• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବୋଇତ ବନ୍ଦାଣ ପାଇଁ ଦିଲ୍ଲୀହାଟରେ ଲୋକଙ୍କ ଭିଡ଼

November 30, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତ

ନୂଆଦିଲ୍ଲୀ, ନଭେମ୍ବର ୩୦ ( ଓଡିଶା ଡଟ୍ କମ୍)-କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଦିଲ୍ଲୀର ସାଂସୃତିକ ଅନୁଷ୍ଠାନ ଓଡ଼ିଆ ପୁଅ ତରଫରୁ ନୂଆଦିଲ୍ଲୀରେ ଅବସ୍ଥିତ ଦିଲ୍ଲୀହାଟରେ ଆୟୋଜିତ ରଙ୍ଗାରଙ୍ଗ ସାଂସୃତିକ କାର୍ଯ୍ୟକ୍ରମରେ ଶହସ୍ରାଧିକ ଲୋକଙ୍କର ଭିଡ଼ ଜମିଥିଲା ।

ବିଶେଷ କରି ଓଡ଼ିଶାର ଲୋକନୃତ୍ୟ ଜରିଆରେ ଓଡ଼ିଶାର କଳା ସଂସୃତି ଓ ଲୋକ ନୃତ୍ୟ ତଥା ଦେଶ ବିଦେଶରେ ଓଡ଼ିଆ ସାଧବ ପୁଅ ବଣିଜ ବେପାରର ଇତି କଥାକୁ ଆକର୍ଷଣୀୟ ଭାବରେ ଉପସ୍ଥାପିତ କରାଯାଇଥିବାରୁ ଦୀର୍ଘ ସମୟ ଧରି ଦର୍ଶକମାନେ ବାନ୍ଧି ହୋଇ ରହିଥିଲେ ।

ଉଦ୍ଘାଟନ କରି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଧର୍ମଗୁରୁ ଚନ୍ଦ୍ରଭାନୁ ଶତପଥୀ ଓଡ଼ିଶା ସଂସୃତିର ମହନୀୟତା ଓ ଦେଶ ଗଠନରେ ଏହାର ପ୍ରଜୁର୍ଯ୍ୟତା ବିଷୟରେ ସୁଚନା ଦେଇଥିଲେ ।

ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ, ମହାନଦୀ କୋଇଲା କଂପାନୀ ଓ ଇନ୍ ଲଜିଷ୍ଟିକ୍ କଂପାନୀଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରୀ ନିକଟସ୍ଥ ରଘୁରାଜ ପୁରର “ଅଭିନ୍ନ ସୁନ୍ଦର ଗୋଟିପୁଅ ପରିଷଦ” ସାଂସୃତିକ ଅନୁଷ୍ଠାନର ପନ୍ଦର ଜଣ କଳାକାର ଗୋଟିପୁଅ, ଘଣ୍ଟମର୍ଦଳ, ପହଣ୍ଡିବିଜେ “ସଂଗୀତ ସାଧନା” ସାଂସୃତିକ ଅନୁଷ୍ଠାନର ପନ୍ଦର ଜଣ କଳାକାର ରସରକେଲି, ଡାଲ୍ଖାଇ, ଭାଇଜଉନ୍ତିଆ ଆଦି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଏହି ଉତ୍ସବରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୨୦୧୧ ବାର୍ଷିକ ବର୍ଷ ପାଇଁ ଡ. ପ୍ରସନ୍ନ କୁମାର ମହାନ୍ତି, ଦେବୀ ପ୍ରସାଦ ଦାଶ ଏବଂ ୨୦୧୨ ବାର୍ଷିକ ବର୍ଷ ପାଇଁ ସିନେମା ନିର୍ମାତା ତଥା ନିଦେ୍ର୍ଧଶକ ନୀଳ ମାଧବ ପଣ୍ଡା, ମାନସ ଶଙ୍କର ରାୟ ଏବଂ ବିମଳ ପ୍ରସାଦ ଶର୍ମାଙ୍କୁ “ଓଡ଼ିଆ ପୁଅ” ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ଏହି ଉତ୍ସବରେ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ବରିଷ୍ଠ ପ୍ରଶାସକ ନୀଳମାଧବ ମହାନ୍ତି, ଡ. ଅରୁଣ କୁମାର ରଥ, ରବିନାରାୟଣ ଦାସ, ଆୟକର ଆୟୁକ୍ତ ଦେବେନ୍ଦ୍ର ନାରାୟଣ କର, ମହାନଦୀ କାଇଲା କଂପାନୀର ବିତ୍ତ ନିଦେ୍ର୍ଧଶକ କୁଳମଣି ବିଶ୍ୱାଳ, ମହାନଦୀ କାଇଲା କଂପାନୀର ନିର୍ଦ୍ଦେର୍ଶକ ଏମ୍. ଶ୍ରୀଧରନ୍, ଦିଲ୍ଲୀ ଓଡ଼ିଆ ସାମ୍ବାଦିକ ସଂଘର ସଭାପତି ତଥା ସମାଜର ପ୍ରତିନିଧି କିଶୋର ଦ୍ୱିବେଦୀ ଉପସ୍ଥିତ ଥିଲେ ।

ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ପାଫ୍ୱାର ଗ୍ରୀଡ୍ କର୍ପୋରେସନ୍ ର ନିର୍ଦ୍ଦେଶକ ବିଶ୍ୱରଂଜନ ମିଶ୍ର, ସେଣ୍ଟାଲ୍ ୱେୟାର ହାଉସିଂ କର୍ପୋରେସନ୍ ର ମହାନିର୍ଦ୍ଦେର୍ଶକ ବିଭୁତି ଭୁଷଣ ପଟ୍ଟନାୟକ, ପଲ୍ଲୀବାଣୀର ସଂପାଦକ ରାମଚନ୍ଦ୍ର ନାଥ, ଚିତ୍ରଶିଳ୍ପୀ ଡ. ଦିଲ୍ଲୀପ ତ୍ରିପାଠୀ, ଧରତ୍ରୀ ପ୍ରତିନିଧି ନିଗମାନନ୍ଦ ପୃଷ୍ଟି, ବିଲ୍ଡ ଇଂଡିଆ ଗୃପ୍ର ସଭାପତି ବିରଜା ମହାପାତ୍ର, ପ୍ରଶାସକ ମାଧବ ଚନ୍ଦ୍ର ମହାପାତ୍ର ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଆୟୋଜକ ଓଡ଼ିଆ ପୁଅର ସଂପାଦକ ଶ୍ୟାମସୁନ୍ଦର ସାହୁ ଶେଷରେ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବୋଇତ ବନ୍ଦାଣ, ସାମ୍ବାଦିକ ସଂଘ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version