Site icon Odisha.com

ଅଙ୍ଗନୱାଡି ଶିଶୁ ମୃତ୍ୟୁ ମାମଲାରେ କ୍ଷତି ପୁରଣ ନିର୍ଦ୍ଦେଶ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ,ନଭେମ୍ବର ୨୦,(ଓଡିଶା ଡଟ୍ କମ୍)- ନୟାଗଡ ଜିଲ୍ଲା ରଣପୁର ଅଙ୍ଗନୱାଡି କେନ୍ଦ୍ରରେ କାନ୍ଥ ଭୁଷୁଡି ୭ ଜଣ ଶିଶୁଙ୍କ ମୃତ୍ୟୁ ଘଟଣାରେ ହାଇକୋର୍ଟ ରାୟ ପ୍ରକାଶ ପାଇଛି । ମୃତ ଶିଶୁଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କା କ୍ଷତି ପୁରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୪ ସପ୍ତାହ ମଧ୍ୟରେ କ୍ଷତି ପୁରଣ ଦେବା ସହ ଆହତଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବାକୁ କୋର୍ଟ କହିଛନ୍ତି । ଦୋଷିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଓ ଏପରି ଘଟଣାର ଯେପରି ପୁନରାବୃତି ନଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ କୋର୍ଟ ତାଗିଦ୍ କରିଛନ୍ତି ।

ଗତ ଜୁଲାଇ ୯ତାରିଖରେ ସୁଆଁସିଆ ନେଳିଆ ସ୍କୁଲରେ ସୁଆଁସିଆ ସାହି ଏବଂ କଦମ୍ବସାହି ଅଙ୍ଗନବାଡି କେନ୍ଦ୍ରର କାନ୍ଥପଡି ୭ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ତୁରନ୍ତ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଥିଲା ଓ ପରେ ସୁପରଭାଇଜର ନିଲମ୍ବିତ ହୋଇଥିଲେ ।

ଜିଲାପାଳ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ବିଦ୍ୟାଳୟ ଗୃହ ବିପଦସଂକୁଳ ଥିବା ଘଟଣା ପ୍ରଶାସନ ଜାଣିଥିବା ସ୍ୱୀକାର କରିିଥିଲେ । ଏହି ଘଟଣାର ପ୍ରାୟ ଦେଢ ମାସ ପରେ ସିଡିପିଓ ନିଲମ୍ବିତ ହୋଇଥିଲେ । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସିଡିପିଓ ସୌଦାମିନୀ ମିଶ୍ରଙ୍କୁ ନିଲମ୍ବନ ପାଇଁ ଜିଲାପାଳଙ୍କୁ ଲେଖିବାପରେ ନୟାଗଡ ଜିଲାପାଳ ସିଡିପିଓଙ୍କୁ ନିଲମ୍ବିତ କରିିଥିଲେ ।

ଓଡିଶା ଡଟ୍ କମ୍

Exit mobile version