Site icon Odisha.com

ସୁକତେଲ ପ୍ରକଳ୍ପ ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକ ଆଜି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୨(ଓଡିଶା ଡଟ୍ କମ୍)-ବଲାଙ୍ଗିର ଜିଲାର ସୁକତେଲ ପ୍ରକଳ୍ପ ସଂକ୍ରାନ୍ତ ସମସା ସମାଧାନ ପାଇଁ ବିଧାନସଭାରେ ଘୋଷଣା ମୁତାବକ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ସଚିବାଳୟଠାରେ ଅନୁଷ୍ଠିତ ହେବ ।

ମୁଖ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବଲାଙ୍ଗିର ଜିଲାପାଳଙ୍କ ସହ ୬ଜଣିଆ ସୁକତେଲ କ୍ରିୟାନୁଷ୍ଠାନ କମିଟି ଓ ବିସ୍ତାପିତଙ୍କ ପ୍ରତିନିଧିମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

କମିଟିର ଆବାହକ, ତିନି ଜଣ ବରିଷ୍ଠ ଉପଦେଷ୍ଟା ,ଯୁବ ସଂଗଠନର ସଭାପତିଙ୍କ ସମେତ ଦୁଇ ଜଣ ବିସ୍ଥାପିତଙ୍କୁ ନେଇ ଗଠିତ ହୋଇଛି ୬ ଜଣିଆ କମିଟି । କିନ୍ତୁ ଏବେବେ ନିଜ ଜିଦ୍ ରେ ଅଡି ବସିଛି ସଂଗ୍ରାମ ପରିଶଦ ।

ସଂଗ୍ରାମ ପରିଷଦର ବରିଷ୍ଠ ଉପଦେଷ୍ଟା ପବିତ୍ର ବାଡତିଆ କହିଛନ୍ତି ଯେ, ଆମେ ତ୍ରିପାକ୍ଷିକ ଆଲୋଚନାକୁ ପ୍ରତ୍ୟାଖାନ କରିଛୁ । ସିଧାସଳଖ ସରକାରଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛୁ । ସଂଗ୍ରାମ ପରିଷଦ ଏହି ଆଲୋଚନାରେ ଭାଗନେଇ ନାହଁ ।

ଗତ ୧୧ଦିନ ହେଲା ବଲାଙ୍ଗିରରେ ଚାଲିଛି ଲୋୟର ସୁକତେଲ ଆନେ୍ଦାଳନ । ପ୍ରକଳ୍ପ ଆରମ୍ଭ କରିବା ଦାବିରେ ରିଲେ ଅନଶନ ବି ଚାଲିଛି ।

ଓଡିଶା ଡଟ୍ କମ୍

Exit mobile version