Site icon Odisha.com

ଭାରତ ଓ ତିବ୍ଦତ ମିତ୍ରତା ଅମର ରହୁ-ଦଲମା ଗାୟରୀ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୩୦(ଓଡିଶା ଡଟ୍ କମ୍)-ତିବ୍ଦତ ଓ ହିନ୍ଦୁ ସମାଜ ଏକ । ଆମେ ସମସ୍ତେ ଏହାର ସୁରକ୍ଷା ପାଇଁ ପ୍ରତିବଦ୍ଧ ହେବା ଦରକାର । ହିନ୍ଦୁସ୍ଥାନରେ ଆଜି ୫୦ ହଜାର ତିବ୍ଦତୀୟ ଅଛନ୍ତି । ସେମାନଙ୍କୁ ଭାରତୀୟମାନେ ଅକୁଣ୍ଠ ସହଯୋଗ କରୁଛନ୍ତି ।

ଓଡିଶାରେଥିବା ଦୁଇ ହଜାର ତିବ୍ଦତୀୟଙ୍କୁ ଯେପରି ଓଡିଶାବାସୀ ସାହାର୍ଯ୍ୟ ସହଯୋଗ ଯୋଗାଇ ଦେଇ ଆସିଛନ୍ତି ସେଥିପାଇଁ ତିବ୍ଦତୀୟମାନଙ୍କ ଗୁରୁ ଦଲାଇଲାମାଙ୍କ ପ୍ରତିନିଧି ତଥା ତିବ୍ଦତୀୟଗଣ ରାଜ୍ୟର ଗୃହମନ୍ତ୍ରୀ ଦଲମା ଗାୟରୀ ଓଡିଶାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ଜାତି ଜନଜାତି ମଧ୍ୟରେ ସ୍ନେହ ସଦ୍ଭାବ ଓ ଆତ୍ମୀୟତା ପୂର୍ଣ୍ଣ ସଂପର୍କ ସୃଷ୍ଟିକରି ସାମାଜିକ ସମରସତା ମାଧ୍ୟମରେ ରାଷ୍ଟ୍ରନିର୍ମାଣର ମହାସ୍ରୋତରେ ସେମାନଙ୍କୁ ସାମିଲ କରିବାର ମହାନ ଆଭିମୁଖ୍ୟ ନେଇ ଜାତି ଜନଜାତି ସାଂସ୍କୃତିକ ସମାରୋହ ସମିତି ଦ୍ୱାରାଆୟୋଜିତ ଦଦୁଇ ଦିବସୀୟ ଜାତିମୁଖିଆ ମହାସମ୍ମିଳନୀ ରବିବାର ଦିନ ଉଦ୍ୟାପିତ ହୋଇଯାଇଛି ।

ଏହି ସମ୍ମିଳନୀରେ ମୁଖ୍ୟଅତିଥିରୂପେ ଯୋଗଦେଇ ଶ୍ରୀମତୀ ଗାୟରୀ ଓଡିଶା ବାସୀଙ୍କୁ ଧନ୍ୟବାଦ ଦେଇ କହିଲେ ତୀବତୀୟମାନେ ଜାତି ଭେଦରେ ବିଶ୍ୱାସ କରନ୍ତି ନାହିଁ । ସେ କେବଳ ମନୁଷ୍ୟ ଜାତିକୁ ମାନନ୍ତି । ଜାତି ଜନଜାତି ଆମର ଭାଇ ।

ତିବ୍ଦତ ଓ ଭାରତୀୟ ସଂସ୍କୃତି ଏକ । ଆମେ ଯେଉଁ ବୁଦ୍ଧଙ୍କୁ ପୂଜା କରୁଛୁ ଭାରତୀୟମାନେ ମଧ୍ୟ ପୂଜା କରୁଛନ୍ତି । ଦଶ ଅବତାର ମଧ୍ୟରେ ବୁଦ୍ଧ ପୂଜା ପାଉଛନ୍ତି ।

ଚୀନ କବ୍ଜାରେ ଆଜି ତିବ୍ଦତ । ହିନ୍ଦୁମାନଙ୍କର ପବୀତ୍ର ପୀଠସ୍ଥଳୀ କୈଳାସ ମାନସରବର ମଧ୍ୟ ଚୀନର ଅକ୍ତିଆରରେ । ଆମେ ସେହି ପବୀତ୍ର ପୀଠକୁ ଚୀନ କବ୍ଜାରୁ ମୁକ୍ତ କରିବାକୁ ଚାହୁଁଛୁ । ତିବ୍ଦତକୁ ସ୍ୱାଧୀନ କରିବାକୁ ଚାହୁଁଛୁ ।

