Site icon Odisha.com

ସରକାର-ମାଓବାଦୀ ସଂପର୍କ ଅଭିଯୋଗ: ଏନ୍ଆଇଏ ତଦନ୍ତ ଦାବିକଲା କଂଗ୍ରେସ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୬(ଓଡିଶା ଡଟ୍ କମ୍)-ସରକାର ଓ ମାଓବାଦୀଙ୍କ ମଧ୍ୟରେ ଥିବା ସଂପର୍କ ଅଭିଯୋଗ ଏନ୍ଆଇଏ ଦ୍ୱାରାତଦନ୍ତ କରାଯାଉ ବୋଲି କଂଗ୍ରେସ ତରଫରୁ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି ।

ଭୁବନେଶ୍ୱରରେ ଆୟୋଜିତ ଏହି ସମ୍ମିଳନୀରେ ବିରୋଧୀଦଳର ନେତା ଭୂପିନ୍ଦର ସିଂହ ଓ ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ମାଲକାନଗୀରିର ତତ୍କାଳିନ ଜିଲ୍ଲପାଳ ଭିନିଲ୍ କ୍ରିଷ୍ଣାଙ୍କ ପାଇଁ ୪କୋଟି ଟଙ୍କା ଓ ବିଧାୟକ ଝିନ୍ନହିକ୍କାଙ୍କୁ ମାଓବାଦୀଙ୍କ କବଳରୁ ମୁକ୍ତ କରିବାକୁ ୨କୋଟି ଟଙ୍କା କାରବାର ଅଭିଯୋଗ ହୋଇଛି ।

ଏଘଟଣାର ତଦନ୍ତ ଦାବୀକରି କଂଗ୍ରେସ ତରଫରୁ ଏନଆଇଏକୁ ଚିଠି ଲେଖାଯିବ ବୋଲି କହିଛନ୍ତି ।

ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ, ବନ୍ଦର ପ୍ରତିଷ୍ଠା ନେଇ ସରକାର କରିଥିବା ଏମ୍ୟୁରେ ଦୁର୍ନୀତି ଭରି ରହିଛି । ସିଏଜି ରିପୋର୍ଟ ପରିପ୍ରେକ୍ଷିରେ ସେ ଏହି ଅଭିଯୋଗ ଆଣିଛନ୍ତି । ଏ ରିପୋର୍ଟରେ ଯାହା ଅଛି ତାହାଠାରୁ ଆହୁରି ବ୍ୟାପକ ଦୁର୍ନୀତି ହୋଇଛି ।

ବନ୍ଦର ଦୁର୍ନୀତି ନେଇ ଆହୁରି ତଥ୍ୟ ଅଛି,ଗୃହରେ ଖୁଲାସା କରିବୁ । ଯେଉଁ ଚାରୋଟି ବନ୍ଦର କଥା ଉଲ୍ଲେଖ ଅଛି ସେଥିରେ ମାତ୍ର ୪ ବର୍ଷର ଦୁର୍ନୀତି କଥା ଉଲ୍ଲେଖ ଅଛି । ସିଏଜିଙ୍କତ ବାରଣ ନଥିଲା ୩୪ ବର୍ଷର ରିପୋର୍ଟ ପ୍ରକାଶ କରିବାକୁ । ଟୁ-ଜି,କୋଲ ଗେଟ୍ ଦୁର୍ନୀତି ଭଳି କ୍ଷତିର ପୂରା ତଥ୍ୟ ଦିଆଯାଇନାହିଁ ।

ଡାଲି,ଚାଉଳ,ଆଇଏପି,ବନ୍ଦର ଦୁର୍ନୀତିକଥା ଆମେ ଆଗରୁ ଉଠାଇଛୁ । ସରକାର କହୁଥିଲେ ଏହା ବିରୋଧୀଦଳଙ୍କ ସବୁଦିନିଆ କଥା । ବିରୋଧୀଦଳ ଏହାକୁ ଘୋଷା କରିଛନ୍ତି ଏବଂ ସଦାବେଳେ କହୁଛନ୍ତି । ସିଏଜି ରିପୋର୍ଟ ଆସିବାପରେ ଏହା ସିଦ୍ଧ ହୋଇଯାଇଛି । ବନ୍ଦର ଦୁର୍ନୀତିର ସିଏଜି ରିପୋର୍ଟରେ ପାତର ଅନ୍ତର କରାଯାଇଛି ବୋଲି ହରିଚନ୍ଦନ ପ୍ରକାଶ କରିଛନ୍ତି ।

ବିଜେଡି ପକ୍ଷରୁ ସଫେଇ ଦିଆଯାଇ କୁହାଯାଇଛି କଂଗ୍ରେସ ତରଫରୁ ଯାହା ସବୁ ଅଭିଯୋଗ ହେଉଛି ସଂପୂର୍ଣ୍ଣ ଭିତିହିନ ଓ କପୋଳ କଳ୍ପିତ ।

ଓଡିଶା ଡଟ୍ କମ୍

Exit mobile version