Site icon Odisha.com

ମୁହଁ ଖୋଲିଲେ ସବ୍ୟସାଚୀ,ଆମର କିଛି କ୍ଷତି ହୋଇନାହିଁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଗଜପତି,ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍)-ଏନକାଉଣ୍ଟର ପରେ ମୁହଁ ଖୋଲିଲେ ଓଡିଶା ମାଓବାଦୀ ପାର୍ଟିର ସଚିବ ସୁନୀଲ ଓରଫ ସବ୍ୟସାଚୀ ପଣ୍ଡା । ତାଙ୍କୁ ଧରିବା ପାଇଁ ପୋଲିସ ଯୋରଦାର ଉଦ୍ୟମ ଚଳାଇଥିବା ବେଳେ ସେ ଏକ ଅଡିଓ ଟେପ୍ ଜାରି କରିଛନ୍ତି ।

ଭାଲିଆଗୁଡା ଏନ୍କାଉଣ୍ଟରକୁ ସେ ଏକ ଗଣହତ୍ୟାବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଏଥିରେ ତାଙ୍କ ଦଳର କୌଣସି ସଦସ୍ୟଙ୍କ କ୍ଷତି ନହୋଇଥିଲେ ବି ପୋଲିସ ଗୁଳିରେ ସାଧାରଣ ଜନତା ପ୍ରାଣ ହରାଇଛନ୍ତି । ସେମାନଙ୍କୁ ମିଛ ବର୍ଦ୍ଧି ପିନ୍ଧାଇ ମାଓବାଦୀ ଆଖ୍ୟା ଦିଆଯାଇଛି ।

ତାଙ୍କ ଆହତ ଖବର ସଂପୂର୍ଣ୍ଣ ମିଥ୍ୟା । ଭାଲିଆଗୁଡା ଗଣହତ୍ୟା ପ୍ରତିବାଦରେ ଆସନ୍ତା ୨୦ ତାରିଖରେ ଓଡିଶା ବନ୍ଦ କରାଯିବ ବୋଲି ଅଡିଓ ଟେପ୍ ରେ ସାବ୍ୟସାଚୀ କହିଛନ୍ତି । ଏଥିରେ ମୃତ ଲୋକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ସେ ଦାବି କରିଛନ୍ତି ।

ଆଜି ପୋଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି ସବ୍ୟସାଚୀକୁ ନଧରିବା ପର୍ଯ୍ୟନ୍ତ କମ୍ବିଂ ଅପରେସନ ଜାରି ରହିବ । ସେଥିପାଇଁ ଗଞ୍ଜାମ, ଗଜପତି ଓ କନ୍ଧମାଳ ପୁଲିସ ତାଙ୍କୁ ଧରିବା ପାଇଁ କମ୍ବିଂ ଅପରେସନକୁ ଜୋରଦାର କରିଛି । ମିଳିଥିବା ସୂଚନା ଅନୁଯାୟୀ ଅପରେସନ ସବ୍ୟସାଚୀ କାର୍ଯ୍ୟକ୍ରମ ଆହୁରି ପୁଲିସ ପକ୍ଷରୁ ଜୋରଦାର କରି ଦିଆଯାଇଛି ।

ଏକାଧିକ ଦଳରେ ଏସଓଜି, ଡିଭିଏଫ ଓ ସିଆରପିଏଫ ବାହିନୀ ତିନିପଟୁ କମ୍ବିଂ ଏବଂ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି । କନ୍ଧମାଳ, ଗଜପତି ଓ ଗଞ୍ଜାମ ସୀମାନ୍ତ ଅଞ୍ଚଳର ଜଙ୍ଗଲ ମଧ୍ୟରେ ସବ୍ୟସାଚୀ ଆତ୍ମଗୋପନ କରିଥିବା ଆଶଙ୍କା କରି ପୁଲିସ ବାହିନୀ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଛନ୍ତି ।

ସବ୍ୟସାଚୀଙ୍କୁ ଠାବ କରିବା ପାଇଁ ଆକାଶ ମାର୍ଗରୁ ମଧ୍ୟ ହେଲିକପ୍ଟର ଯୋଗେ ପୁଲିସ ପଇଁତରା ମାରୁଥିବା ଜଣାପଡିଛି । ଶହଶହ ଜବାନ ଜଙ୍ଗଲ ମଧ୍ୟରେ ସବ୍ୟସାଚୀଙ୍କୁ ଖୋଜୁଛନ୍ତି । ସେ ଆହତ ହୋଇଥିବା ସନ୍ଦେହ କରାଯାଉଥିବାରୁ ଏହି ତିନି ଜିଲାର ସୀମାନ୍ତ ଡାକ୍ତରଖାନାଗୁଡିକ ଉପରେ ପୁଲିସ ପକ୍ଷରୁ କଡା ନଜର ମଧ୍ୟ ରଖାଯାଇଛି ।

ସେହିପରି ତିନି ଜିଲାର ସୀମାନ୍ତ ପଥକୁ ମଧ୍ୟ ପୁଲିସ ସିଲ କରି ଦେଇଛି ।ରାଜ୍ୟ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ ତାଲିକାର ଶୀର୍ଷରେ ରହିଛନ୍ତି ସବ୍ୟସାଚୀ ।

ଓଡ଼ିଶା ଡ଼ଟ୍ କମ୍

Exit mobile version