• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଉତର-ପୂର୍ବାଞ୍ଚଳର ଛାତ୍ର ଛାତ୍ରୀଙ୍କୁ ନାଗରିକ ସମ୍ବର୍ଦ୍ଧନା

December 9, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୯(ଓଡିଶା ଡଟ୍ କମ୍)-ଅନ୍ତଃ ରାଜ୍ୟଛାତ୍ର ଜୀବନ ଦର୍ଶନ-୨୦୧୨ କାର୍ଯ୍ୟକ୍ରମରେ ଓଡିଶା ଆସିଥିବା ଉତର-ପୂର୍ବାଞ୍ଚଳର ରାଜ୍ୟର ଛାତ୍ର ଛାତ୍ରୀମାନଙ୍କୁ ଏକାମ୍ର ନଗରୀର ଜନତାଙ୍କ ତରଫରୁ ଏକ ଭବ୍ୟ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି ।

ରବିବାର ଦିନ ଭୁବନେଶ୍ୱରର ଇଡିକଲ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ଭବ୍ୟ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥିରୂପେ ଅର୍ଥମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ,ସମ୍ମାନୀତ ଅତିଥିରୂପେ ମେୟର ଅନନ୍ତ ନାରାୟଣ ଜେନା ଓ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇଥିଲେ ।

ଅନଃ ରାଜ୍ୟଛାତ୍ର ଜୀବନ ଦର୍ଶନ ଜାତୀୟ ସଂହତି ତଥା ବିବିଧତାରେ -ଏକତା-ଭାରତର ବିଶେଷତା ଏହାର ପ୍ରତ୍ୟେକ୍ଷ ଅନୁଭୁତି ଦେଉଥିବା ଏକ କାର୍ଯ୍ୟକ୍ରମ ଯାହାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦ୍ୱାରା୧୯୬୬ ମସିହାରୁ ଆରମ୍ଭ କରାଯାଇଛି ।

ଏହି ଯାତ୍ରାରେ ପ୍ରତିବର୍ଷ ଉତର-ପୂର୍ବାଞ୍ଚଳର ୭ଟି ରାଜ୍ୟର ଛାତ୍ରଛାତ୍ରୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟକୁ ଭ୍ରମଣରେ ଯାଆନ୍ତି । ବିଭିନ୍ନ ପରିବାରରେ ରୁହନ୍ତି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଦେଶର ବିବିଧତା ମଧ୍ୟରେ ଆମେ ଭାରତବାସୀ ଏହାର ପ୍ରତ୍ୟେକ୍ଷ ଅନୁଭୁତି ନିୟନ୍ତି ।

ସୌଭାଗ୍ୟର ବିଷୟ ୧୯ ଜଣ ଛାତ୍ରୀ ଓ ୧୧ ଜଣ ଛାତ୍ର ସମେତ ୩୦ ଜଣ ଉତର-ପୂର୍ବାଞ୍ଚଳର ରାଜ୍ୟର ଛାତ୍ର ଛାତ୍ରୀମାନଙ୍କର ଏକ ଦଳ “ଅନ୍ତଃ ରାଜ୍ୟଛାତ୍ର ଜୀବନ ଦର୍ଶନ-୨୦୧୨” ଅନ୍ତର୍ଗତ ତିନି ଦିନ ପାଇଁ ଓଡିଶା ଆସିଛନ୍ତି ।

୮ ତାରିଖ ସକାଳେ ଭୁବନେଶ୍ୱର ରେଲୱେଷ୍ଟେସନରେ ପହଞ୍ଚିବାପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ରାଜଧାନୀର ୩୦ଟି ଅତିଥି ପରିବାର ସେମାନଙ୍କୁ ନିଜ ନିଜ ଘରକୁ ନେଇଯାଇଥିଲେ ।

