Site icon Odisha.com

ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ : ପାସ୍ ହାର ୩୧.୩୫ ପ୍ରତିଶତ

ଓଡିଶା ଡଟ୍ କମ୍ ସଂବାଦଦାତା

କଟକ,ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍)- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷାରେ ପାସ୍ ହାର ରହିଛି ୩୧.୩୫ ପ୍ରତିଶତ । ଏକ୍ସ ରେଗୁଲାର ପାସ୍ ହାର ୩୫.୪୩ ପ୍ରତିଶତ ରହିଛି । ଢେଙ୍କାନାଳରେ ପାସ୍ ହାର ସର୍ବାଧିକ ୫୩.୯୬ ପ୍ରତିଶତ । ନୂଆପଡା ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ୮.୯୪ ପ୍ରିତିଶତ ରହିଛି ।

ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ରବିନାରାୟଣ ନନ୍ଦ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଥିଲେ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଆସନ୍ତା ବର୍ଷ ଫେବୃୟାରୀ ୨୦ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏଥିପାଇଁ ରାଜ୍ୟ ସରକାର ଓ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ମୋଟ ୧୯୧୯୯ ଜଣ ପରୀକ୍ଷାର୍ଥି ପାସ କରିଛନ୍ତି । ପ୍ରଥମ ଶ୍ରେଣୀରେ ୨୦୩ ଜଣ ପାସ୍ କରିଥିବା ବେଳେ, ଦ୍ୱୀତିୟ ଶ୍ରେଣୀରେ ୧୧୦୮ ଜଣ , ତୃତୀୟ ଶ୍ରେଣୀରେ ୧୫,୦୧୦ପାସ୍ କରିଛନ୍ତି । ସେହିପରି କଂପାର୍ଟମେ।ଲରେ ୨୮୧୪ ଜଣ ପାସ୍ କରିଛନ୍ତି ।

ସେଥି ମଧ୍ୟରୁ ପୁଅ ୧୦,୧୨୫ ଜଣ ଏବଂ ଝିଅ ୯୦୭୪ ଜଣ ପାସ୍ କରିଛନ୍ତି । ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ସମେତ ୫ଟି ଜୋନ୍ରେ ସକାଳ ୯ଟାରେ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ପୂର୍ବଭଳି ପୁସ୍ତିକା ଆକାରରେ ଫଳ ପ୍ରକାଶ ପାଇଛି ।

ଏଥିସହିତ ଇଣ୍ଟେନେଟ ମଧ୍ୟ ଫଳ ଉପଲବ୍ଧ ହୋଇଛି । ତେବେ ରେଗୁଲାର ପରୀକ୍ଷାପରି ଏଥର କେବଳ ଇଣ୍ଟରନେଟରେ ଫଳ ପ୍ରକାଶ କରାନଯାଇ ପୁସ୍ତିକା ପ୍ରକାଶ ପାଇଛି ।

ଚଳିତ ବର୍ଷ ୫୪ହଜାର ୩୮୭ ଜଣ ରେଗୁଲାର ଏବଂ ୧୨ ହଜାର ୧୫୮ଜଣ ଏକ୍ସ ରେଗୁଲାର ମୋଟ୍ ୬୬ ହଜାର ୫୪୫ ଜଣ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ରାଜ୍ୟର ୨୭୭ଟି କେନ୍ଦ୍ରରେ ରେଗୁଲାର ଏବଂ ୮୯ଟି କେନ୍ଦ୍ରରେ ଏକ୍ସରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ବିଭିନ୍ନ କେନ୍ଦ୍ରକୁ ପ୍ରଶ୍ନପତ୍ର ବିତରଣ କରିବା ଲାଗି ୧୦୯ଟି ନୋଡାଲ୍ ସେଂଟରରେ ପ୍ରଶ୍ନପତ୍ର ରଖାଯାଇଥିଲା ବେଳେ ଏହି ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସର ସହାୟତା ବୋର୍ଡ ପକ୍ଷରୁ ଲୋଡ଼ାଯାଇଥିଲା । ସେହିପରି ୩୮୪ଟି ଓଡ଼ିଆ ବିଷୟ ହଜିଥିବା ପ୍ରଶ୍ନପତ୍ର ମିଳିବା ପରେ ସେଗୁଡିକୁ ବୋର୍ଡ କାର୍ଯ୍ୟାଳୟରେ ଦେଖାଯାଇଥିଲା ।

ଓଡିଶା ଡଟ୍ କମ୍

Exit mobile version