Site icon Odisha.com

ଭୂବନେଶ୍ୱରରେ ବିଶ୍ୱ ଓଡିଆ ସମାଜ ସମ୍ମିଳନୀ ଆରମ୍ଭ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୯(ଓଡିଶା ଡଟ୍ କମ୍)-“ଆମେ ହିଁ ପରିବର୍ତନ” ଶୀର୍ଷକକୁ ଭିତିକରି, ସଂସ୍କୃତି ଭାରତୀ ଫାଉଣ୍ଡେସନ୍, ଆମେରିକା ଦ୍ୱାରା ଭୂବନେଶ୍ୱରର ଜନତାମଇଦାନ ରେ ତିନିଦିନ ବ୍ୟାପି ବିଶ୍ୱ ଓଡିଆ ସମାଜ ସମ୍ମୀଳନୀ ଉଦ୍ଘାଟିତ ହୋଇଛି ।

ଉତମ ମାନବ, ଉନ୍ନତ ରାଷ୍ଟ୍ର, ସମାଜ ସମୃଦ୍ଧିର ଲକ୍ଷକୁ ନେଇ ଜାନୁୟାରୀ ୭ ତାରିଖ ସନ୍ଧ୍ୟାରେ ଆରମ୍ଭ ହୋଇଛି ବିଶ୍ୱ ଓଡିଆ ସମାଜ ସମ୍ମିଳନୀ, ମାଁ, ଚାଷ ଓ ପାଠକୁ ଗୁରୁତ୍ୱ ଦେଇ ପ୍ରଥମ ସନ୍ଧ୍ୟାରେ ମା ମାନଙ୍କ ପାଇଁ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମକୁ ଉତ୍ସର୍ଗ କରାଯାଇଛି । ଏହାପରେ ପ୍ରଭୂଜୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ପିଲାଙ୍କ ଦଦ୍ୱାରାସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଜାନୁୟାରୀ ୮ ତାରିଖ, ସମ୍ମିଳନୀର ଦ୍ୱିତୀୟ ଦିନ ଚାଷୀମାନଙ୍କ ଉଦେ୍ଧଶ୍ୟରେ ଉସର୍ଗ କରାଯାଇଛି । ଇତ୍ୟବସରରେ ଦିବା ଘ୧୧.୦୦ ରୁ ଘ ୫.୦୦ ପର୍ଯ୍ୟନ୍ତ “ଜଣେ ବ୍ୟକ୍ତି ଏକ ଅନୁଷ୍ଠାନରେ କିପରି ରୂପାନ୍ତରିତ ହୋଇପାରିବ”, ଶୀର୍ଷକକୁ ନେଇ ବିମର୍ଶ ଓ ପର୍ଯ୍ୟାଲୋଚନା ଅନୁଷ୍ଠିତ ହୋଇଯାଇଛି ।

ବିମର୍ଶରେ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ସାଧୁ, ସନ୍ଥ, ଛାତ୍ର, ଛାତ୍ରୀ, ଯୁବକ, ଯୁବତୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ସାହିତ୍ୟିକ, ଲେଖକ, ଲେଖିକା ବକ୍ତା ତଥା ସମାଜର ଅନ୍ୟାନ୍ୟ ବର୍ଗର ବୁଦ୍ଧିଜୀବୀମାନେ ଯୋଗଦାନ କରି ଓଡିଆ ଭାଷା, ସଂସ୍କୃତି, ଚେତନା ଓ ଆଦର୍ଶକୁ ଉଜ୍ଜିବିତ କରିବା ସହିତ ନିଜେ ଗୋଷ୍ଟି ସ୍ୱାର୍ଥରୁ ଉର୍ଦ୍ଧକୁ ଉନ୍ନିତ ହୋଇ, ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି ।

ଦ୍ୱିତୀୟ ସନ୍ଧ୍ୟାରେ ଭାବଗ୍ରାହୀ କଳାନିକେତନ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳିତ ହୋଇଯାଇଛି ।

ଜାନୁୟାରୀ ୯ ତାରିଖ କାର୍ଯ୍ୟର ତୃତୀୟ ତଥା ଅନ୍ତିମ ଦିନକୁ ମୂଲ୍ୟବୋଧ ଭିତିିକ ଶିକ୍ଷା ଉଦେ୍ଧଶ୍ୟରେ ଉତ୍ସର୍ଗ କରାଯିବା ସହିତ କୃଷକମାନଙ୍କ ଉନ୍ନତି ତଥା ଆର୍ଥିକ ମାନଦଣ୍ଡରେ ସୁଧାର ଆଣିବା ପାଇଁ ବିମର୍ଶ ଓ ପର୍ଯ୍ୟାଲୋଚନା କରାଯିବ ।

ଓଡିଶା ଡଟ୍ କମ୍

Exit mobile version