Site icon Odisha.com

ଭ୍ରଷ୍ଟାଚାରମୁକ୍ତ ଭାରତ ଗଠନ ପାଇଁ ଆନ୍ନାଙ୍କ ଆହ୍ୱାନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୯(ଓଡିଶା ଡଟ୍ କମ୍)-ଅରବିନ୍ଦ କେଜିରୱାଲଙ୍କୁ ଆନ୍ନାଙ୍କ ସର୍ତ ମୂଳକ ସମର୍ଥନ । କେଜିରୱାଲାଙ୍କ ପାର୍ଟିରେ ଭଲ ପ୍ରାର୍ଥୀଥିଲେ ସେ ପ୍ରଚାର କରିବାକୁ ଯିବେ । ଦୁର୍ନୀତି ପାଇଁ ସଦାସର୍ବଦା ଲଢେଇ କରିବା ସହିତ ଭ୍ରଷ୍ଟାଚାର ମୁକ୍ତ ଭାରତ ଗଠନ ଲକ୍ଷ ବୋଲି ଓଡିଶାକୁ ତିନି ଦିନିଆ ଗସ୍ତରେ ଆସି ଆଜି ଏହା କହିଛନ୍ତି ସମାଜସେବୀ ଆନ୍ନା ହଜାରେ ।

ଫଟୋ : ଅରବିନ୍ଦ ମହାପାତ୍ର

ଓଡିଶାକୁ ତିନିଦିନିଆ ଗସ୍ତରେ ଆସି ଗୁରୁବାର ଦିନ ଭୁବନେଶ୍ୱରରେ ପହଞ୍ଚିଥିଲେ ସମାଜସେବୀ ଆନ୍ନା ହଜାରେ । ଆନ୍ନାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଦିନ ୧.୩୦ ମିନିଟି ସମୟରେ ବ୍ୟାପକ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିମାନବନ୍ଦରରୁ ଆନ୍ନାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଇଥିଲା ରାଷ୍ଟ୍ରଭାଷା ପ୍ରଚାର ସମିତି ପଡିଆକୁ ।

ଏଠାରେ ଅନୁଷ୍ଠିତ ସାଧାରଣ ସଭାରେ ଆନ୍ନା କହିଲେ କେଜିରୱାଲା ଓ ତାଙ୍କ ରାସ୍ତା ଅଲଗା । କିନ୍ତୁ ଲକ୍ଷ୍ୟ ଏକ । କୃଷକମାନେ ଏଠାରେ ହାଡଭଙ୍ଗା ପରିଶ୍ରମ କରୁଛନ୍ତି । ତାଙ୍କର କିଛି ପରିବର୍ତନ ହେଉନାହିଁ । ଚାଷୀଙ୍କ ସମସ୍ତ ପରିଶ୍ରମର ଫାଇଦା ଦଲାଲ ନେଉଛନ୍ତି ।

ବଡବଡ ବିଲଡିଙ୍ଗକରି ଆଜି ସେମାନେ ବସିଛନ୍ତି ବୋଲି ଆନ୍ନା କହିଛନ୍ତି । ଶିକ୍ଷାକ୍ଷେତ୍ରରେ ଆଜି ଗରିବ ପିଲା ଉଚ୍ଚଶିକ୍ଷା ନେଇ ପାରୁନାହିଁ । ଉଚ୍ଚଶିକ୍ଷାରେ ନିଆଯାଉଥିବା ଡୋନେସନ ନିନ୍ଦନୀୟ ବୋଲି ସେ ପ୍ରକାଶ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version