Site icon Odisha.com

ସମବାୟ ସପ୍ତାହ ସମ୍ବନ୍ଧୀୟ ଆଲୋଚନା ଚକ୍ର

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨(ଓଡିଶା ଡଟ୍ କମ୍)-ସହକାର ଭାରତୀ, ଓଡିଶା ଆନୁକୂଲ୍ୟରେ ସମବାୟ ସପ୍ତାହର ତାତ୍ପର୍ଯ୍ୟ ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଭୁବନେଶ୍ୱର ସ୍ଥିତ ଓଡିଶା ସଚ୍ଚିବାଳୟ ସେବା ସଂଘ ଉଭନଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ।

ଏହି ଆଲୋଚନା ଚକ୍ରରେ ସମବାୟ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚ୍ଚିବ ଶାନ୍ତନୁ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡିଶାରେ ସମବାୟର ଅଗ୍ରଗତି ସମ୍ବନ୍ଧରେ ବିସ୍ତୁତ ସୂଚନା ପ୍ରଦାନ କରିଥିଲେ ।

ଏଥିରେ ମୁଖ୍ୟତଃ ଓଡିଶା ସ୍ୱୟଂ ସହାୟକ ସମବାୟ ଆଇନ୍ ରେ ଥିବା ସୁବିଧାର ଉପଯୋଗକରି ସମବାୟ ଆନ୍ଦୋଳନକୁ ସଫଳ କରିବା ପାଇଁ ମାର୍ଗଦର୍ଶନ କରିଥିଲେ ।

ଏହି ଆଲୋଚନା ଚକ୍ରରେ ସହକାର ଭାରତୀର ପ୍ରଦେଶ ସାଧାରଣ ସଂପାଦକ ପ୍ରହ୍ଲାଦ ମହାପାତ୍ର,ସହକାର ଭାରତୀର ପ୍ରତ୍ୟେକ୍ଷ ତତ୍ୱାବଧାନରେ ପରିଚାଳିତ ପ୍ରକଳ୍ପ ଗୁଡିକ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ପ୍ରଦେଶ ସଂଗଠନ ସଂପାଦକ କୃଷ୍ଣ ବଲ୍ଲଭ ସାହୁ ସମବାୟ କାର୍ଯ୍ୟକୁ ସାରା ରାଜ୍ୟରେ ବିସ୍ତାର କରିବା ପାଇଁ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ ।

ସହକାର ଭାରତୀର ଉପାଧ୍ୟକ୍ଷ ବିପ୍ରଚରଣ ତ୍ରିପାଠୀ ଓ ଅଶୋକ କୁମାର ମିଶ୍ର ସମବାୟ ସପ୍ତାହର ଉଦ୍ଦେଶ୍ୟ ଓ ସହକାର ଭାରତୀର କାର୍ଯ୍ୟ ସମ୍ବନ୍ଧରେ ମତାମତ ପ୍ରଦାନ କରିଥିଲେ ।

ଶେଷରେ ସଂଗଠନର ପ୍ରାନ୍ତୀୟ ଅଧ୍ୟକ୍ଷ ତଥା ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ସାହୁ ସହକାର ଭାରତୀ ହାତକୁ ନେଇଥିବା କାର୍ଯ୍ୟର ଅଗ୍ରଗତି ସଂପର୍କରେ ସନ୍ତୋଷ ବ୍ୟକ୍ତ କରିବା ସହିତ ଏହି କାମକୁ ସମଗ୍ର ରାଜ୍ୟରେ ବିସ୍ତାର କରିବା ପାଇଁ ପରାମର୍ଶ ଦେଇଥିଲେ ।

ଓଡିଶା ଡଟ୍ କମ୍

Exit mobile version