Site icon Odisha.com

ଅଗ୍ନି -୧ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ସଫଳ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭଦ୍ରକ,ଡିସେମ୍ବର ୧୨(ଓଡିଶା ଡଟ୍ କମ୍)- ବୁଧବାର ଦିନ ସକାଳେ ୮.୧୫ମିନିଟରେ ଭଦ୍ରକ ଜିଲ୍ଲା ଧାମରା ନିକଟ ହୁଇଲର ଦ୍ୱୀପରୁ ବଙ୍ଗୋପ ସାଗର ମଧ୍ୟରେ ଅଗ୍ନି ସିରିଜର ବହୁ ପ୍ରତିକ୍ଷିତ ଆଣବିକ କ୍ଷମତା ସଂପନ୍ନ କ୍ଷେପଣାସ୍ତ୍ର ଅଗ୍ନି-୧ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି ।

ଏହି ସିଙ୍ଗଲଷ୍ଟେଜ କଠିନ ଇନ୍ଧନ ଯୁକ୍ତ ମିଜାଇଲ ବଙ୍ଗୋପ ସାଗର ମଧ୍ୟରେ ପୂର୍ବନିର୍ଦ୍ଧାରିତ ସ୍ଥାନକୁ ଲକ୍ଷ ଭେଦ କରିପାରିଛି ବୋଲି କହିଛନ୍ତି ଡିଆରଡିଓ ବିଶେଷଜ୍ଞ । ଅଗ୍ନି-୧ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ମଧ୍ୟମ ଦୁରଗାମୀ ବାଲେଷ୍ଟାଇକି ମିଜାଇଲ୍ । ସେକେଣ୍ଡକୁ ଅଢେଇ କିଲୋମିଟର ବେଗରେ ଗତି କରୁଥିବା ଏହି ମିଜାଇଲର ଲକ୍ଷ ଭେଦ କ୍ଷମତା ୭ଶହ କିଲୋମିଟର ।

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରର ଓଜନ ୧୨ଟନ । ଲମ୍ବ ୧୫ ମିଟର ଓ ବ୍ୟାସ ୧.୩ ମିଟର । ଏକ ଟନ୍ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ଏହି ମିଜାଇଲ ।

୧୯୮୯ ମସିହାରେ ପ୍ରଥମ ଥରପାଇଁ ଚାନ୍ଦିପୁରରେ ଏହାର ପରୀକ୍ଷଣ କରାଯାଇଥିଲା । ଏହାପରେ ଅଗ୍ନି-୧ର ଲକ୍ଷଭେଦ କ୍ଷମତା ବୃଦ୍ଧି ପାଇବାପରେ ହୁଇଲର ଦ୍ୱୀପରୁ ପରୀକ୍ଷଣ କରାଯାଇ ଆସୁଛି ।

ଓଡିଶା ଡଟ୍ କମ୍

Exit mobile version