Site icon Odisha.com

ଚନ୍ଦକା ଅଭୟାରଣ୍ୟରେ ବାଘୁଣୀ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୮(ଓଡିଶା ଡଟ୍ କମ୍ )- ରାଜଧାନୀ ଉପକଂଠସ୍ଥ ଡମପଡା-ଚନ୍ଦକା ଅଭୟାରଣ୍ୟରେ ଗୋଟିଏ ମହାବଳ ବାଘୁଣୀ ଏବଂ ଗୋଟିଏ ଛୁଆ ବାଘ ବୁଲୁଥିବା ପାଦ ଚିହ୍ନରୁ ଜଣାପଡ଼ିଛି ବୋଲି ଚନ୍ଦକା ଡିଏଫଓ ଶିବନାରାୟଣ ମହାପାତ୍ର ଓ ଡମପଡ଼ା ରେଞ୍ଜ ଅଫିସର ପ୍ରବୋଧଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଏହି ବାଘ ସାତକୋଶିଆ ଜଙ୍ଗଲରୁ ଆଠଗଡ଼ ଆସି ମୁଣ୍ଡଳୀ ସେତୁ ମଧ୍ୟ ଦେଇ ଅଭୟାରଣ୍ୟ ଭିତରକୁ ଆସିଥିବା ସନ୍ଦେହ କରାଯାଉଛି । ଅଭୟାରଣ୍ୟ ନିକଟବର୍ତୀ ଅଞ୍ଚଳରେ ବାଙ୍କି ଉପଖଣ୍ଡର ଅବସ୍ଥିତ ଗ୍ରାମବାସୀ ଏଥିପ୍ରତି ସତର୍କ ରହିବାକୁ ଜଙ୍ଗଲ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭିତ ହୋଇ ରହିଛନ୍ତି । ଗତକାଲି ରାତିରେ କ୍ଷୀର ଗାଡିଆ ପୋଖରୀରେ ବାଘୁଣୀ ଓ ତାର ଛୁଆଁ ପାଣି ପିଇଥିବାର ପାଦଚିହ୍ନ ପଡିଛି । ୨ଦିନ ତଳେ ବାଙ୍କି ଉପଖଣ୍ଡ ଅନ୍ତର୍ଗତ ତାଳବସ୍ତ ଟାଟା ମାଇନସ ଖଣି ଅଞ୍ଚଳରେ ଗୋଟିଏ ବଡ଼ ବାଘ ଏବଂ ଗୋଟିଏ ଛୁଆ ବାଘର ପାଦ ଚିହ୍ନ ଠାବ କରାଯାଥିଲା ।

ଗତକାଲି ବାଁଆରା ପାଣି ପାଇପ ଲାଇନ କଡ଼ରେ ପୁନର୍ବାର ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିଲା । ଆଜି ପୁଣି ପିଠାଖିଆ ଓ ଡେରାଶ ଅଂଚଳରେ ବାଘର ପାଦଚିହ୍ନ ଠାବ କରାଯାଇଛି । ଏହି ବାଘଟି ଅଭୟାରଣ୍ୟ ମଧ୍ୟରେ ନିଜସ୍ୱ ଆଞ୍ଚଳିକ ସ୍ଥିତି ତିଆରି କରି ବିଚରଣ କରୁଥିବା ଡିଏଫଓ ପ୍ରକାଶ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version