Site icon Odisha.com

ଲିମ୍କା ରେକର୍ଡ଼ କୁଇଜ୍ ଫାଇନାଲରେ ପୋଖରୀପୁଟ ଡିଏଭି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୯(ଓଡିଶା ଡଟ୍ କମ୍)- ସମ୍ମାନଜନକ ଲିମ୍କା ବୁକ୍ସ ଅଫ୍ ରେକର୍ଡ଼ କୁଇଜ୍- ୨୦୧୨ ନ୍ୟାସନାଲ ଫାଇନାଲକୁ ଡିଏଭି ପବ୍ଲିକ ସ୍କୁଲ ପୋଖରୀ ଫୁଟ ଉନ୍ନୀତ ହୋଇଛି । ଏହି ଫାଇନାଲ ପ୍ରତିଯୋଗୀତା ଦେଶର ରାଜଧାନୀ ଦିଲ୍ଲୀଠାରେ ଚଳିତ ଡିସେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ ।

ସେମିଫାଇନାଲସ୍ତରରେ ଡିଏଭି ପୋଖରୀ ପୁଟ୍ ସ୍କୁଲ ୮୦ଟି ଦଳ ସହ ମୁକାବିଲା କରି ଇଷ୍ଟ ଜୋନ୍ରୁ ଫାଇନାଲକୁ ଉନ୍ନିତ ହୋଇଛି । ନ୍ୟାସନାଲ ଫାଇନାଲ ରାଉଣ୍ଡକୁ ଉନ୍ନିତ ହୋଇଥିବା ଦଳଗୁଡ଼ିକ ହେଲେ- ଡିଏଭି ପବ୍ଲିକ ସ୍କୁଲ, ପୋଖରୀପୁଟ, ଭୁବନେଶ୍ୱର; ସେଣ୍ଟ ଥୋମାସ, ରାଞ୍ଚି; ଆର୍ମି ପବ୍ଲିକ୍ ସ୍କୁଲ, କିର୍କି-ପୁନେ; ମୁସ୍ତିଫଣ୍ଡ ଆରିୟାନ ହାଇୟର ସେକେଣ୍ଡାରୀ ସ୍କୁଲ, ଗୋଆ; ଚୈତନ୍ୟ ଜୁନିୟର କଲେଜ, ନାରାୟଣଗୁଡ଼ା- ହାଇଦରାବାଦ; ଜର୍ଜରିଆନ ପବ୍ଲିକ ସ୍କୁଲ, କୋଚି; ବାଲ ଭାରତୀ ପବ୍ଲିକ ସ୍କୁଲ, ନୋଇଡ଼ା; ୟାଦବିନ୍ଦ୍ର ପବ୍ଲିକ୍ ସ୍କୁଲ, ଚଣ୍ଡିଗଡ଼; ରୟାନ ଦିପି ବିଦ୍ୟା ମନ୍ଦିର, ଶ୍ରୀକି୍ରଷ୍ଣା ନଗର, ନାଗପୁର; ଏମ୍ଜିଏନ୍ ପବ୍ଲିକ ସ୍କୁଲ ଆଦର୍ଶ ନଗର, ଜଳନ୍ଧର ।

ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ସାରା ଦେଶର ଯୁବ ପ୍ରତିଯୋଗୀମାନଙ୍କୁ ପ୍ରୋଶ୍ଚାହିତ କରି ଜ୍ଞାନର ବୃଦ୍ଧି ଘଟାଇବା । ଚଳିତ ବର୍ଷ ୮୦ଟି ସହରରେ ୪୦୦୦ ସ୍କୁଲର ପ୍ରତିଯୋଗୀମାନଙ୍କୁ ନେଇ ଆୟୋଜିତ ହୋଇଛି ।

ଏହି ମଲଟି ସିଟି ଅଭିଯାନ ଡେରେକ୍ ‘ଓ’ ବେରେନ୍ ଆଣ୍ଡ ଆସୋସିଏଟଙ୍କ ସହଯୋଗରେ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୮ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିପାରିବେ ।

ଲିମ୍କା ବୁକ୍ସ ଅଫ୍ ରେକର୍ଡ଼ କୁଇଜ୍ ୪ଟି ଜୋନ୍ରେ ଅନୁଷ୍ଠିତ ହେଉଛି । ଯଥା ନର୍ଥ, ସାଉଥ, ଇଷ୍ଟ ଆଣ୍ଡ ୱେଷ୍ଟ ଜୋନ୍ । ଏହା ଜୁନ୍ ମାସରୁ ଆରମ୍ଭ ହୋଇ ଡିସେମ୍ବର ମାସରେ ଶେଷ ହୁଏ । ଏହି କୁଇଜ ପ୍ରତିଯୋଗିତ ୩ସ୍ତରରେ ହୋଇଥାଏ-ଇଣ୍ଟର ସ୍କୁଲ ଲେଭଲ, ସେମିଫାଇନାଲ ଏବଂ ପାଇନାଲ ରାଉଣ୍ଡ ।

ଅନୁପମ ଆଲୁଆଲିଆ, ଭାଇସ୍ ପ୍ରେସିଡ଼େଣ୍ଟ, ମାର୍କେଟିଙ୍ଗ କୋକାକୋଲା ଇଣ୍ଡିଆ ଆଣ୍ଡ ସାଉଥ ୱେଷ୍ଟ ଏସିଆ କହିବା ଅନୁଯାୟୀ ଲିମ୍କା ବୁକ୍ସ ଅପ୍ ରେକର୍ଡ଼ କୁଇଜ ଯୁବ ଗୋଷ୍ଠୀଙ୍କ ଉକ୍ତଣ୍ଠାକୁ ପ୍ରୋସ୍ଚାହିତ କରିବା ପାଇଁ ଏକ ମୂଲ୍ୟବାନ ପଦକ୍ଷେପ ।

ଓଡିଶା ଡଟ୍ କମ୍

Exit mobile version