Site icon Odisha.com

ବିଶ୍ୱମାନବାଧିକାର ଦିବସ ସଚେତନତା ପାଇଁ ୨୫ କି.ମି. ମାନବ ଶୃଙ୍ଖଳ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୦(ଓଡିଶା ଡଟ୍ କମ୍)-ନିଜର ମୌଳିକ ଅଧିକାର ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ବିଶ୍ୱମାନବାଧିକାର ଦିବସ ଅବସରରେ ସୋମବାର ଦିନ କିସ୍ ତରଫରୁ ଭୁବନେଶ୍ୱରରେ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇ ଯାଇଛି ।

କିସ୍ ତରଫରୁ ହ୍ୟୁମାନ ଚେନ୍ ଫର ହ୍ୟୁମାନିଟ୍ କାର୍ଯ୍ୟକ୍ରମରେ ଅନୁଷ୍ଠାନରେ ରହି ପାଠ ପଢୁଥିବା ପ୍ରାୟ ୨୦ ହାଜର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସକାଳ ଘ ୯.୫ମି. ରୁ ଘ ୯.୭ମି. ପର୍ଯ୍ୟନ୍ତ ୨ ମିନିଟ ଧରି ଏହି ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଥିଲା ।

ରାଜଭବନ ରୁ କିସ୍ ପର୍ଯ୍ୟନ୍ତ ମୁଖ୍ୟରାସ୍ତାରେ କିସ୍ ର ଛାତ୍ରଛାତ୍ରୀମାନେ ରହିଥିଲେ । ମାଷ୍ଟର କ୍ୟାଣ୍ଟିନ,ରାମ ମନ୍ଦିର ଓ ଫରେଷ୍ଟ ପାର୍କ ସମେତ ରାଜଧାନୀର ୪୫ଟି ସ୍ଥାନରେ ମଧ୍ୟ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଥିଲା ।

ସବୁ ସ୍ଥାନକୁ ମିଶାଇ ପ୍ରାୟ ୨୫ କି.ମି. ପର୍ଯ୍ୟନ୍ତ ମାନବ ଶୃଙ୍ଖଳ କରାଯାଇଥିଲା । ମାନବିକତା ପାଇଁ ମାନବଶୃଙ୍ଖଳ ବିଷୟ ବସ୍ତୁ ଓ ମାଇଁ ଭୟସ କାଉଂଟ୍ସ ସ୍ଲୋଗାନ ଦେଇ ଛାତ୍ରଛାତ୍ରୀମାନେ ରାସ୍ତାରେ ମାନବ ଶୃଙ୍ଖଳ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା.ଦାମୋଦର ରାଉତ, ସାଂସଦ ପ୍ରଶନ୍ନ ପାଟ୍ଟସାହାଣୀ, ବିଧାୟକ ବିଜୟ ମହାନ୍ତି ,ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା,କିସ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଟିଭିର ନିର୍ଦ୍ଦେଶକ ବିଭୂପ୍ରସାଦ ରଥ ପ୍ରମୁଖ ଯୋଗଦେଇଥିଲେ ।

ଓଡିଆ ସିନେମା ଓ ଟେଲି ଭିଜନର ନାମୀ କଳାକାର, ବରିଷ୍ଠ ସମ୍ବାଦିକ, ଅନେକ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରାପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା ।

କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ଅବସରରେ କହିଥିଲେ ଏହି କାର୍ଯ୍ୟକ୍ରମ ମୌଳିକତା ଅଧିକାର ହାସଲ ଓ ସମାନତା ପାଇଁ ସନ୍ଦେଶ ଦେଉଛି । ମାନବ ଶୃଙ୍ଖଳ ମାଧ୍ୟମରେ ନିଶ୍ଚିତ ଭାବରେ ମାନବ ବା ଲୋକମାନେ ଚାହିଁଲେ ନିଜ ଜୀବନକୁ ନିଜ କାର୍ଯ୍ୟକାଳକୁ ନିଜ ବ୍ୟବହାରକୁ କିଛି ପରିମାଣରେ ଶୃଙ୍ଖଳିତ କରିପାରିବେ ।

ଓଡିଶା ଡଟ୍ କମ୍

Exit mobile version