ତିବ୍ଦତ୍ ହେଉଛି ଭାରତର ମସ୍ତିସ୍କ । ଭାରତର ଅଭିନ୍ନଅଙ୍ଗ । ଷଡଯନ୍ତ୍ରକରି ଏହାକୁ ଅଲଗା କରି ଦିଆଯାଇଛି । ଭାରତ ତିବ୍ଦତ ମିତ୍ରତାକୁ ଅଲଗା କରିବା ପାଇଁ ଯୋଜନା ଚାଲିଛି । ଏହାକୁ ପଣ୍ଡ କରିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେବା ଉଚିତ ବୋଲି ଶ୍ରୀମତୀ ଗାୟରୀ ପ୍ରକାଶ କରିଥିଲେ ।

ମୁଖ୍ୟବକ୍ତାରୂପେ ଯୋଗଦେଇ ସମାଜଶାସ୍ତ୍ରୀ ଡ.କୃଷ୍ଣ ଗୋପାଳ ଜୀ କହିଲେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କର ଅଧୁରାଙ୍କର କାମ ଓ ସ୍ୱପ୍ନକୁ ସାକାର କରିବା ପାଇଁ ଆଜିର ଏହି ଦିନରେ ଆମେ ସଂକଳ୍ପ ନେବା ଦରକାର ।

ଓଡିଶା ଏକ ଶାନ୍ତିର ରାଜ୍ୟ । ବିଦେଶୀ ସଂସ୍କୃତି ଓ ଧର୍ମର ଆକ୍ରମଣ ଯୋଗୁଁ ଅଶାନ୍ତ ସୃଷ୍ଟି ହେଉଛି । କିନ୍ତୁ ସାରା ବିଶ୍ୱରେ ଜଗନ୍ନାଥଙ୍କର ଶାନ୍ତିର ବାଣୀ ଆମ ଦ୍ୱାରା ପହଞ୍ଚାଯାଇ ପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ଧର୍ମଜାଗରଣ ସମିତର ଅଖିଳ ଭାରତୀୟ ସହସଂଗଠନ ମନ୍ତ୍ରୀ ରାଜେନ୍ଦ୍ରଜୀ କହିଲେ ହିନ୍ଦୁଙ୍କ ସଂଖ୍ୟା ଯେଉଁଠି କମିଛି ସେଠି ବିଦ୍ରୋହ ସୃଷ୍ଟି ହୋଇଛି । ସେ ଅଞ୍ଚଳ ଦେଶ ଠାରୁ ଅଲଗା ହୋଇଯାଇଛି ।

ଧର୍ମାନ୍ତରୀକରଣ ମାଧ୍ୟମରେ ଭାରତୀୟ ସଂସ୍କୃତି ଉପରେ ଆକ୍ରମଣ ହେଉଛି । ମୁସଲମାନ ଓ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ବଢି ଚାଲିଛି । ଆମ ସଂସ୍କୃତିରୁ ଚାଲିଯାଇଥିବା ପରିବାର ଓ ସମାଜ ଆମ ନିକଟକୁ ଫେରିଆସିବା ଦରକାର । ଆମମାନଙ୍କର ଏବେ ଠାରୁ ପ୍ରୟାସ ହେବା ଦରକାର ।

୬ କୋଟି ଖ୍ରୀଷ୍ଟିଆନ ଓ ୧୪ କୋଟି ମୁସଲମାନ ସମସ୍ତେ ଆମ ପରିବାରର ଅଂଶ । ଏବେ ସମୟ ଆସିଛି ତାଙ୍କୁ ପୁଣି ଏହି ମହାସ୍ରୋତରେ ସାମିଲ କରିବା ପାଇଁ । କାରଣ ଧର୍ମପରିବତର୍ନ ଦ୍ୱାରାଏକ ରାଷ୍ଟ୍ରବିରୋଧୀ ଠିଆ ହୋଇଛନ୍ତି । ସେମାନେ ଫେରି ଆସିଲେ ଦେଶରୁ ଆତଙ୍କବାଦ ସମେତ ବିଭିନ୍ନ ସମସ୍ୟା ଦୁରହୋଇ ମଜବୁତ ଭାରତ ହୋଇ ଛିଡା ହେବ ।

