Site icon Odisha.com

ବିଧାନସଭାରେ ଅଦିନିଆ ଝଡବର୍ଷା କ୍ଷତି ପ୍ରସଙ୍ଗ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୪(ଓଡିଶା ଡଟ୍ କମ୍)-ରାଜ୍ୟରେ ବିଭିଭ୍ନ ସ୍ଥାନରେ ଅଦିନିଆ ଝଡବର୍ଷା,କୁଆପଥର ମାଡ ରେ ବ୍ୟାପକ କ୍ଷୟକ୍ଷତି ପ୍ରସଙ୍ଗରେ ରାଜସ୍ୱମନ୍ତ୍ରୀ ଶୁକ୍ରବାର ଦିନ ବିଧାନସଭାରେ ତାଙ୍କର ବିବୃତି ରଖିବେ ।

ଗୁରିବାର ଦିନ ବିଧାନସଭାରେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ ପ୍ରଥମେ ଏହି ପ୍ରସଙ୍ଗ ଉତ୍ଥାପନ କରି କହିଥିଲେ ଯେ,ବୁଧବାର ଦିନ ସମଗ୍ର ଉପକୂଳ ଓଡିଶାରେ ଖଣ୍ଡ ପ୍ରଳୟ ଆସି ବ୍ୟାପକ କ୍ଷୟକ୍ଷତି ହୋଇଛି ।

ବାଲେଶ୍ୱରରୁ ଆରମ୍ଭକରି ଭଦ୍ରକ,ଯାଜପୁର,ଜଗତସିଂପୁର,କେନ୍ଦ୍ରାପଡା,ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ତେଣୁ ରାଜସ୍ୱମନ୍ତ୍ରୀ ଗୃହରେ କ୍ଷୟକ୍ଷତି ସଂପର୍କରେ ତଥ୍ୟ ପ୍ରଦାନ କରିବା ସହ ଚାଷୀଙ୍କୁ ଜରୁରୀ ରିଲିଫ ସହାୟତା ଦେବାକୁ ସେ ଦାବି କରିଥିଲେ ।

ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ବିଧାନସଭାରେ ଦଳମତ ନିର୍ବିଶେଷରେ ବହୁ ସଭ୍ୟ ଉଦ୍ବେଗ ପ୍ରକାଶ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବାକୁ ଦାବି କରିଥିଲେ । ଏ ସଂପର୍କରେ ଗୃହରେ ବିବୃତି ରଖିବା ପାଇଁ ବାଚସ୍ପତି ପ୍ରଦୀପ ଅମାତ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବିଲରେ ପାଚିଲା ଧାନ ଥିବାବେଳେ ବର୍ଷା ଓ କୁଆପଥର ମାଡ ଯୋଗୁଁ ଏଥିରୁ ଅନେକ ନଷ୍ଟ ହୋଇଯାଇଛି । କେବଳ ଧାନ ନୁହେଁ ,ପରିବା ଚାଷ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ପବନରେ ମଧ୍ୟ ଅନେକ ଘର ଭାଙ୍ଗି ଯାଇଛି ।

ବିଜେଡି ସଦସ୍ୟ ଅମର ଶତପଥୀ,ବିଜେପିର କନକ ବଦ୍ଧର୍ନ ସିଂହଦେଓ,ବିରୋଧୀଦଳ ନେତା ଭୂପିନ୍ଦର ସିଂହ,କଂଗ୍ରେସ ସଦସ୍ୟ ଅନୁପ ସାଏ,ଦେବୀ ପ୍ରସନ୍ନ ଚାନ୍ଦ,ବିଜେଡିର ପ୍ରଦୀପ ମହାରଥି,ଅତନୁ ସବ୍ୟସାଚୀ ନାୟକ,ଜୀବନ ପ୍ରଦୀପ ଦାସ ଓ ସଂଜୟ ଦାସବର୍ମା ପ୍ରମୁଖ ଅନୂରୂପ ଭାବେ ଉଦ୍ୟମ ପ୍ରକାଶ କରିବା ସହ ରାଜସ୍ୱମନ୍ତ୍ରୀଙ୍କ ଠାରୁ ବିବୃତି ଦାବି କରିଥିଲେ ।

ଶେଷରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଶୁକ୍ରବାର ସୁଦ୍ଧା ଗୃହରେ ବିବୃତି ଦେବାକୁ ନିଦେ୍ର୍ଧଶ ଦେଇଥିଲେ ।

ଓଡିଶା ଡଟ୍ କମ୍

Exit mobile version