Site icon Odisha.com

କେନ୍ଦ୍ରାପଡାରେ ମହିଳା ସରପଞ୍ଚଙ୍କୁ ଅସଦାଚରଣ,୧ ଗିରଫ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କେନ୍ଦ୍ରାପଡା,ଡିସେମ୍ବର ୨୬(ଓଡିଶା ଡଟ୍ କମ୍ )-କେନ୍ଦ୍ରାପଡା ବ୍ଲକ ଘାଗରା ସରପଞ୍ଚ ବନୋଜିନୀ ପରିଡାଙ୍କ ଉପରେ ମଙ୍ଗଳବାର ଅସଦାଚରଣ ଓ ଆକ୍ରମଣ ଅଭିଯୋଗ ହୋଇଛିା

ଆକ୍ରମଣରେ ସରପଞ୍ଚ ବନୋଜିନୀ ପରିଡାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଅଭିଯୋଗ ପାଇ ନିକିରାଇ ଥାନା ଇନିସପେକ୍ଟର ମାନସୀ ପାତ୍ର ଘଟଣାର ଉପଯୁକ୍ତ ତଦନ୍ତ ନକରିବାରୁ ଏହାର ପ୍ରତିବାଦରେ ଘାଗରା, ଚାରିଗାଁ, ଇନ୍ଦୁପୁର ଆଦି ପଂଚାୟତର ଶତାଧିକ ଲୋକ ଥାନାକୁ ଘେରାଉ କରିଥିଲେ ।

ଆନ୍ଦୋଳନକାରୀମାନେ ଇନିସପେକ୍ଟର ଶ୍ରୀମତୀ ପାତ୍ରଙ୍କ ତୁରନ୍ତ ବଦଳି ଦାବି କରିବା ସଙ୍ଗେ ସଙ୍ଗେ ମୁଖ୍ୟ ଅଭିଯୁକ୍ତ ନାରାୟଣ ପରିଡାଙ୍କ ଗିରଫ ଦାବି କରି ଥାନା ଆଗରେ ବସିଥିଲେ ।

ପୀଡିତା ବନୋଜି କହିଛନ୍ତି ଇନ୍ଦିରାଆବାସ ତାଲିକାରେ ଗାଁର କିଛି ପ୍ରଭାବଶାଳୀ ଲୋକଙ୍କର ନାମ ସ୍ଥାନିତ କରିବାକୁ ମନାକରିବାରୁ ତାଙ୍କ ଉପରେ ଏଭଳି ଆକ୍ରମଣ ହୋଇଛି ।

ଘରେ ଥିବାବେଳେ ସେହି ପଞ୍ଚାୟତର ୮ ଜଣ ବ୍ୟକ୍ତି ତାଙ୍କ ଘରେ ପଶି ନିର୍ଧୁମ ପିଟିଥିଲେ । ଏହା ପୂର୍ବରୁ ସେମାନେ ମଧ୍ୟ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏ ଘଟଣାନେଇ ସେହି ଅଞ୍ଚଳରେ ଉତେଜନା ଲାଗି ରହିଛି ।

ଏ ଘଟଣାରେ ନିକିରାଇ ପୋଲିସ ଚନ୍ଦ୍ରଭାନୁ ମଲ୍ଲିକ ନାମକ ଜଣକୁ ଗିରଫ କରିଛ ବୋଲି ନିକିରାଇ ଆଇଆଇସି ମାନସି ପାତ୍ର କହିଛନ୍ତି । ସେ କହିଛନ୍ତି ଏହି ଘଟଣାରେ ଉଭୟ ପକ୍ଷରୁ ଚାରୋଟି ମାମଲା ରୁଜୁ କରାଯାଇଛି । ବର୍ତମାନ ତଦନ୍ତ ଚାଲିଛି । ତଦନ୍ତ ସରିଲେ ଘଟଣାର ସତ୍ୟାସତ୍ୟ ଜଣାପଡିବ ।

ଓଡିଶା ଡଟ୍ କମ୍

Exit mobile version