Site icon Odisha.com

ନୂଆ ଫରମାଟ୍ ରେ ହେବ ମାଟ୍ରିକ ପରୀକ୍ଷା

ଓଡିଶା ଡଟ୍ କମ୍ ସଂବାଦଦାତା

କଟକ ,ନଭେମ୍ବର ୨୩,(ଓଡିଶା ଡଟ୍ କମ୍) ବିଦ୍ୟାଳୟ ଶିକ୍ଷାଦାନ ବ୍ୟବସ୍ଥାରେ ପରିବର୍ତନ ସହ ମାଟ୍ରିକ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିଛନ୍ତି ସରକାର । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ବିଶେଷଜ୍ଞଙ୍କ ପରାମର୍ଶ ନେବା ପରେ କହିଛନ୍ତି ନୂଆ ଫରମାଟ୍ ରେ ହେବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଗୋଟିଏ ଖାତାରେ ହିଁ ରହିବ ପ୍ରଶ୍ନ ଓ ଉତ୍ତର ।

ଗଣଶିକ୍ଷାମନ୍ତ୍ରୀ ରବିନାରାୟଣ ନନ୍ଦ କହିଛନ୍ତି ସବୁ ବିଷୟରେ ଏହି ବିଷୟ ଲାଗୁ କରିବାକୁ ବୋର୍ଡ କତୃପକ୍ଷ ନିସ୍ପତି ନେଇଛନ୍ତି । ପୂର୍ବରୁ ମାତ୍ର ୪ଟି ବିଷୟରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ବୋର୍ଡ କତୃପକ୍ଷ କହିଥିଲେ । ଏହି ବିଷୟରେ କୌଣସି ସ୍ପଷ୍ଟ ସୂଚନା ନଥିବାରୁ ପିଲା ଓ ଅବିଭାବକମାନଙ୍କ ମନରେ ଦ୍ୱନ୍ଦ ଦେଖାଦେଇଥିଲା ।

ଆସନ୍ତା ଫେବୃୟାରୀରେ ପରୀକ୍ଷା କରିବା ପାଇଁ ବୋର୍ଡ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଚାଲିଛି । ଏଥିରେ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । ସଂସ୍କୃତ ମଧ୍ୟାମା ପରୀକ୍ଷା ପାଇଁ ମଧ୍ୟ ସମାନ ବ୍ୟବସ୍ଥା ରହିବ ।

ଅବଜେଟିଭ ଟାଇପ ଉତ୍ତର ଲେଖିବା ପାଇଁ ୨୦ ପ୍ରତିଶତ ଅଧିକ ଜାଗା ରହିବ ପରୀକ୍ଷା ଖାତାରେ । ଏହା ସହ ଗଣିତ ଓ ଅନ୍ୟାନ୍ୟ ଗୁରୁତ୍ୱ ପୂର୍ଣ୍ଣ ବିଷୟ ପାଇଁ ଶେଷ ଦୁଇ ପୃଷ୍ଠାରେ ସାଧା କାଗଜ ଯୋଡି ହୋଇ ରହିବ । ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ଏହି ଖାତା ଯୋଗାଇ ଦିଆଯିବ ।

ଓଡିଶା ଡଟ୍ କମ୍

Exit mobile version