Site icon Odisha.com

ପୃଥୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର,ଡିସେମ୍ବର ୨୦(ଓଡିଶା ଡଟ୍ କମ୍)-ଗୁରୁବାର ଦିନ ପୂର୍ବାହ୍ନ ୯.୨୦ ମି. ସମୟରେ ଚାନ୍ଦିପୁର ନିକଟସ୍ଥ ଆଇଟିଆର ପରିସରରେ ଥିବା ଏଲ୍ ସି-୩ ଉତ୍କ୍ଷେପଣ କେନ୍ଦ୍ରରୁ ପୃଥୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ହୋଇଯାଇଛି ।

ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍କକ୍ଷେପଣରେ ହେଉଥିବା ଏହି କ୍ଷେପଣାସ୍ତ୍ରଟି ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଏହି କ୍ଷେପଣାସ୍ତ୍ରର ଲମ୍ବ ୯ ମିଟର, ଉଚ୍ଚତା-୧ ମିଟର ଏବଂ ଓଜନ ୪୬୦୦ କି.ଗ୍ରା ।

ଯୁଦ୍ଧ ସମୟରେ ପୃଥ୍ୱୀ-୨ କ୍ଷେପଣାସ୍ତ୍ର ୧ ହଜାର କି.ଗ୍ରା ଓଜନର ପାରମ୍ପରିକ ଏବଂ ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ଆଜିର ପରୀକ୍ଷା ସମୟରେ ଆଇଟିଆର ନିର୍ଦ୍ଦେଶକ ଏମ୍.ଭି.କେ.ଭି ପ୍ରସାଦଙ୍କ ସମେତ ଡିଆରଡିଓର ବରିଷ୍ଠ ବୈଜ୍ଞାନିକ ଏବଂ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

Exit mobile version