ଓଡିଶା ଡଟ୍ କମ୍ ସମ୍ବାଦଦାତା
ବ୍ରହ୍ମପୁର,ନଭେମ୍ବର ୨୭(ଓଡିଶା ଡଟ୍ କମ୍)-ଗଂଜାମ ପୋଲିସ ନିକଟରେ ମଙ୍ଗଳବାର ଦିନ ପୁଣି ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଦୁଇ ମହିଳା ଅନ୍ତର୍ଭୁକ୍ତ । ସମସ୍ତଙ୍କ ଘର ଅବିଭକ୍ତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବୋଲି ପୋଲିସ କହିଛି ।
ଗଞ୍ଜାମ ଏସ୍ପି ଆଶିଷ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଚଳିତମାସ ୧୪ ତାରିଖରେ ସଂଘଟିତ ଭାଲିଆଗୁଡା ଏନ୍କାଉଣ୍ଟର ପରେ ଏହା ହେଉଛି ତୃତୀୟ ଆତ୍ମସମର୍ପଣ ।
ପୋଲିସର ସୂଚନା ଅନୁଯାୟୀ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ଲଛମନ୍ ରାଇକ ଓରଫ ପାଟୁ,ମମିତା ଗମାଙ୍ଗ ଓରଫ ମଞ୍ଜୁଳା ଓ ଇଷ୍ଟର ରାଇକା ଓରଫ ମମତା । ପାଟୁ ମାଓବାଦୀଙ୍କ ନାଟ ଦଳର ନେତୃତ୍ୱ ନେଉଥିଲା ।
ତାର ଘର ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଖଇରାମାହା ପଞ୍ଚାୟତ ତୁଡୁପଙ୍କା ଗ୍ରାମରେ । ମଞ୍ଜୁଳା ଓ ମମତାଙ୍କ ଘର ଗଂଜାମ ଜିଲ୍ଲା ବଡଗଡ ଥାନା ସାହାବା ପଞ୍ଚାୟତ ପାଟଶାଳା ଗାଁରେ ।
ପୋଲିସ କହିଛି ଏ ସମସ୍ତ ମାଓବାଦୀମାନେ ହେଉଛନ୍ତି ସବ୍ୟସାଚୀଙ୍କ ମାଓବାଦୀ ଦଳର କ୍ୟାଡର ।
ଓଡିଶା ଡଟ୍ କମ୍
Leave a Reply