Site icon Odisha.com

ଭିଜିଲାନ୍ସ ଜାଲରେ ଏକ୍ସାଇଜି ଡେପୁଟି କମିଶନର

ଓଡିଶା ଡଟ୍ କମ୍ ସଂବାଦଦାତା

ଭୁବନେଶ୍ୱର,ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍)- ମାତ୍ର କିଛି ବର୍ଷର ଚାକିରି ଭିତରେ ଆୟ କରିଛନ୍ତି କୋଟି କୋଟି ଟଙ୍କା । ଆୟବର୍ହିଭୁତ ଟଙ୍କା ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଏକ୍ସାଇଜି ବିଭାଗର ଜଣେ ଡେପୁଟି କମିଶନର । ସେ ହେଲେ ଦୁଇ କୋଟି ଟଙ୍କାର ମାଲିକ ଦିଲ୍ଲୀପ ନାଗ ।

ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଆଜି ତାଙ୍କ ଘରୁ ନଗଦ ୨୮ ଲକ୍ଷ ଓ ଲକରରୁ ୧୯ ଲକ୍ଷ ଟଙ୍କା ଜବତ କରିଛନ୍ତି । ଏହା ବାଦ ମିଳିଛି ବହୁ କୋଟି ଟଙ୍କାର ଅଚଳାଚଳ ସଂପତି ।

୨୧ ବିଡା ହଜାର ଟଙ୍କିଆ,୧୪ ବିଡା ପାଞ୍ଚଶହ ଟଙ୍କିଆ ଏବଂ ଦୁଇ ବିଡା ଶହେ ଟଙ୍କିଆ । ତା’ସହ ଦେଢ କେଜି ସୁନା । ଯାହାର ମୂଲ୍ୟ ହେବ ୪୫ ଲକ୍ଷ ଟଙ୍କା । ଏଥିସହିତ ୪ଟି ବ୍ୟାଙ୍କ ଆକାଉଣ୍ଟରେ ଛଅ ଲକ୍ଷ ଟଙ୍କାର ଡିପୋଜିଟ୍ ।

ଭୁବନେଶ୍ୱରର ଜାଗମରା ସ୍ଥିତ ସିଟି ବିହାରରେ ରହିଛି ତିନିତାଲା କୋଠା ଘର,ଡୁମୁଡୁମାରେ ଡିପ୍ଲେକ୍ସ ଓ ଲକ୍ଜିର କାର ଏବଂ ଦୁଇଟି ଲକର । ଏସବୁ ମିଳିଛି କଟକ ସ୍ଥିତ ଏକ୍ସାଇଜ କମିଶନର ଦିଲିପ କୁମାର ନାଗଙ୍କ ଘରୁ । ଆୟ ବର୍ହିଭୁତ ସଂପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ସେଲ ଚଢଉ କରି ଏସବୁ ଜବତ କରିଛି ।

ଓଡିଶା ଡଟ୍ କମ୍

Exit mobile version