• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ହାଣ୍ଡିଶାଳ ଉପରେ କେନ୍ଦ୍ର ଆକ୍ରମଣ କରିଛି-ବିଜେଡି

December 8, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୮(ଓଡିଶା ଡଟ୍କମ୍ )-କେନ୍ଦ୍ରର କଂଗ୍ରେସ ସରକାର ଆମ୍ ଆଦମୀଙ୍କ କଥା କହି ଭୋଟ ହାତେଇ ନେଉଥିବା ବେଳେ ରନ୍ଧନ ଗ୍ୟାସ ଉପରେ କଟକଣା ସୃଷ୍ଟି କହି ହାଣ୍ଡିଶାଳ ଉପରେ ଆକ୍ରମଣ କରିବାକୁ ପଛେଇ ନାହିଁ ବୋଲି ଶାସକ ବିଜେଡି ଦଳର ସଭ୍ୟମାନେ ବିଧାନସଭାରେ ଉଦ୍ବେଗ ପ୍ରକାଶ କରିଛନ୍ତି ।

ଧାନ ମଣ୍ଡି ଖୋଲିବା ଓ ଚାଷୀଙ୍କୁ ବୋନସ ପ୍ରଦାନ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବାକୁ ବିରୋଧୀ କଂଗ୍ରେସ ସଦସ୍ୟମାନେ ଦାବି କରିଥିବାବେଳେ ଗ୍ୟାସ ସିଲିଣ୍ଡର କଟକଣା ଉଠାଇବା ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଗୃହରେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣକରି ଏହାକୁ କେନ୍ଦ୍ରକୁ ପଠାଇବା ପାଇଁ ସରକାରୀ ଦଳର ସଦସ୍ୟମାନେ ଦାବି କରିଥିଲେ ।

ସମ୍ପ୍ରତି ଏହି ତିନିଟି ସମସ୍ୟା ରାଜ୍ୟର ଚାଷୀଙ୍କଠାରୁ ମହିଳାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗ୍ରାସ କରିଥିବାରୁ ସଦସ୍ୟମାନେ ଗୃହରେ ଉଦବେଗ ପ୍ରକାଶ କରିଥିଲେ । ଅରବିନ୍ଦ ଢାଲି କେନ୍ଦ୍ର ସରକାର ଦୁର୍ନୀତିଲବ୍ଧ ଧନକୁ ସବସିଡ଼ି ଆକାରରେ ଦେଇ ଗ୍ୟାସ ଯୋଗାଇବାକୁ କହିଥିଲେ ।

ସମୀରରଞ୍ଜନ ଦାଶ ଏହାକୁ ସମର୍ଥନ କରିଥିଲେ । ସିପ୍ରା ମଲ୍ଲିକ ଆମ ଆଦମୀଙ୍କ ସରକାର ବୋଲି ଦାବି କରୁଥିବା ୟୁପିଏ ସରକାର ଆତ୍ମସମୀକ୍ଷା କରିବାକୁ ଆହ୍ୱାନ ଦେଇଥିଲେ ।

କଂଗ୍ରେସର ଡଃ ପ୍ରଫୁଲ୍ଲ ମାଝି ମହାରାଷ୍ଟ୍ର, ଦିଲ୍ଲୀ ନିଜ ଆଡ଼ୁ ତିନିଟି ରିହାତି ସିଲିଣ୍ଡର ଯୋଗାଉଥିବାବେଳେ ଓଡ଼ିଶା ସରକାର କାହିଁକି ସେଭଳି କରୁନାହାନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ ।

ସରକାରୀ ଦଳ ସଦସ୍ୟ ଅନନ୍ତ ଦାସ ଗ୍ୟାସ ନଦେଲେ ଘରେ ସବୁଥାଇ ମଧ୍ୟ ରୋଷେଇ କରିହେବନି, ଅନାହାର ମୃତ୍ୟୁ ଆଶଙ୍କା ସୃଷ୍ଟିହେବ ବୋଲି ଦର୍ଶାଇଥିଲେ ।