ତ୍ରୀଦଣ୍ଡିସ୍ୱାମୀ ଭଗବାନଦାସଜୀ ମହାରାଜ କହିଲେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରକୃତ ହତ୍ୟାକାରୀଙ୍କୁ ଗରିଫ କରାଯାଉ,ଦଣ୍ଡ ଦିଆଯାଉ । ନଚେତ ଆଗାମୀ ଦିନରେ ରାଜଧାନୀରେ ଲକ୍ଷାଧିକ ଜନଜାତି ଏକାଠି ହେବେ ।

ସ୍ୱାଗତ ସମିତିର ଅଧ୍ୟକ୍ଷ ସୁଦର୍ଶନ ଦାସ କହିଲେ ପ୍ରତ୍ୟେକ ଜନଜାତିର ସ୍ୱାଭିମାନ ଅଛି ଓ ସ୍ୱାତନ୍ତ୍ର୍ୟ ଅଛି । ସେମାନଙ୍କ ଉପରେ ଗବେଷଣା କରାଗଲେ ତାହା ସାରା ପୃଥିବୀକୁ ଦିଗ୍ଦର୍ଶନ ଦେଇପାରିବ ।

ସମିତିର ସଭାପତି ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ମୁକୁନ୍ଦରାଓ ପଣସିକର,ସେତୁ ମାଧବନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତଥା ସାଧୁସନ୍ଥମାନେ ଉଦ୍ବୋଧନ ଦେଇଥିଲେ ।

ଧର୍ମଜାଗରଣ ସମନ୍ୱୟ ବିଭାଗର ରାଜ୍ୟ ସଂଯୋଜକ ମଙ୍ଗୁଳୁ ଚରଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ଏହି ଅବସରରେ ରାଷ୍ଟ୍ରଭାଷା ପ୍ରଚାର ସମିତି ପଡିଆରୁ ହଜାର ହଜାର ଜନଜାତିଙ୍କର ଏକ ବିଶାଳ ପଟୁଆର ବାହାରି ପଦର୍ଶନୀ ପଡିଆ,ଶ୍ରୀରାମ ମନ୍ଦିର,ଶ୍ରୀୟାଛକ,ମାଷ୍ଟର କ୍ୟାଦିନ ଦେଇ ଲୋୟର ପିଏମ୍ଜି ଠାରେ ପହଁଚିଥିଲା ।

ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନଜାତିମାନେ ସେମାନଙ୍କର ପାରମ୍ପରିକ ବେଶ ଭୂଷାରେ ସଜ୍ଜିତ ହୋଇ ନିଜ ନିଜ ଭାଷାର ଗୀତର ତାଳେତାଳେ ନିଜ ନିଜ ଅଞ୍ଚଳର ନୃତ୍ୟ ପରିବେଷଣ କରିଚାଲିଥିଲେ ।

ମନେ ହେଉଥିଲା ରାଜଧାନୀର ରାଜରାସ୍ତାରେ ସତେ ଯେମିତି ପାଳିତ ହୋଇଛି ଜନଜାତିମାନଙ୍କର କୌଣସି ଉତ୍ସବ । ଆସିଥିବା ହଜାର ହଜାର ଜନଜାତିମାନେ ପାରମ୍ପରିକ ନୃତ୍ୟରେ ରାଜଧାନୀକୁ ଦୁଲୁକାଇ ଦେଇଥିôଲେ ।

ସୂଚନାଯୋଗ୍ୟ ଯେ,ଗତକାଲି ରାଷ୍ଟ୍ରଭାଷା ପ୍ରଚାର ସମିତି ପଡିଆ ଠାରେ ବିଶିଷ୍ଟ ସମାଜସେବୀ ଡକ୍ଟର କୃଷ୍ଣଗୋପାଳ ଜୀ ଶ୍ରୀ ଜଗନ୍ନାଥ ଓ ଭାରତମାତାଙ୍କ ମୂର୍ତ୍ତି ନିକଟରେ ଦ୍ୱୀପ ପ୍ରଜ୍ୱଳନ କରି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ଏହି ମହାସମ୍ମିଳନୀ ଡିସେମ୍ବର ୨୯ ଓ ୩୦ ଦଦୁଇ ଦିନଧରି ଚାଲିଥିଲା ।

ଓଡିଶା ଡଟ୍ କମ୍

Exit mobile version