Site icon Odisha.com

ବନ୍ଦ ହେଲା ବେଦାନ୍ତ ଆଲୁମିନା ରିଫାଇନାରି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭବାନିପାଟଣା, ଡିସେମ୍ବର ୫(ଓଡିଶା ଡଟ୍ କମ୍)-ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନିୟମ ବିଶୋଧନାଗାର ବୁଧବାର ଠାରୁ ବନ୍ଦ ହୋଇଛି । ବକ୍ସାଇଟ ଅଭାବ କାରଣରୁ ଗତ ତିନିମାସ ଧରି ସୃଷ୍ଟି ହୋଇଥିବା ସଙ୍କଟରୁ କମ୍ପାନୀକୁ ଉଦ୍ଧାର କରିବା ଓ ଏହାକୁ ଚଳାଇ ରଖିବା ପାଇଁ କରାଯାଉଥିବା ସମସ୍ତ ଉଦ୍ୟମ ବିଫଳ ହେବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଏହାର ମୁଖ୍ୟ ପରିଚାଳନା ଅଧିକାରୀ ମୁକେଶ କୁମାର କହିଛନ୍ତି ।

ବେଦାନ୍ତର ମାଲିକ ଅନୀଲ ଅଗ୍ରୱାଲ, ସିଇଓ, କର୍ମଚାରୀ ଓ ସ୍ଥାନୀୟ ଜନତା କମ୍ପାନୀ ଚାଲୁ କରିବା ଦାବିରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲେ ଏବଂ ସରକାର ଏ ସମ୍ପର୍କରେ ଶୀଘ୍ର ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ।

ରାଜ୍ୟ ଖଣି ମନ୍ତ୍ରୀ ରଜନୀକାନ୍ତ ସିଂହ କହିଛନ୍ତି ଯେ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଓ ସେମାନଙ୍କ ନିଷ୍ପତି ଉପରେ ବେଦାନ୍ତର ଭାଗ୍ୟ ନିର୍ଭରକରେ । ମନ୍ତ୍ରୀସ୍ତରୀୟ ଗୋଷ୍ଠୀର ସୁପାରିଶ ମିଳିବା ପାଇଁ ଦୁଇ ବା ତିନି ମାସ ସମୟ ଲାଗିପାରେ ବୋଲି ସେ କହିଛନ୍ତି ।

ଗତ ତିନିଦିନ ହେଲା ପ୍ଳାଣ୍ଟ ଏହାର ପୂର୍ଣ୍ଣ କ୍ଷମତାର ମାତ୍ର ୨୦ପ୍ରତିଶତ କାର୍ଯ୍ୟକ୍ଷମ ଥିଲା । ପୂର୍ବରୁ ବେଦାନ୍ତ କର୍ତୃପକ୍ଷ ଡିସେମ୍ବର ୫ରୁ କମ୍ପାନୀ ବନ୍ଦ କରିବେ ବୋଲି ରାଜ୍ୟ ସରକାରଙ୍କୁ ସେପ୍ଟେମ୍ବର ମାସରେ ତିନିମାସିଆ ନୋଟିସ ଜାରି କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version