Site icon Odisha.com

ଜମି ଠକେଇ ଅଭିଯୋଗରେ ତିରୁପତି ପାଣିଗ୍ରାହୀ ଗିରଫ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୫(ଓଡିଶା ଡଟ୍ କମ୍ )- କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଜମିଜମା ଠକେଇ ମାମଲାରେ ହାଇଟେକ୍ ଗ୍ରୁଫ ଏମ୍ଡି ତରୁପତି ପାଣିଗ୍ରାହୀଙ୍କ ସମେତ ତିନିଜଣଙ୍କୁ ଗିରଫ କରିଛି ।

ଅନ୍ୟ ଦୁଇଜଣ ହେଲେ ତିରୁପତିଙ୍କ ସଂପର୍କୀୟ ମଧୁସୂଦନ ପାଣିଗ୍ରାହୀ ଓ ଆରଏମ୍ଇ ପ୍ରାଇଭେଟ ଲିମିଟେଡର ଡାଇରେକ୍ଟର ତିରୁପତି ଚୌଧୁରୀ । କ୍ରାଇମବ୍ରାଞ୍ଚ ଏଡିଜି ବିଜୟ କୁମାର ଶର୍ମା ଏ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ଦିନ ଏହି ସୂଚନା ଦେଇଛନ୍ତି ।

ଜମି ଯୋଗାଇ ଦେବାପାଇଁ କହି ଲୋକଙ୍କ ଠାରୁ ଟଙ୍କା ନେଇ ଏଥିରେ ଖିଲାପ ହୋଇଥିବା ସେ କହିଛନ୍ତି । ଏନେଇ କ୍ରାଇମବ୍ରାଞ୍ଚରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ । ସେହି ଆଧାରରେ କ୍ରାଇମବ୍ରାଞ୍ଚ ଏମାନଙ୍କୁ ଗିରଫ କରିଛି ।

ଅଭିଯୋଗକାରୀଙ୍କୁ ସୁନ୍ଦରପଦା ଅଞ୍ଚଳରେ ଜମି ଯୋଗାଇ ଦେବାକୁ କଂପାନୀ ଟଙ୍କା ନେଇଥିଲା । ୨୦୦୩ରୁ ୨୦୦୯ ମସିହା ମଧ୍ୟରେ ୩୦ଟି କିସ୍ତିରେ ସେ ଟଂକା ଦେଇଥିଲେ । ଏନେଇ ତିନି ଜଣଙ୍କ ନାମରେ କେସ ରୁଜୁ ହୋଇଥିଲା ।

ଘଟଣାର ସଂପର୍କରେ ଅଧିକ ତଥ୍ୟ ପାଇଁ ତଦନ୍ତ ଚାଲିଛି ବୋଲି ଶ୍ରୀ ଶର୍ମା କହିଛନ୍ତି । ଏ ନେଇ ଗ୍ରୁପର ଅନ୍ୟାନ୍ୟ ଅଫିସ ଉପରେ ଚଢାଉ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।

ଓଡିଶା ଡଟ୍ କମ୍

Exit mobile version