Site icon Odisha.com

ଓୟୁଜେ ଦ୍ୱିବାର୍ଷିକ ଅଧିବେଶନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧(ଓଡିଶା ଡଟ୍ କମ୍)- ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ୨୧ତମ ଦ୍ୱିବାର୍ଷିକ ଅଧିବେଶନ ଓ ସାଧାରଣ ପରିଷଦ ବୈଠକ ଆସନ୍ତା ୬ ତାରିଖ ରବିବାର ଦିନ ସ୍ଥାନୀୟ ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବ ।

ଦିବସ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓୟୁଜେର ସମସ୍ତ ସଦସ୍ୟ ଯୋଗଦେବା ଲାଗି ସଭାପତି ପ୍ରସନ୍ନ ମହାନ୍ତି ଓ ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ନାୟକ ଜଣାଇଛନ୍ତି ।

ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଅଧିବେଶନରେ ରାଜ୍ୟର ବିଭିନ୍ନ ଭାଗରୁ ଏକ ହଜାରରୁ ଅଧିକ ସାମ୍ବାଦିକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ ୧୧ଟାରେ ଉତ୍ସବ ଉଦ୍ଘାଟନ ହେବ ।

ଏଥିରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ‘ଓୟୁଜେ ମିଡିଆ ସମ୍ମାନ ୨୦୧୩’ ପ୍ରଦାନ କରାଯିବ । ଅପରାହ୍ନରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ଅଧିବେଶନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଲୋଚନା କରାଯାଇ ପ୍ରସ୍ତାବ ଗ୍ରହଣ କରାଯିବ ।

ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ୨୦୧୩-୧୪ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନର ଫଳାଫଳ ଘୋଷଣା କରାଯିବ ।

ଓଡିଶା ଡଟ୍ କମ୍

Exit mobile version