Site icon Odisha.com

ପଲ୍ଲୀସଭା ଓ ଗ୍ରାମ ସଭା କାର୍ଯ୍ୟକ୍ରମରେ ଦୁର୍ନୀତି ଅଭିଯୋଗ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୧(ଓଡିଶା ଡଟ୍ କମ୍)-ପଲ୍ଲୀସଭା ଓ ଗ୍ରାମ ସଭା କାର୍ଯ୍ୟକ୍ରମ ପ୍ରଚାର ପ୍ରସାରରେ ଯେଉଁ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ସେଥିରେ ବ୍ୟାପକ ଦୁର୍ନୀତି କରାଯାଇଛି ବୋଲି ମଙ୍ଗଳବାର ଦିନ ବିଧାନ ସଭାରେ ଅଭିଯୋଗ କରିଛନ୍ତି ଉଭୟ କଂଗ୍ରସ ଓ ବିଜେପି ।

ବିଧାନସଭାର ପ୍ରଶ୍ନୋତର କାଳରେ ତାରକା ପ୍ରଶ୍ନ ମାଧ୍ୟମରେ ଅଭିଯୋଗ ଆଣିଥିଲେ ବିଜେପି ବିଧାୟକ କରେନ୍ଦ୍ର ମାଝି । ଗାଁ ଲୋକଙ୍କୁ ସଶକ୍ତି କରଣ ଉଦ୍ଦେଶ୍ୟରେ ଗତ ଅକ୍ଟୋବର ମାସରେ ପଲ୍ଲୀସଭା ଓ ଗ୍ରାମ ସଭା ପାଇଁ ପ୍ରଚାର ପ୍ରସାର କାର୍ଯ୍ୟକ୍ରମରେ ବଡଧରଣର ଦୁର୍ନୀତି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ପ୍ରଚାର ପ୍ରସାର ପାଇଁ ଯେଉଁ ସବୁ ପ୍ରିଟିଂ କରାଯାଇଛି ତାହା ସରକାରୀ ଛାପାଖାନାରେ କାହିଁକି କରାଗଲା ନାହିଁ , ଘରୋଇ ଛାପାଖାନାରେ କାହିଁକି ଛପା ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ପଞ୍ଚାୟତିରାଜ ମନ୍ତ୍ରୀ କଳ୍ପତରୁ ଦାସ କହିଛନ୍ତି ପଲ୍ଲୀସଭା ଓ ଗ୍ରାମ ସଭାପାଇଁ ବ୍ଲକ ସ୍ତରରେ ୧୫ କୋଟି ୧୦ ଲକ୍ଷ ଟଙ୍କା ଏବଂ ପ୍ରଚାର ପ୍ରସାର ବାବଦରେ ରାଜ୍ୟସ୍ତରରେ ୨କୋଟି ୩୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ।

ପଲ୍ଲୀସଭା ଓ ଗ୍ରାମ ସଭା ପାଇଁ ପ୍ରତି ପଂଚାୟତକୁ ସାମିଏନା ବାବଦକୁ ୧୦ ହଜାର ଟଙ୍କା ଦିଆଯାଇଥିଲା । ମାଇକ,ଭିଡିଓ ରେକଡିଂ ଓ ଅନ୍ୟାନ୍ୟ ବାବଦରେ ୧୭ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି ।

ଯୋଜନା ଓ ଶିକ୍ଷା ବାବଦରେ ଯେଉଁ ଅର୍ଥ ବରାଦ କରାଯାଇଛି ସେହି ଅର୍ଥ ଏଠାରେ ଖର୍ଚ୍ଚ କରାଯାଇଛି । ଗତ ଅକ୍ଟୋବର ୨ ତାରିଖରୁ ୧୭ ତାରିଖ ମଧ୍ୟରେ ରାଜ୍ୟର ୬୨୩୮ପଞ୍ଚାୟତରେ ପଲ୍ଲୀସଭା ଓ ଗ୍ରାମ ସଭା କରାଯାଇଥିଲା । ଏଥିରେ ପାଖାପାଖି ୧ଲକ୍ଷ ୭୨ ହଜାର କର୍ମଚାରୀ ନିୟୋଜିତ ହୋଇଥିଲେ ।

କାର୍ଯ୍ୟକ୍ରମ ତଦାରଖ ଲାଗି ପ୍ରତି ପଞ୍ଚାୟତ ପାଇଁ ଜିଲ୍ଲା ସ୍ତରରେ ୪ ହଜାର ୫ଶହ ଏବଂ ବ୍ଲକ ସ୍ତରରେ ୧୫ ହାଜରା ଟଙ୍କା ଖର୍ଚ୍ଚ କରାଯାଇଛି । ଏହା ସହ ସଚେତନତା ପାଇଁ ପାଲା,ଦାସକାଠିଆ ଓ ଲୋକନୃତ୍ୟ ପରିବେଷଣ ହୋଇଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ ସଫେଇ ଦେଇ କହିଛନ୍ତି କିଛି ଦୁର୍ନୀତି ହୋଇ ନାହିଁ । ଯାହାକିଛି ହୋଇଛି ସରକାରୀ ନୀତି ନିୟମ ଅନୁସାରେ ହୋଇଛି ।

ମାତ୍ର ଅନେକ ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ହୋଇନଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ପ୍ରଫୁଲ ମାଝି । ସେ କହିଛନ୍ତି ଏ କାର୍ଯକ୍ରମ ମାଧ୍ୟମରେ କୋଟି କୋଟି ଟଙ୍କା ଚଳୁ କରାଯାଇଛି । କୋଉଠି ଦାସକାଠିଆ,ପାଲା ହୋଇଛି ତାହା ସରକାର କହିପାରିବେ କି ?

ଆଜି ବିଧାନସଭାରେ ପଞ୍ଚାୟତ ରାଜ ମନ୍ତ୍ରୀଙ୍କୁ ଘେରିଥିଲେ ବିରୋଧି । ଏ ବଷୟକୁ ନେଇ ମନ୍ତ୍ରୀ ସଫେଇ ଦେଇ କହିଛନ୍ତି କିଛି ଦୁର୍ନୀତି ହୋଇ ନାହିଁ । ଯାହାକିଛି ହୋଇଛି ସରକାରୀ ନୀତି ନିୟମ ଅନୁସାରେ ହୋଇଛି ।

ଓଡିଶା ଡଟ୍ କମ୍

Exit mobile version