Site icon Odisha.com

ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇବ ଜନମୋର୍ଚ୍ଚା-ପ୍ୟାରୀ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୩୦(ଓଡିଶା ଡଟ୍ କମ୍)-ଆସନ୍ତା ୨୦୧୪ ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇବ ଜନମୋର୍ଚ୍ଚା । ଏକଥା ଆଜି ସ୍ପଷ୍ଟ କରିଛନ୍ତି ମୋର୍ଚାର ଅଧ୍ୟକ୍ଷ ପ୍ୟାରୀମୋହନ ମହାପାତ୍ର ।

ପ୍ୟାରୀ କହିଛନ୍ତି ଦୁଇ ମାସରେ ୨୦ ବର୍ଷର ଯୁବକ ପାଲଟିଛି ଜନମୋର୍ଚ୍ଚା । ଏହି ସ୍ରୋତରେ ବର୍ତମାନ ଏତେ ଲୋକ ମିଶିଲେଣି ଯାହାକି କର୍ମୀଙ୍କ ସଂଖ୍ୟା ୨ ଲକ୍ଷରୁ ଉର୍ଦ୍ଧ । ଏହାପରେ ପ୍ରତିମାସରେ ତିନିଚାରି ଲକ୍ଷ ଲେଖାଏଁ ବୃଦ୍ଧି ପାଇବ । ଆସନ୍ତା ଏପ୍ରୀଲ ମାସସୁଦ୍ଧା ମୋର୍ଚ୍ଚାର କର୍ମୀ ସଂଖ୍ୟା ୨୦ରୁ ୨୫ ଲକ୍ଷ ଟପିଯିବ ।

ବିଜେଡିର ଯେଉଁ ପିରାମିଡ ଅଛି ତା ଉପରେ ବସିଥିବା ସଭାପତି ତାଙ୍କ କ୍ଷମତା ହରାଇ ବସିଛନ୍ତି । ସେ ପିରାମିଡର ଯଦି ତଳୁ ଖସିଗଲା ସେ ପିରାମିଡ ତ ଭୁସୁଡିବ । ଆଉ ଭୁସୁଡି ପଡିବ ନବୀନଙ୍କ ପିରାମିଡ । ଯଦି ବିଜେଡି ବାଟକୁ ନଆସେ ତେବେ ଅସଲ ବିଜେଡି ପାଲଟିବ ଜନମୋର୍ଚ୍ଚା ।

ନିର୍ବାଚନରେ ମୋର୍ଚ୍ଚା ପକ୍ଷରୁ ପ୍ରାର୍ଥି ଦିଆଯିବ। ସେମାନେ ହେବେ ପ୍ରକୃତ ବିଜେଡି ପ୍ରାର୍ଥି । ଯଦି ସେ ନିର୍ବାଚନ କମିଶନରଙ୍କ ନିକଟରେ ନିଜର ସ୍ଥିତି ବଜାୟ ରଖନ୍ତି ତାହେଲେ ଜନମୋର୍ଚ୍ଚା ରାଜନୈତିକ ଦଳ ହୋଇ ନିର୍ବାଚନରେ ପ୍ରତିଦୋନ୍ଦିତା କରିବ ।

ସେ ତାତ୍ସଲ୍ୟ କରିକହିଛନ୍ତି ଯେ, ମୋର୍ଚ୍ଚା କିମ୍ବା ତାଙ୍କୁ ରୋକିବାପାଇଁ ନବୀନଙ୍କ ନିକଟରେ ବୁଦ୍ଧି ନାହିଁ । କୌଣସି ଜାଗାରେ ଘେରି ପାରିବେ ନାହିଁ । ମୋର୍ଚ୍ଚା ପକ୍ଷରୁ ଜାରି ରହିଛି କର୍ମୀ ସଂଗ୍ରହ ଅଭିଯାନ । ରାଜ୍ୟସ୍ତରୀୟ ଯୁବ ସଂଗଠନ ମଧ୍ୟ ଗଠନ କରାଯାଇଛି ।

ପ୍ୟାରୀ ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କୁ ବିଜେଡିରୁ ବହିଷ୍କାର କରିବାକୁ ନିସ୍ପତି ନେବାପରେ ରାଜ୍ୟ ସରକାର ତାଙ୍କ ସହ ସଂପର୍କ ରଖିଥିବା ବ୍ୟକ୍ତି ବିଶେଷଙ୍କର ଫୋନ ଟ୍ୟାପିଂ କରିଛନ୍ତି ।

ସେ କହିଛନ୍ତି ୨୦୦୮ ଡିସେମ୍ବର ପର୍ଯ୍ୟନ୍ତ ଫୋନ ଟ୍ୟାପିଂ ସଂଖ୍ୟା କମ୍ ଥିବାବେଳେ ତା ପରଠାରୁ ଏହି ପରିମାଣ ଅଧିକ ହୋଇଛି । ବିଶେଷକରି ତାଙ୍କୁ ବିଜେଡିରୁ ବାହାର କରିବାକୁ ନିସ୍ପତି ନିଆଯିବାପରେ ୪ ହଜାରରୁ ଅଧିକ ଫୋନ ଟ୍ୟାପିଂ କରାଯାଇଛିା ଏ ସମୟରେ ନିର୍ଦିଷ୍ଟ ଭାବେ କେତେକଣ ଫୋନ ଟ୍ୟାପିଂ ହୋଇଛି ତାର ତାଲିକା ଦେବାକୁ ଦାବି କରିଛନ୍ତି ପ୍ୟାରୀ ମୋହନ ।

ଓଡିଶା ଡଟ୍ କମ୍

Exit mobile version