Site icon Odisha.com

ଅନିଶ୍ଚିତତା ମଧ୍ୟରେ ବେଦାନ୍ତ ଝାରସୁଗୁଡା ପ୍ରକଳ୍ପ କର୍ମଚାରୀ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଝାରସୁଗୁଡା, ଡିସେମ୍ବର ୬ (ଓଡିଶା ଡଟ୍ କମ୍)-କଞ୍ଚାମାଲ ଅଭାବରୁ ବେଦାନ୍ତ ତାର ଲାଞ୍ଜିଗଡରେ ଥିବା ଆଲୁମିନା ରିଫାଇନ କାରଖାନାକୁ ବନ୍ଦ କରିଦେଇଛି । ଝାରସୁଗୁଡାରେ ଥିବା କଂପାନୀର ଆଲୁମିନା ପ୍ରକଳ୍ପ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛି ବୋଲି ବେଦାନ୍ତର ଝାରସୁଗୁଡା ପ୍ରକଳ୍ପର ସିଓଓ ଅଭିଜିତ ପତି କହିଛନ୍ତି ।

ଆଲୁମିନା ଅଭାବରୁ ଝାରସୁଗଡାର ସଂପ୍ରସାରିତ ପ୍ଳାଣ୍ଟ ଚାଲୁ ହୋଇ ପାରୁନାହିଁ । ଲାଞ୍ଜିଗଡ କାରଖାନାରୁ ଝାରସୁଗୁଡା ପ୍ଳାଣ୍ଟକୁ ମାସକୁ ଆସୁଥିଲା ପ୍ରାୟ ୪୫ ହଜାର ମେଟ୍ରିକ ଟନ ଆଲୁମିନା । ବଳକା କଞ୍ଚାମାଲ ଆସୁଥିଲା ଅଷ୍ଟ୍ରେଲିଆ ଓ ନିୟୁଜଲାଣ୍ଡରୁ ।

ଲାଞ୍ଜିଗଡ କାରଖାନା ବନ୍ଦ ହୋଇଯିବାରୁ ଝାରସୁଗୁଡା ପ୍ଳାଣ୍ଟକୁ ଚଳେଇବା ସମ୍ଭବ ନୁହେଁ ବୋଲି କଂପାନୀ କହିଛି । ପ୍ରାୟ ୭ ବର୍ଷତଳେ ଆଲୁମିନା କାରଖାନା ନିର୍ମାଣ ଆରମ୍ଭ ହୋଇଥିଲା । ନିର୍ଦ୍ଧାରିତ ସମୟପୂର୍ବରୁ କାରଖାନାରୁ ଉତ୍ପାଦନ ଆରମ୍ଭ ହୋଇଥିଲା । ପ୍ଳାଣ୍ଟରୁ ବାର୍ଷିକ ୧.୬ ନିୟୁତ ମେଟ୍ରିକଟନ ଆଲୁମିନା ଉତ୍ପାଦନ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା ।

ପ୍ରଥମ ପ୍ଳାଣ୍ଟର ନିର୍ମାଣ କାମ ଶେଷ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଦ୍ୱୀତିୟ ପ୍ଳାଣ୍ଟ ନିର୍ମାଣ କାମ ସରିଆସିଥିଲା । ଲାଞ୍ଜିଗଡ କାରଖାନା ବନ୍ଦ ହୋଇ ଯିବାରୁ ଏହି ପ୍ରଥମ ପ୍ଳାଣ୍ଟ ଚଳେଇବା ଅସମ୍ଭବ ହୋଇ ପଡିଛି । ଫଳରେ ଚିନ୍ତାଗସ୍ତ ହୋଇଛନ୍ତି ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ସଂପୃକ୍ତ ଥିବା କର୍ମଚାରୀ ।

ରାଜ୍ୟ ସରକାରଙ୍କ ପକ୍ଷରୁ କଞ୍ଚାମାଲ ଯୋଗାଇ ଦିଆନଗଲେ କଂପାନୀରୁ କର୍ମଚାରୀ ଛଟେଇ ଆରମ୍ଭ ହେବ ବୋଲି କଂପାନୀ କତୃପକ୍ଷ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version