Site icon Odisha.com

ଓଡିଶାରେ ଗୁଟ୍ଖା ସେବନ , ପ୍ରସ୍ତୁତି, ବିକ୍ରୟ ନିଷେଧ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୦୧ା୦୧(ଓଡିଶା ଡଟ୍ କମ୍)-ଓଡିଶାରେ ଗୁଟ୍ଖା ସେବନ , ପ୍ରସ୍ତୁତି ଏବଂ ବିକ୍ରୟକୁ ସରକାର ନିଷେଧ କରିଛନ୍ତି । ଏ ନେଇ ଖୁବ୍ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାଃ ଦାମୋଦର ରାଉତ କହିଛନ୍ତି ।

ଓଡିଶାରେ ଏହି ନିଷେଧ ଆଦେଶ ଲାଗୁ କରାଯିବା ସଂପର୍କରେ ସୂଚନା ଦେଇ ରାଉତ କହିଛନ୍ତି ଯେ ତମାଖୁ ମିଶ୍ରିତ ଗୁଟ୍ଖା ବ୍ୟବହାର କରିବା ଯୋଗୁ ସାଧାରଣତଃ ମୁଖ ଗହ୍ୱର କର୍କଟ ରୋଗରେ ଲୋକମାନେ ଆକ୍ରାନ୍ତ ହୋଇ ଥାଆନ୍ତି ।

ସମଗ୍ର ବିଶ୍ୱରେ ଏହି ରୋଗରେ ଆକ୍ରାନ୍ତଙ୍କ ମଧ୍ୟରୁ ଆମ ଦେଶରେ ପ୍ରାୟ ଅଧିକ ଲୋକ ଆକ୍ରାନ୍ତ । ସେହି ଦୃଷ୍ଟିରୁ ବିଚାର କରାଯାଇ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ନିମନ୍ତେ ଖାଦ୍ୟ ନିରାପତ୍ତା ଏବଂ ମାନକ ( ବିକ୍ରୟ କଟକଣା ଓ ନିଷେଧ ) ନିୟମାକ ୨୦୧୧ ଧାରା ୨୩୪ ଅନୁଯାୟୀ ଏହି ନିଷେଧ କରାଯାଇଛି ।

ପୂର୍ବରୁ ଦେଶର ୧୨ ଟି ରାଜ୍ୟରେ ଏହାକୁ ନିଷେଧ କରାଯାଇଥିବା ବେଳେ ବର୍ତ୍ତମାନ ଓଡିଶା ୧୩ତମ ରାଜ୍ୟ । ଏ ନେଇ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଗୋଧଓା୍ୱରା ପାନ ମସଲା ଏବଂ କେନ୍ଦ୍ରସରକାରଙ୍କ ଏକ ମାମଲାରେ ଏହାକୁ ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ନିଷେଧ କରିବାକୁ କହିଥିଲେ ।

ବିହାର , କେରଳ ,ମଧ୍ୟପ୍ରଦେଶ , ରାଜସ୍ଥାନ , ଛତିଶଗଡ ଏବଂ ମହାରଷ୍ଟ୍ର ଆଦି ଅନେକ ରଜ୍ୟରେ ତମାଖୁ ମିଶ୍ରିତ ଗୁଟ୍ଖାକୁ ନିଷେଧ କରିଛନ୍ତି । ଏହିରି ସ୍ଥଳେ ସମସ୍ତ ଦୃଷ୍ଟିରୁ ବିଚାର କରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟରେ ତମାଖୁ ମିଶ୍ରିତ ଗୁଟ୍ଖା ସେବନ , ପ୍ରସ୍ତୁତି ଏବଂ ବିକ୍ରୟ ଉପରେ ନିଷେଧାଦେଶ ଲଗାଇଛନ୍ତି ।

ଏ ନେଇ ଆସନ୍ତା ଦଦୁଇ ତିନିଦିନ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବିଧିବଦ୍ଧ ର୍ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ରାଉତ ପ୍ରକାଶ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version