Site icon Odisha.com

ହାଇକୋର୍ଟର ନବ ନିର୍ମିତ ସୌଧ ଉଦ୍ଘାଟିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍)-ଓଡିଶା ହାଇକୋର୍ଟର ନବ ନିର୍ମିତ ସୌଧ ରବିବାର କଟକରେ ଉଦ୍ଘାଟିତ ହୋଇଛି । ଏହି ଆଠ ମହଲା ବିଶିଷ୍ଟ ସୌଧରେ ରହିଛି ଅତ୍ୟାଧୁନିକ ସୁବିଧା ।

ଶୀତତାପ ନିୟନ୍ତ୍ରିତ ଏହି ଶୌଧରେ ମୁଖ୍ୟ ବିଚାରପତିଙ୍କ ଅଦାଲତ ସମେତ ରହିଛି ୨୩ଟି ଅଦାଲତ । ସମସ୍ତ ବିଚାରପତିଙ୍କ ଚାମ୍ବର,ରେଜିଷ୍ଟାରଙ୍କ ଚାମ୍ବର ତାହା ସହ କନ୍ଫରେନ୍ସ ହଲ ରହିଛି । ଏଥିସହ ୯୨ଟି ସ୍ଥାନରେ ସିସିଟିଭି ଖଞ୍ଜା ଯାଇଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଅଲଟମସ କବୀର ଓ ଓଡଶାର ରାଜ୍ୟପାଳ ଶ୍ରୀ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଏହାକୁ ଉଦ୍ଘାଟନ କରିଛନ୍ତି ।

୧୯୪୮ ମସିହା ଜୁଲାଇ ୨୬ ତାରିଖରେ ପାଟଣା ହାଇକୋର୍ଟ ଠାରୁ ଅଲଗା ହୋଇ କଟକରେ ସ୍ଥାପିତ ହୋଇଥିଲା ଓଡିଶା ହାଇକୋର୍ଟ । ଏହାପରେ ବଢି ଚାଲିଲା ମାମଲା ଏବଂ ତାହାସହ ଆଇନଜୀବିଙ୍କ ସଂଖ୍ୟା । ସୀମିତ ପରିସିମା ଭିତରେ ୬୪ ବର୍ଷର ପୁରୁଣା କୋଠାରେ ଚାଲୁଥିବା ହାଇକୋର୍ଟରେ ବିଭିନ୍ନ ସମସ୍ୟା ଉପୁଜିଥିଲା । ସେଥିପାଇଁ ନିର୍ମାଣ ହେଲା ନୂତନ ସୌଧ ।

ଏହି ଉଦ୍ଘାଟନ ଉତ୍ସବରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version