Site icon Odisha.com

ବ୍ଲଡ ବ୍ୟାଙ୍କ ପରିଚାଳନାରେ ଅନିୟମିତତା-ସିଏଜି

ଓଡିଶା ଡଟ୍କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୬(ଓଡିଶା ଡଟ୍କମ୍ )- ସାଧାରଣ ଓ ସାମାଜିକ କ୍ଷେତ୍ରଲାଗି ଉଦିଷ୍ଟ ରିପୋର୍ଟରେ ସିଏଜି ବ୍ଲଡ ବ୍ୟାଙ୍କର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ବ୍ଲଡ ବ୍ୟାଙ୍କର କେତେକ ଜାଗାରେ ଅନୁପଯୁକ୍ତ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଉଛି । ରକ୍ତ ସଂଗ୍ରହ କରିବାପାଇଁ ଥିବା ନିୟମକୁ ଅମାନ୍ୟ କରି କେତେକ ବ୍ଲଡବ୍ୟାଙ୍କ ଏଚ୍ଆଇଭି,ହେପାଟାଇଟିସ୍ ବି ଓ ସି ,ମ୍ୟାଲେରିଆ ଓ ସିଫିଲ୍ସ ଟେଷ୍ଟ କରୁନାହାଁନ୍ତି ।

କେତେକ ବ୍ଲଡ ବ୍ୟାଙ୍କର ଏଲିସା ରିଡର ନ ଥିବାରୁ ଏସୁବୁ ପରୀକ୍ଷା ହୋଇ ପାରୁନାହିଁ । ଅନେକ ବ୍ଲଡ୍ ବ୍ୟାଙ୍କରେ ରକ୍ତଦାତାଙ୍କ ବୟସ,ଓଜନ ଓ ହିମୋଗ୍ଲୋବିନ୍ ରେକର୍ଡ ହେଉ ନାହିଁ । ଏହାଦଦ୍ୱାରାରକ୍ତଦତାଙ୍କର ସୁରକ୍ଷା ଦଦାୟିତ୍ୱ ବୁଝାମଣା ହୋଇ ଥିବା ସିଏଜି ତାଙ୍କ ରିପୋର୍ଟରେ ପ୍ରକାଶ କରିଛନ୍ତି ।

ଶତକଡା ୮୪ଭାଗ ବ୍ଲଡ୍ ବ୍ୟାଙ୍କର ଲାଇସେନ୍ସ ଠିକ୍ ନାହିଁ କି ବର୍ଷ ବର୍ଷଧରି ଏହାର ନବୀକରଣ କରାଯାଉ ନାହିଁ । ରାଜ୍ୟର ପ୍ରମୁଖ ବ୍ଲଡ ବ୍ୟାଙ୍କମାନଙ୍କରେ ରକ୍ତର ମାନ ତଦାରଖ ଲାଗି କ୍ୱାଲିଟି ଆସୁରାନ୍ସ ମ୍ୟାନେଜର ନାହାଁନ୍ତି ବୋଲି ସିଏଜି ଦର୍ଶାଇଛନ୍ତି ।

ରକ୍ତ ଉପାଦାନ ପୃଥକୀକରଣ ତଥା ଅନ୍ୟ ଉପକରଣ ଅଭାବ,କମ୍ପୁ୍ୟଟର ନେଟ୍ୱାକିଂ ଅଭାବ,ସଫାସୁତୁରା ନେଇ ପ୍ରଶ୍ନ ଉଠାଇଛନ୍ତି ସିଏଜି । ବ୍ଲଡ ଇନିସ୍ପେକ୍ଟର ତଥା ଅନ୍ୟ ଅଧିକାରୀଙ୍କ ଦ୍ୱାରାନିୟମିତ ବ୍ଲଡ୍ ବ୍ୟାଙ୍କର ଯାଞ୍ଚ କରାଯାଉ ନାହିଁ । କେତେକ କ୍ଷେତ୍ରରେ ତ୍ରୁଟି ପୂର୍ଣ୍ଣ ଯାଞ୍ଚ ହେଉଛି ।

ଏସବୁ ଫଳରେ ରକ୍ତଦାତା ଓ ରୋଗୀଙ୍କ ଜୀବନ ବିପନ୍ନ ହେବାର ଆଶଙ୍କା ଥିବାର ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

ରାଜ୍ୟ ରେଡକ୍ରସ ଭଣ୍ଡାର ସଂପାଦକ ମଙ୍ଗଳା ମହାନ୍ତି କହିଛନ୍ତି ଯେ,ଆମେ ଭିତିଭୂମି ଉପରେ କାମ କରୁଛୁ । ରେଡକ୍ରସ ବ୍ଲଡ ବ୍ୟାଙ୍କ ଅଧିନରେ ଆମେ କାମ କରୁଛୁ । ଯେଉଁଟା ନାହିଁ ସେ ବିଷୟରେ ଆମେ କେନ୍ଦ୍ର ସରକରା ଓ ରାଜ୍ୟ ସରକାରଙ୍କୁ କହୁଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି ଯେ,ରକ୍ତ ଭଣ୍ଡାର ପରିଚ୍ଛନ ପରିଚ୍ଛନ୍ନତା ରହିବ । ରକ୍ତ ଯେପରି ଦୂଷିତ ନେହେବ ସେଥିପ୍ରତି ଦୃଷ୍ଟି ଦିଆଯିବ ।

ଏସବୁ ପଦକ୍ଷେପ ନିଆଯାଉଛି । ପୂର୍ବରୁ କଣ ତ୍ରୁଟି ବିଚୁ୍ୟତ ଥିଲା ,କଣ ରିପୋର୍ଟ ହୋଇଛି ମୁଁ ଦେଖିନାହିଁ । ଭବିଷ୍ୟତରେ ଯେଭଳି ଏପରି ନଘଟିବ ସେଥିପାଇଁ ସଂପୂର୍ଣ୍ଣ ତତ୍ପରତା ସହିତ କାର୍ଯ୍ୟ କରାଯାଉଛି ।

 

ଓଡିଶା ଡଟ୍ କମ୍

Exit mobile version