Site icon Odisha.com

ପ୍ରତିଶୃତି ନରଖିଲେ ନେତାଙ୍କୁ ଭୋଟ ଦିଅନାହିଁ- ଆନ୍ନା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧(ଓଡିଶା ଡଟ୍ କମ୍)-ଲୋକପାଳ ବିଲ୍ ଆଣିବା ପାଇଁ ପ୍ରତିଶୃତି ଦେଇ ପାଳନ ନକଲେ ନେତାଙ୍କୁ ଆଉ ଭୋଟ ଦିଅନାହିଁ କି କ୍ଷମତାକୁ ଆଣନାହିଁ ବୋଲି କହିଛନ୍ତି ଆନ୍ନା ହଜାରେ ।

ଶନିବାର ଦିନ ରାଜ୍ୟ ଅତିଥିଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ହଜାରେ କହିଛନ୍ତି ଯେ,ତାଙ୍କ ଲଢ଼େଇ କେବଳ ଜନ ଲୋକପାଳ ବିଲରେ ସୀମିତ ତାହା ନୁହେଁ ।

ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରିବା ପର୍ଯ୍ୟନ୍ତ ସେ ଲଢ଼ିବେ । ଦେଶର ଉନ୍ନତି କରିବାକୁ ହେବ । କେନ୍ଦ୍ର ସରକାର ଯେଉଁ ଜନଲୋକପାଳ ବିଲ ଆଣିଛନ୍ତି ତାହା ଅସଂପୂର୍ଣ । ଯଦି ପୂର୍ଣ୍ଣ ଜନ ଲୋକପାଳ ବିଲ ଆସେ ତେବେ ଦେଶରୁ ୬୫ ପ୍ରତିଶତ ଭ୍ରଷ୍ଟାଚାର ହଟିଯିବ ।

ସେ କହିଲେ ବାହାର ଦେଶରୁ ଯେତେ କଂପାନୀ ଆସୁଛନ୍ତି ସମସ୍ତେ ପରିବେଶକୁ ନଷ୍ଟ କରୁଛନ୍ତି । ଦେଶର ଖଣିଜ ସମ୍ପଦକୁ ଲୁୁୁୁଟୁ କରିବାକୁ ବହୁ ବିଦେଶୀ କମ୍ପାନୀ ଏ ଦେଶକୁ ଆସୁଛନ୍ତି । ସରକାର ସେହି କମ୍ପାନୀମାନଙ୍କ ପାଇଁ କୃଷକଙ୍କଠାରୁ ଜମି ଲୁଟୁଛନ୍ତି । ବିଦେଶୀ କମ୍ପାନୀମାନେ ଆମ ଖଣି, ଆମ ପାଣି ବ୍ୟବହାର କରି ଆମ ପାଣିପବନକୁ ପ୍ରଦୂଷିତ କରି କୋଟିକୋଟି ଟଙ୍କା ନେଇ ଯାଉଛନ୍ତି ।

ଏଫ୍ଡିଆଇକୁ ଚାଷୀମାନେ ବିରୋଧ କରିବା ଉଚିତ୍ । ବିଦେଶୀ କଂପାନୀମାନେ ଏ ଦେଶର ଅର୍ଥନୀତିକୁ ଶୋଷଣ କରିବେ । ଆମରି ଜିନିଷରୁ ଫାଇଦା ହାସଲ କରିବେ ।

ଦୁର୍ନୀତି ଯୋଗୁ ଦେଶର ଉନ୍ନତି ହେଉ ନାହିଁ । ଏହା ଯୋଗୁ ଦରଦାମ ବଢି ଯାଉଛି । ସାଧାରଣ ଜନତା ଚଳିବା ଅସମ୍ଭବ ହୋଇ ପଡିଛି । ଏହି ଦୁର୍ନୀତିକୁ ହଟାଇବାପାଇଁ ପ୍ରଥମେ ଜନ ଲୋକପାଳ ବିଲ ଆଣିବା ଦରକାର ବୋଲି ଆନ୍ନା ପ୍ରକାଶ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version