• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସମ୍ବାଦଦାତା ଲେଖାର ଧାରା ବଦଳାଇବାକୁ ଚେଷ୍ଟା କରିବା ଆବଶ୍ୟକ: ମତ

January 9, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୯(ଓଡିଶା ଡଟ୍ କମ୍)- ଆଜିକାଲିକାର ସାମ୍ବାଦିକମାନେ ଗତାନୁଗତିକତା ବା ପାରମ୍ପରିକତା ଠାରୁ ଟିକେ ଦୂରେଇ ଯାଇ, ଟିକେ ବାଟ ଭାଙ୍ଗି ଭିନ୍ନ ଧାରାରେ ରିପୋଟିଂ ବା ସମ୍ବାଦ ପରିବେଷଣ କରିବା ଲାଗି ଭୁବନେଶ୍ୱରରୁ ପ୍ରକାଶିତ ଦୈନିକ ଓଡ଼ିଆ ଖବରକାଗଜ ‘ସାହାଣମେଲା’ ର ସମ୍ପାଦକ ଶ୍ରୀ ଦେବେନ୍ଦ୍ର ନାଥ ଦାଶ ପରାମର୍ଶ ଦେଇଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟ- ଅନୁବନ୍ଧିତ ‘ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ଇନ୍ଫର୍ମେସନ୍ ଟେକ୍ନୋଲୋଜି (ଅମିତ୍) ର ଭୁବନେଶ୍ୱର – ମଞ୍ଚେଶ୍ୱର ସ୍ଥିତ ସ୍ନାତକୋତ୍ତର ସାମ୍ବାଦିକତା ଓ ଗଣ-ଯୋଗାଯୋଗ ବିଭାଗ ଆନୁକୂଲ୍ୟରେ ଆଜି ଅନୁଷ୍ଠିତ ‘ଓଡ଼ିଆ ସାମ୍ବାଦିକତାର ବିକାଶ’ ଶୀର୍ଷକ ଆଲୋଚନାଚକ୍ରରେ ଅତିଥି ଭାବେ ଯୋଗ ଦେଇ ସେ କହିଲେ ଯେ ସାମ୍ବାଦିକ ମାନେ ଭଲ ହେବା ପାଇଁ ସବୁବେଳେ ଚେଷ୍ଟା କରିବା ଆବଶ୍ୟକ ।

ସେମାନେ ଚାହଁଲେ ରିପୋଟିଂ କଲା ବେଳେ ଆବଶ୍ୟକ ସ୍ଥଳେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଆଉଁଷି ଦେବା ସଙ୍ଗେ ସଙ୍ଗେ ସେମାନଙ୍କ ଚୋପା ମଧ୍ୟ ଛଡ଼ାଇ ଦେଇପାରିବେ ।

ସେ କହିଲେ ଯେ ସାମ୍ବାଦିକତା ହେଉଛି ଏକ ସମ୍ମାନଜନକ ପେସା । ଜଣେ ସାମ୍ବାଦିକ ହେବାକୁ ଆଗ୍ରହ ପ୍ରକାଶ କଲେ, ସେ ବହୁବିଧ ପ୍ରତିଭାଧାରୀ ହୋଇଥିବା ଆବଶ୍ୟକ । ତାଙ୍କ ଚିନ୍ତାଧାରା ‘ଡାଇନାମିକ୍’ ହେବା ଦରକାର । ସାହିତ୍ୟ ସହିତ ସାମ୍ବାଦିକତା ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବା ଯୋଗୁଁ ସାମ୍ବାଦିକମାନଙ୍କର ଅଭିଧାନଗତ ତଥା ବ୍ୟାକରଣଗତ ଜ୍ଞାନ ରହିବା ସର୍ବାଦୌବାନୀୟ ।

ଦାଶ କହିଲେ ଯେ ସମ୍ପ୍ରତି ସମ୍ବାଦପତ୍ର ଗୁଡିକ ବିଭିନ୍ନ ରାଜନୈତିକ ଦଳ ବା କର୍ପୋରେଟ୍ ହାଉସ୍ ଅଥବା ଅର୍ବୁଦପତିଙ୍କ ସହିତ ସମ୍ପୃକ୍ତ ଥିବା ଯୋଗୁଁ ଅଧୁନା ରିପୋର୍ଟର ମାନେ ସ୍ୱାଧୀନ ବା ନିରପେକ୍ଷ ଭାବେ ଲେଖି ପାରୁନାହାନ୍ତି । ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ସହିତ ‘ସାହାଣମେଲା’ର ନାମଗତ ତଥା ଭାବଗତ ସମ୍ପର୍କ ରହିଛି ।

ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ଓଡ଼ିଆ ଜାତିର ପରିଚୟ ଏବଂ ଓଡ଼ିଆ ମାନଙ୍କ ତ୍ରାଣକର୍ତ୍ତା । ‘ସାହାଣମେଲା’ଶବ୍ଦର ଅର୍ଥ ହେଉଛି ଯାହା ସର୍ବସାଧାରଣଙ୍କ ଲାଗି ଖୋଲା ।

ଦାଶ କହିଲେ ଯେ ଯେଉଁ ସମ୍ବାଦ ପ୍ରକାଶନ ଦ୍ୱାରାଜନସମାଜର କୌଣସି ଉପକାର ହୁଏ ନାହିଁ ,ବରଂ କ୍ଷତି ହୁଏ – ସେ ପ୍ରକାର ସମ୍ବାଦର ପରିବେଷଣ ସର୍ବଥା ତଥା ସର୍ବଦା ବର୍ଜ୍ଜନୀୟ ।

ବିଭିନ୍ନ ଘଟଣାରେ ଦେଖାଯାଉଛି ଯେ ନିର୍ଦ୍ଧିଷ୍ଟ ଗୋଷ୍ଠୀର ସଦସ୍ୟମାନେ ସର୍ବତ୍ର ଗଣ୍ଡଗୋଳ ଘଟାଉଛନ୍ତି । ଅଥଚ ଦଳେ ନୀରିହ ବା ଡରୁଆ ଲୋକ ଗୋଳିଆପାଣିକୁ ଗୋଡ଼ ନ ବଢ଼ାଇବା ନ୍ୟାୟରେ ଅନ୍ୟାୟର ପ୍ରତିବାଦ ନ କରି ଚୁପଚାପ ରହିଯାଉଛନ୍ତି । କିନ୍ତୁ ବେଳେ ବେଳେ ବା ସ୍ଥଳ ବିଶେଷରେ ସେମାନେ ମଧ୍ୟ ମାଡ଼ ଖାଇଯାଉଛନ୍ତି ।

ଗୁଣ୍ଡା,ବଦ୍ମାସ୍ ମାନଙ୍କ ଯୋଗୁଁ ନୀରିହ ଛାତ୍ରଛାତ୍ରୀ ବା ଅନ୍ୟ ଲୋକମାନେ ଅଯଥା ବଦ୍ନାମ୍ ହେଉଛନ୍ତି ।

‘ଅମିତ୍’ ସାମ୍ବାଦିକତା ବିଭାଗର ମୁଖ୍ୟ ତଥା ପ୍ରଫେସର ବନବିହାରୀ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମ୍ପାଦାନରେ ବିଭାଗୀୟ ସଂଯୋଜକ,ଅଧ୍ୟାପକ ଟିକାୟତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଦୀପକ ରଞ୍ଜନ ଆଚାର୍ଯ୍ୟ ବେଦରୁ ଶ୍କୋକ ଆବୃତ୍ତି କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜେଶ କୁମାର ଆଚାର୍ଯ୍ୟ, ସ୍ଥିତିପ୍ରଜ୍ଞା ଦାସ, ସ୍ୱର୍ଣ୍ଣପ୍ରଭା ଦାସ, ରୋଜି ନାଏକ, ରଞ୍ଜନ କୁମାର ପଟ୍ଟନାୟକ, ନିହାରିକା ରାଉତ, ନିବେଦିତା ରଥ, ସୁପ୍ରଭା କାନୁନଗୋ, ରମାକାନ୍ତ ବିଶ୍ୱାସ, ସ୍ୱର୍ଣ୍ଣଲତା ଭାରିମଲ୍ଲ, ରାଜେଶ କୁମାର ଆଚାର୍ଯ୍ୟ, ମୁକେଶ କୁମାର ମଙ୍ଗରାଜ,ସୋନାଲି ମହାପାତ୍ର,ଗାୟତ୍ରୀ ଲେଙ୍କା, ସୁମିତ୍ରା ପାତ୍ର, ମୌସୁମୀ ପଟ୍ଟନାୟକ,ସୁମନ୍ କୁମାର ବାନାର୍ଜୀ,ମମତା ଭୁଜବଳ, ରଶ୍ମିତା ମିଞ୍ଜ୍ ଏବଂ ରୀତାରାଣୀ ଘୋଷ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅମିତ୍, ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଆ ଖବରକାଗଜ, ଛାତ୍ରଛାତ୍ରୀ, ସମ୍ବାଦଦାତା

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version