Site icon Odisha.com

ପୋଲିସ -ମାଓବାଦୀ ଗୁଳିବିନିମୟ,୫ ମାଓବାଦୀଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଗଜପତି,ନଭେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍)-ଗଜପତି ଜିଲ୍ଲା ମୋହନାଠାରେ ପୋଲିସ -ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଘଟଣାରେ ୫ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଏସ୍ଓଜି ଜବାନ ଆହତ ହୋଇଛନ୍ତି କିନ୍ତୁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ଖସି ଯାଇଛନ୍ତି ।

ଡିଭିଏଫ ଓ ଏସ୍ଓଜିର ମିଳିତ ଅପରେସନକୁ ଏକ ସଫଳତା ମିଳିଛି । ଏ ଘଟଣାପରେ ରାଜ୍ୟ ପୋଲିସର ମନୋବଳ ବଢିଛି ବୋଲି ବହୁ ବୁଦ୍ଧିଜୀବି ମତ ଦେଇଛନ୍ତି ।

ଗୋବିନ୍ଦପୁର ପଞ୍ଚାୟତର ଭାଲିଆଗୁଡା ଠାରେ ଏହି ଏଗୁଳିବିନିମୟ ହୋଇଥିଲା । ଆଜି ଦିନ ୧୦.୩୦ ମିନିଟ୍ ସମୟରେ ଏହି ଘଟଣା ଘଟିଥିଲା । ଏଙ୍କାଉଣ୍ଟରର ପରେ ଘଟଣାସ୍ଥଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି ।

ଗଞ୍ଜାମ ଏସ୍ପି ଆଶିଷ ସିଂଙ୍କ କହିବା ଅନୁସାରେ ମାଓବାଦୀଙ୍କର ଏହି ଦଳରେ ସବ୍ୟସାଚୀ ପଣ୍ଡା ନେତୃତ୍ୱ ନେଉଥିଲେ । ତେବେ ସେ ଖସିଯାଇଥିଲେ ମଧ୍ୟ ଆହତ ହୋଇଥାଇ ପାରନ୍ତି । ଘଟଣାସ୍ଥଳରୁ ୫ ଜଣ ମାଓବାଦୀଙ୍କର ଶବ ମିଳିଛି ।

ଡିଭିଏଫ ଓ ଏସ୍ଓଜି ପକ୍ଷରୁ ବର୍ତମାନ ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦିକରି ଖାନତଲାସି ଜାରିରହିଛି । ଏହି ଘଟଣା ବେଳେ ମାଓବାଦୀଙ୍କ ସଂଖ୍ୟା ଅଧିକ ଥିଲା । ଅନ୍ୟ ମାଓବାଦୀମାନେ ମଧ୍ୟ ଖସି ଚାଲିଯାଇଛନ୍ତି ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

ଓଡ଼ିଶା ଡ଼ଟ୍ କମ୍

Exit mobile version