Site icon Odisha.com

ସରକାର-ମାଓ ସଂପର୍କନେଇ ବିଧାନସଭା ହୁଲସ୍ତୁଲ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୭(ଓଡିଶା ଡଟ୍ କମ୍)-ମାଓବାଦୀଙ୍କ ସହ ସରକାରଙ୍କ ସଂପୃକ୍ତି ଅଭିଯୋଗ ନେଇ ସୋମବାର ଦିନ ବିଧାନସଭା ସରଗରମ ହୋଇଛି । ବିରୋଧି କଂଗ୍ରେସ କହିଛି ରାଜନେତା ଓ ପ୍ରଶାସନଙ୍କୁ ମୁକୁଳେଇବା ପାଇଁ ସରକାର ଦେଇଛନ୍ତି ଛଅ କୋଟି ଟଙ୍କା । ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଦଦ୍ୱାରାଏହାର ତଦନ୍ତ କରାଯାଉ ।

ମାଓବାଦୀଙ୍କୁ ଯେଉଁ ଟଙ୍କା ଦିଆଯାଇଛି ତାହା କେଉଁ ସୂତ୍ରରୁ ଆସିଛି ସେ ବିଷୟରେ ଗୃହରେ ସରକାର ମତ ରଖନ୍ତୁ ବୋଲି ବିରୋଧୀଦଳ ଦାବି କରିଛି ।

ପ୍ରଥମେ ମାଓ ମଧ୍ୟସ୍ତି ଦଣ୍ଡପାଣି ମହାନ୍ତି ଓ ପରେ ସାଂସଦ ପ୍ୟାରୀମୋହନ ମହାପାତ୍ର ଏହି ଅଭିଯୋଗ ଆଣିଥିଲେ । ସ୍ୱାଧୀନ ବିଧାୟକ ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ,ସେହି ଟଙ୍କା ହେଉଛି ଦରିଦ୍ର କରଦାତାଙ୍କର ପଇସା । ଆମ ରାଜକୋଷର ପଇସା ।

ତେଣୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧ ମାମଲା ରୁଜ କରାହେବାକଥା । ତାଙ୍କୁ ଜେରା କରାଯାଉ ବୋଲି ସେ ଦାବି କରିଛନ୍ତି । ଏସବୁ ଅଭିଯୋଗକୁ ଖଣ୍ଡନ କରିଛି ଶାସକ ଦଳ । ଏ ଘଟଣାକୁ ନେଇ ଶାସକ ଦଳର ଉପମୁଖ୍ୟ ସଚେତକ ସଂଜୟ ଦାସବର୍ମା କହିଛନ୍ତି ବିରୋଧୀଙ୍କ ଏ ସବୁ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ରାଜନୈତିକ ଉଦେ୍ଧଶ୍ୟ ପ୍ରଣୋଦିତ ।

ଓଡିଶା ଡଟ୍ କମ୍

Exit mobile version