Site icon Odisha.com

ଅଖିଳ ଭାରତୀୟ ଅଧିବେଶନରେ ଓଡିଶାରୁ ୯୦ ଜଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍)-ଅଖିଳ ଭାରତୀୟ ଇତିହାସ ଯୋଜନା ତରଫରୁ ଆୟୋଜିତ ନବମ ରାଷ୍ଟ୍ରୀୟ ଅଧିବେଶନ ଗୋଆଲିୟର ଠାରେ ଶୁକ୍ର,ଶନି ଓ ରବିବାର ତିନିଦିନ ଧରି ଅନୁଷ୍ଠିତ ହୋଇ ଯାଇଛି ।

ଏଥିରେ ଓଡିଶାରୁ ପ୍ରଫେସର ନାରାୟଣ ରାଓ, ଡ.ମଦନମୋହନ ମହାପାତ୍ର, ଡ.ସିଦ୍ଧେଶ୍ୱର ଜେନା, ଡ.ଭାଗବତ ତ୍ରିପାଠୀ, ଡ.ସନ୍ତୋଷ ମିତ୍ର, ଡ.ଭାରତୀ ପାଲ ପ୍ରମୁଖ ୯୦ ଜଣ ବିଦ୍ୱାନ ଭାରତୀୟ ଇତିହାସ ସଂକଳନ ସମିତିର ଅଧ୍ୟକ୍ଷ ଡ.ଦଧିବାବନ ମିଶ୍ରଙ୍କ ନେତୃତ୍ୱରେ ଯୋଗଦାନ କରିଥିଲେ ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ମୋହନରାଓ ଭାଗବତ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉକ୍ତ ଅଧିବେଶନର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

“ଭାରତୀୟ ଜାତୀୟତା -ଅତୀତରୁ ବତ ର୍ମାନ” ଶୀର୍ଷକ ଆଲୋଚନା ଚକ୍ରରେ ପ୍ରାୟ ୪୧୬ଟି ଉଚ୍ଚ କୋଟିର ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନ କରାଯାଇଥିଲା । ସେଥିମଧ୍ୟରୁ ଓଡିଶାରୁ ୨୫ଟି ନିବନ୍ଧ ପାଠ କରାଯାଇଥିଲା ।

ଓଡିଶାର ପ୍ରତିନିଧି ଦଳ ଗୋଆଲିୟର ଦର୍ଶନ ପରେ ଝାନ୍ସି ରାଣୀ ଲକ୍ଷ୍ମୀବାଇ ଦୁର୍ଗ, ଖଜୁରାଓ, ଚିତ୍ରକୁଟ ଓ ପ୍ରୟାଗତୀର୍ଥ ଭ୍ରମଣକରି ପ୍ରତ୍ୟାବର୍ତନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version