Site icon Odisha.com

ଖଣି ଅନିୟମିତତା: ଓଡିଶାରେ ସିଇସି ଟିମ

ଓଡିଶା ଡଟ୍କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୮(ଓଡିଶା ଡଟ୍କମ୍ )- ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ବସାଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ସେଣ୍ଟ୍ରାଲ ଏମ୍ପାୱାର କମିଟି (ସିଇସି)ର ସେକ୍ରେଟାରୀ ମୁକେଶ କୁମାର ଜିଓରାଜ୍କା ଆଜି ଠାରୁ ତିନିଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ରାଜ୍ୟରେ ଖଣି ଅନିୟମିତତା ଉପରେ ସିଇସି ୨୦୧୦ ଏପ୍ରିଲରେ ସୁପ୍ରିମକୋର୍ଟକୁ ଏକ ଅନ୍ତରୀଣ ରିପୋର୍ଟ ଦେବା ସହ ସ୍ଥିତିରେ ସୁଧାର ପାଇଁ ସୁପାରିଶ କରିଥିଲେ । ସେହି ସୁପାରିଶ ଉପରେ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସିଇସି ସଦସ୍ୟ ତାର ଅନୁଧ୍ୟାନ କରିବେ । ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି ।

ମୁକେଶ କୁମାରଙ୍କ ସହ ଅନ୍ୟତମ ସଦସ୍ୟ ସରୋଜ ପଟନାୟକ ମଧ୍ୟ ରହିଛନ୍ତି । ପଟ୍ଟନାୟକ ଭୁବନେଶ୍ୱରରେ ଥିଲେ । ମୁକେଶ କୁମାର ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହାପରେ ସେମାନେ ଚିଲିକା ଯିବେ ।

୯ତାରିଖରେ ପୁରୀ ଯାଇ ୧୦ ତାରିଖରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏହି ଦିନ ରାଜ୍ୟ ଅତିଥି ଭବନରେ ରାଜ୍ୟର ବିଭିନ୍ନ ବିଭାଗର ଅଧିକାରୀମାନେ ଆଲୋଚନା କରିବେ ।

ଏଥିରେ ଖଣି,ଜଙ୍ଗଲ,ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜସ୍ୱ ଆଦି ବିଭାଗର ଅଧିକାରୀ ଉପସ୍ଥିତ ରହିବେ । କେନ୍ଦ୍ରୀୟ କମିଟି ଦୁଇବର୍ଷ ତଳେ ଓଡିଶା ଆସିଥିଲେ । ସେ ସମୟରେ ସିଇସି ଖଣିଜ ସାମଗ୍ରୀ ଉତ୍ତୋଳନ କ୍ଷେତ୍ରରେ ଜଙ୍ଗଲ ସଂରକ୍ଷଣ ଆଇନର ଉଲ୍ଲଙ୍ଘନ ସଂକ୍ରାନ୍ତରେ ସରଜମିନ ତଦନ୍ତ କରିଥିଲେ । ଏହାଛଡା ରାଜ୍ୟ ସରକାରଙ୍କୁ ତାଙ୍କର ସୁପାରିସମାନ ପ୍ରଦାନ କରିଥିଲେ ।

ସେହି ସୁପାରିସଗୁଡ଼ିକ କେତେଦୂର କାର୍ଯ୍ୟକାରୀ ହୋଇଛି ତାହାର ଅନୁଧ୍ୟାନ ପାଇଁ ସିଇସି ପୁନର୍ବାର ଓଡ଼ିିଶା ଆସିଛନ୍ତିି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଦୁଇବର୍ଷ ତଳେ ସିଇସି ନିୟମଗିରି ପରିଦର୍ଶନ କରିଥିଲେ । ସେଠାରେ ଖଣିଜ ସାମଗ୍ରୀ ଉତ୍ତୋଳନ ପାଇଁ ଅନୁମତି ମିଳିବା ପୂର୍ବରୁ ଜଙ୍ଗଲ ସଂରକ୍ଷଣ ଆଇନର ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗର ସରଜମିନ ତଦନ୍ତ କରିଥିଲେ ।

Exit mobile version