି । ସେ ରିପୋର୍ଟକୁ ଆମେ ପରୀକ୍ଷା ନିରକ୍ଷା କରି ଦେଖୁଛୁ ବୋଲି ରାଉତ କହିଛନ୍ତି ।

ଏ ଘଟଣାକୁ ନେଇ ଆୟୁଷ ଡାକ୍ତର ସଂଘର କୋଷାଧ୍ୟକ୍ଷ ରାମକୃଷ୍ଣ ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ, ମାଧବୀଙ୍କ ବଦଳୀ ବେଆଇନ ଭାବେ ହୋଇଛି । ନିୟମ ଅନୁସାରେ ଜିଲ୍ଲା ଭିତରେ ଦୁଇ ଜଣ ଡାକ୍ତରଙ୍କ ସହମତି ଭିତିରେ ବଦଳି ହୋଇ ପାରିବେ । କିନ୍ତୁ ମାଧବୀଙ୍କ କ୍ଷେତ୍ରରେ ତାର ବ୍ୟତିକ୍ରମ ହୋଇଛି ।

ପ୍ରକୃତ ଦୋଷି କିଏ ତାକୁ ବାହାର କରାଯାଉ । ମାଧବୀଙ୍କ ଶବକୁ ପରିବାରକୁ ହସ୍ତାନ୍ତର କରାଯାଉ ଏବଂ କ୍ଷତିପୂରଣ ଦିଆଯାଉ ବା ପରିବାରରେ ଜଣକୁ ଚାକିରୀ ଦିଆଯାଉ ବୋଲି ସଂଘ ଦାବି କରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version