Site icon Odisha.com

ସାଇକେଲ ଯୋଜନା କମାଉଛି ସ୍କୁଲ ଡ୍ରପଆଉଟ୍ : ସରକାର

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୬(ଓଡିଶା ଡଟ୍ କମ୍ )-ସ୍କୁଲସ୍ତରରେ ଡ୍ରପଆଉଟ୍ ରୋକିବା ପାଇଁ ସରକାର ମାଗଣା ପୋଷାକ ଯୋଜନା ଆପଣାଇଛନ୍ତି ଓ ଏହାଦ୍ୱାରା ସ୍କୁଲରେ ଉପସ୍ଥାନ ସଂଖ୍ୟା ବଢାଇଛି ଗଣଶିକ୍ଷାମନ୍ତ୍ରୀ ରବିନାରାୟଣ ନନ୍ଦ ଗୁରୁବାର ଦିନ ବିଧାନ ସଭାରେ ପ୍ରକାଶ କରିଛନ୍ତି ।

ସମାନଭାବେ ଦଶମ ଶ୍ରେଣୀରେ ମାଗଣା ସାଇକେଲ ଦିଆଯିବା ଦ୍ୱାରାଡ୍ରପଆଉଟ କମିଛି ବୋଲି ଗଣଶିକ୍ଷାମନ୍ତ୍ରୀ ନନ୍ଦ ପ୍ରକାଶ କରିଛନ୍ତି ।

୨୦୧୧-୧୨ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ମାଗଣା ସାଇକେଲ ଯୋଜନାରେ ସରକାର ଏଯାବତ୍ ୧୯୩ କୋଟି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିରେ ୭ ଲକ୍ଷ ୩୪ ହଜାର ୬୯୨ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।

ସର୍ବଶିକ୍ଷା ଅଭିଯାନ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫି ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରାଯାଉନି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଦଳ ଏହାକୁ ଏକ ଭୋଟବ୍ୟାଙ୍କ ଯୋଜନା ବୋଲି ଅଭିହିତ କରିବା ସହ ଏହାକୁ ସବୁ ସ୍କୁଲ ଓ ସବୁ ଦଳଙ୍କ ପ୍ରତି କାର୍ଯ୍ୟକାରୀ କରାଇବାକୁ ଅନୁରୋଧ କରିଛନ୍ତି ।

ସ୍ୱାଧୀନ ବିଧାୟକ ପ୍ରତାପ ଷଡଙ୍ଗୀ, ପ୍ରଫୁଲ ମାଝି, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଭୀମସେନ ଚୌଧୁରୀ, ଦେବୀ ଚାନ୍ଦ, ପ୍ରମୋଦ କୁମାର ମଲ୍ଲିକ ଓ କନକ ବର୍ଦ୍ଧନ ସିଂଦେଓ ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version