Site icon Odisha.com

ଡିଜାୟର୍ସ ଅଫ୍ ଦି ହାର୍ଟ : ହଲିଉଡ ଚଳଚ୍ଚିତ୍ର ଓ ଓଡିଆ ନିର୍ମାତା

ଓଡିଶା ଡଟ୍ କମ୍ ସଂବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୩,(ଓଡିଶା ଡଟ୍ କମ୍) ଓଡିଶାର ଅନେକ ସଫଳ ବ୍ୟକ୍ତିତ୍ୱ ଏବେ ବିଶ୍ୱ ଦରବାରରେ ନିଜର ସ୍ୱାତନ୍ତ୍ର୍ୟ ଜାହିର କରି ରାଜ୍ୟପାଇଁ ଗୈାରବ ଆଣୁଛନ୍ତି ।

ସେହିଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ସଲିଲା ପରିଡା ଯେ କି “ଡିଜାୟର୍ସ ଅଫ ଦି ହାର୍ଟ” ଶୀର୍ଷକ ଏକ ହଲିଉଡ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି । ପୁନର୍ଜନ୍ମ ଉପରେ ପର୍ଯ୍ୟବେସିତ ଏହା ହେଉଛି ଭିନ୍ନ ଏକ ପ୍ରେମ କାହାଣୀ ।

ଏହି ଚଳଚ୍ଚିତ୍ରର ନିର୍ଦେଶକ ଜେମ୍ସ କିକ୍ ଲାଇଟର ଅନେକ ଆନ୍ତର୍ଜାତୀୟ ପୁରସ୍କାର ହାସଲ କରିଥିବା ବେଳେ ରେଡ କାର୍ପେଟ, ଚେଜ୍, ଆପାର୍ଟମେଂଟ ତଥା ଭୱଣ୍ଡର ଭଳି ସିନେମା ଭେଟି ଦେଇଥିବା ରାଜେଶ ରାଠି ଭାରତରେ ସହ ନିର୍ଦେଶନା କରୁଛନ୍ତି ।

ସେହିପରି ନିଜେ ସଲିଲା ପରିଡା ଏହି ଫିଲ୍ମର କ୍ରିଏଟିଭ୍ ନିର୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ବ୍ରୁସ୍ କେସ୍ଲିଙ୍ଗ ସଂଗୀତ, ଆନ୍ଥୋନୀ ଗିରେରୋ ଏଡିଟିଂ ଓ ଟିମ୍ ଗିଲ୍ କ୍ୟାମେରା ଦାୟୀତ୍ୱନିର୍ବାହ କରିଥିଲେ ।

ହଲିଉଡ ଅଭିନେତା ଭାଲ ଲରେନ୍ ଓ ଆଲିସିଆ ମିନ୍ସେଙ୍କ ସହ ଏହି ଚଳଚ୍ଚିତ୍ରରେ ବଲିଉଡର ଗୁଲସନ୍ ଗ୍ରୋଭର ଓ ଜାତୀୟ ଚଳଚ୍ଚିତ୍ର ଆୱାର୍ଡୀ ଅଭିନେତା ହର୍ଷ ମେୟର ଏଥିରେ ପ୍ରମୁଖ ଭୁମିକାରେ ଅଛନ୍ତି । ସେହିପରି ଆଉ ଜଣେ ଓଡିଆ ପୁଅ ଜିତେନ୍ଦ୍ର ମିଶ୍ର ଯେକି ଆଇ ଆମ୍ କାଲାମର ଆସୋସିଏଟ ପ୍ରଡ୍ୟୁସର ଥିଲେ ସେ ଏହି ଚଳଚ୍ଚିତ୍ରରେ ମଧ୍ୟ ସେହି ଦାୟୀତ୍ୱ ନିଭାଇଛନ୍ତି ।

୫ସପ୍ତାହର ମୋଟ ସୂଟିଙ୍ଗ ଇତିମଧ୍ୟରେ ଶେଷ ହୋଇଛି । ଚଳଚ୍ଚିତ୍ରର ପ୍ରଥମ ଭାଗଟି ଆମେରିକାର ସାଭାନାରେ ସୁଟିଙ୍ଗ ହୋଇଥିବା ବେଳେ ବାକିତକ ରାଜସ୍ଥାନର ବିକାନେରଠାରେ ସୁଟିଙ୍ଗ ହୋଇଛି । ଏହି ଚଳଚ୍ଚିତ୍ରକୁ ବର୍ଲିନ୍ ଚଳଚ୍ଚିତ୍ର ମହୋତ୍ସବକୁ ଏହି ସିନେମାକୁ ପଠାଇବାକୁ ପ୍ରଯୋଜକ ଯୋଜନା କରୁଥିବା ବେଳେ ଏପ୍ରିଲ ୨୦୧୩ ରେ ଏହାକୁ ରିଲିଜ କରାଯିବ ବୋଲି ସ୍ଥିର କରାଯାଇଛି ।

ସଲିଲା ପରିଡା, ଡିଓଟିଏଚ୍ ଏଣ୍ଟରଟେନମେଣ୍ଟ ର ପ୍ରତିଷ୍ଠାତା ଜଣେ ବହୁପ୍ରତିଭାଶାଳୀ ବ୍ୟକ୍ତିତ୍ୱ । ସେ ଅର୍ଥନୀତିର ଜଣେ ଛାତ୍ରୀ ତେବେ ସେ ହଲିଉଡ ଫିଲ୍ୱ ଇନଷ୍ଟିଚ୍ୟୁଟରୁ ନିର୍ଦେଶନା ଓ ପ୍ରଡକ୍ସନ୍ ପାଠ୍ୟକ୍ରମ ସହ ଲଣ୍ଡନରୁ ଫ୍ୟାସନ ଡିଜାଇନିଂ ମଧ୍ୟ କରିଛନ୍ତି ।

ସେ ଏଯାବତ୍ କବିର ବେଦୀ, ପୁଜା ବେଦୀ ଙ୍କ ସହ କାମ କରୁଛନ୍ତି । ପରିଡାଙ୍କର ଏହା ୪ର୍ଥ ଭେଂଚର । ସେ ଭବିଷ୍ୟତରେ ହଲିଉଡ ଓ ବଲିଉଡ କଳାକାରଙ୍କୁ ନେଇ ଏକ ଚଳଚ୍ଚିତ୍ରରେ କାମ କରିବାର ସ୍ୱପ୍ନ ଦେଖନ୍ତି । ହଲିଉଡ ଚଳଚ୍ଚିତ୍ର ପ୍ରଯୋଜନାରେ ସେ ପ୍ରଥମ ଓଡିଆ ।

ଓଡିଶା ଡଟ୍ କମ୍

Exit mobile version