ବିଜେଡ଼ି ବିଧାୟକ ଶାରଦାପ୍ରସାଦ ନାୟକ କେନ୍ଦ୍ର ସରକାର ଲୋକଙ୍କ ମୌଳିକ ଅଧିକାର ପ୍ରତି ଗୁରୁତ୍ୱ ଦେଉନଥିବା ଦର୍ଶାଇ ସ୍କୁଲଗୁଡ଼ିକୁ ରହାତି ଗ୍ୟାସ ସିଲିଣ୍ଡର ଯୋଗାଯାଉ ନଥିବା କହିଥିଲେ ।

ଶୂନ୍ୟକାଳରେ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ଆଲୋଚନା ଆରମ୍ଭକରି କଳାହାଣ୍ଡିରେ ଚାଷୀ ବନ୍ଦ ପାଳନ କରିଥିବାବେଳେ ଚାଷୀଙ୍କ ସମସ୍ୟା ପ୍ରତି ସରକାରଙ୍କ ନିଦ ଭାଙ୍ଗୁନି ବୋଲି ଅଭିଯୋଗ କରିଥିଲେ ।

ମଣ୍ଡିରେ ଧାନ ପଡ଼ିରହିଥିବାବେଳେ ଅଭାବୀ ବିକ୍ରି ଚାଲିଛି, ଚାଷୀଙ୍କୁ ବୀମା କିମ୍ବା ବୋନସ ମିଳୁନି, ଏଥିପ୍ରତି ବିଧାନସଭା ଚେତିବା ଦରକାର । ଏଥିପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବାକୁ ସେ ଦାବି କରିଥିଲେ । ତାଙ୍କ ଦଳର ରାଜେନ୍ଦ୍ର କୁମାର ଛତି୍ରଆ, ନବକିଶୋର ଦାସ, ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ଭୂପିନ୍ଦରଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ ।

ସରକାରୀ ଦଳର ଉପମୁଖ୍ୟ ସଚେତକ ସଞ୍ଜୟ ଦାସବର୍ମା କହିଥିଲେ ଯେ ଜନମଙ୍ଗଳକାରୀ ରାଷ୍ଟ୍ରରେ କେନ୍ଦ୍ର ସରକାର ଗ୍ୟାସ ଉପରେ କଟକଣା ଲାଗୁକରିବା ଜନବିରୋଧୀ ନୀତି । ଏପରି ନିଷ୍ପତି ପ୍ରତ୍ୟାହାର ପାଇଁ କେନ୍ଦ୍ର ଉପରେ ଚାପ ପ୍ରୟୋଗ ଉଦେ୍ଧଶ୍ୟରେ ଗୃହରେ ପ୍ରସ୍ତାବ ଗ୍ରହଣ କରିବାକୁ ସେ ଦାବି କରିଥିଲେ ।

ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲଚନ୍ଦ୍ର ଘଡ଼ାଇ କହିଲେ ଯେ ଧାନ ଚାଷୀଙ୍କ ଉପକାର ପାଇଁ କେନ୍ଦ୍ର ସରକାର ଧାନ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ୧୨୫୦ରୁ ୧୪ଶହ ଟଙ୍କାକୁ ବୃଦ୍ଧି କରନ୍ତୁ । ଏବେ କେନ୍ଦ୍ର ସରକାର ଗହମ ଚାଷୀଙ୍କ ବଳିଷ୍ଠ ଲବିର ଚାପରେ ଏହାର ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଯାଉଥିବାବେଳେ ଧାନ ପ୍ରତି ବିଚାର କରିବା ଆବଶ୍ୟକ ବୋଲି ଶ୍ରୀ ଘଡାଇ କହିଥିଲେ ।

ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଆଲୋଚନାରେ ଅଂଶଗ୍ରହଣକରି ବିଧାୟକମାନେ ଉଥାପନ କରିଥିବା ତିନିଟି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଚାଷୀ, ଧାନ ମଣ୍ଡି, ବିଜେଡ଼ି, ସବସିଡ଼ି

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version