ସେମାନେ ତିନିଦିନ ଧରି ଅତିଥି ହୋଇଥିଲେ ଏକାମ୍ର ନଗରୀର ଅତିଥି ପରିବାରରେ । ପରିବାର ମଧ୍ୟରେ ସେମାନେ ନିଜର ଦୈନଦିନ କାମସାରି ବାହାରି ଯାଉଥିଲେ ବିଭିନ୍ନ ସ୍ଥାନ ପରିଦର୍ଶନରେ ପୁଣି ସେମାନେ ରାତ୍ରୀରେ ଫେରି ଆସୁଥିଲେ ପରିବାର ମଧ୍ୟକୁ । ଯେଉଁ ପରିବାରରେ ସେହି ଅତିଥିମାନେ ରହୁଥିଲେ ସେହି ପରିବାରର ଆନନ୍ଦ କହିଲେ ନସରେ ।

ତିନିଦିନରେ ସେହି ଛାତ୍ରଛାତ୍ରୀମାନେ କିସ୍ ର ଛାତ୍ର ଛାତ୍ରୀମାନଙ୍କ ସହିତ ଭାବ ବିନିମୟ,ଗୀତା ବୈଷୟିକ ମହାବିଦ୍ୟାଳୟରେ ଏକ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ,ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ଦର୍ଶନ,ପିପିଲି ନିକଟସ୍ଥ ଦରଡା ଗ୍ରାମ ପରିଦର୍ଶନ,ନେତାଜୀ ଜନ୍ମ ସ୍ଥାନରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଅତିଥିମାନଙ୍କୁ ସ୍ୱାଗତ କରିବାପାଇଁ ଗଠିତ ହୋଇଛି ସ୍ୱାଗତ ସମିତି । ଏଥିରେ ଅଧ୍ୟକ୍ଷ ଅଛନ୍ତି ବିଧାୟକ ପ୍ରତାପ ଷଡଙ୍ଗୀ ଓ ସଂପାଦକ ଖଗେଶ୍ୱର ଖଣ୍ଡାୟତ ।

ପୂର୍ବତନ କୃଷି ମନ୍ତ୍ରୀ ଅମର ପ୍ରସାଦ ଶତପଥି,ଶିକ୍ଷାବିତ ଡଃ.ଅଚ୍ୟୁତ ସାମନ୍ତ,ଉତ୍କଳ ବିଶ୍ୱବିଦ୍ୟାଳୟର ପି.ଜି. କାଉନସିଲର ଅଧ୍ୟକ୍ଷ ଅଧ୍ୟାପକ ପ୍ରଫୁଲ ମିଶ୍ର, ଗୋପିନାଥ ମହାନ୍ତି,ଶିକ୍ଷାବିତ ଓ ଚଳଚିତ୍ର ନିର୍ମାତା ବିରଞ୍ଚିନାରାୟଣ ପଣ୍ଡା, ନାଇଡୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଏ.ପି.ନାଇଡୁ, ଯୁବ ସମାଜସେବୀ ଜଗନ୍ନାଥ ପ୍ରଧାନ, ଶିଳ୍ପପତି ଅଜୟ ଅଗ୍ରୱାଲ, ଶିକ୍ଷାବିତ ବିନୋଦ ଦାସ, ଯୋଗାଣ ନିଗମର ପୂର୍ବତନ ଅଧ୍ୟକ୍ଷ ସୁଦିପ୍ତ କୁମାର ରାଏ ପ୍ରମୁଖ ସଦସ୍ୟ ରହିଛନ୍ତି ।

୧୧ ତାରିଖ ସକାଳେ ଭୁବନେଶ୍ୱର ରେଲୱେଷ୍ଟେସନରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବ । ସେହିଦିନ ସେମାନେ ଯେତେବେଳେ ବ୍ରହ୍ମପୁର ରେଲୱେଷ୍ଟେସନରେ ପହଞ୍ଚିବେ ସେଠାରେ ମଧ୍ୟ ତାଙ୍କୁ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରାଯିବ ବୋଲି ସଂଗଠନ ସଂପାଦକ ଗୋବିନ୍ଦ ନାୟକ ପ୍ରକାଶ କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଇଡିକଲ, କିଟ୍ ବିଶ୍ୱବିଦ୍ୟାଳୟ, କିସ୍, ଛାତ୍ରଛାତ୍ରୀ, ନାଗରିକ ସମ୍ବର୍ଦ୍ଧନା

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version