Site icon Odisha.com

ମାଓବାଦୀଙ୍କୁ ଧରିବା ପାଇଁ ପୋଷ୍ଟର ମାରିଲା ପୋଲିସ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଗଜପତି,ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍)-ମାଓଦମନ ଅଭିଯାନରେ ଗଞ୍ଜାମ ଓ ଗଜପତି ପୁଲିସକୁ ବଡଧରଣର ସଫଳତା ମିଳିବା ପରେ ବଂଶଧାର ଓ ଘୁମୁସର ଡିଭିଜନର ୬ ଜଣ କ୍ୟାଡର ମାଓବାଦୀଙ୍କ ଫଟୋ ସମ୍ବଳିତ ପୋଷ୍ଟର ଜାରି କରିଛି ଗଜପତି ପୋଲିସ ।

ଏହି ମାଓବାଦୀମାନେ ହେଲେ ଅରୁଣା, କ୍ରୀଷ୍ଣା, ଆନ୍ଦ୍ରୀୟ ମାଝି, ପ୍ରମୋଦ ମାଝି, ପ୍ରତାପ ନାୟକ ଓ ପମି ନାୟକ । ଏମାନଙ୍କୁ ଧରାଇଦେଲେ ପୁରସ୍କାର ପ୍ରଦାନ କରାଯିବ । ସୂଚନାଦାତାଙ୍କ ନାମ ଗୋପନ ରଖାଯିବ ବୋଲି ପୋଲିସ କହିଛି ।

ଏନ୍କାଉଣ୍ଟରରେ ପ୍ରାଣ ହରାଇଥିବା ୫ ମାଓବାଦୀମାନଙ୍କ ମୃତଦେହକୁ ମୋହନା ଡାକ୍ତରଖାନାରୁ ବ୍ରହ୍ମପୁର ବଡ ମେଡିକାଲକୁ ଅଣା ଯାଇଛି । ଏଠାରେ ତାଙ୍କ ଶବର ବ୍ୟବଚ୍ଛେଦ କରାଯିବ । ସରକରୀ ଭାବେ ଏମାନଙ୍କ ପରିଚୟ ଘୋଷଣା କରାଯାଇ ନାହିଁ । ମୃତ ପରିବାରର ଲୋକେ ତାଙ୍କୁ ଚିହ୍ନଟ କରିବା ପରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଏହି ୫ ଜଣ ନୟାଗଡ ଆକ୍ରମଣରେ ସବ୍ୟସାଚୀଙ୍କ ସହିତ ଥିଲେ ବୋଲି ପୋଲିସ କହିଛି ।

ଗଂଜାମ ଏସିପି ଙ୍କ ନିକଟରେ ଆଜି ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛି । ତା ନାମ ହେଉଛି ସୁମିତ୍ରା । ଘର ଗୋଛା ଗାଁ ରେ । ସେ ଘୁମସର ଡିଭିଜନରେ କ୍ୟାଡର ମାଓବାଦୀ ଭାବେ କାମ କରୁଥିଲା ।

ଓଡିଶା ଡଟ୍ କମ୍

Exit mobile version