Site icon Odisha.com

ଭୁବନେଶ୍ୱରରେ କୁକିମ୍ୟାନ୍ ର ପ୍ରଥମ ଷ୍ଟୋର ଉଦ୍ଘାଟନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୧(ଓଡିଶା ଡଟ୍ କମ୍ )- ସ୍ଥାନୀୟ ଭବାନୀମଲ ଠାରେ ଭାରତର ଅଗ୍ରଣୀ ଫ୍ରେସ ବେକ୍ଡ ପ୍ରିମିୟମ କୁକି ବ୍ରାଣ୍ଡ, କୁକିମ୍ୟାନର ଭୁବନେଶ୍ୱରରେ ପ୍ରଥମ ଷ୍ଟୋରର ଶୁଭଉଦ୍ଘାଟନ କରାଯାଇଛି । ଏଠାରେ କ୍ରିସପି କ୍ରଞ୍ଚି କୁକିଜ୍ ଠାରୁ ଆରମ୍ଭ କରି କ୍ରିମ ଭର୍ତ୍ତି କୁକିଜ୍, ଚକୋଲେଟ୍ ଡିପ୍ଡ କୁକିଜ୍ ପରି ୫୦ ପ୍ରକାରର କୁକିଜ୍ ଉପଲବ୍ଧ ।

ଦୀର୍ଘ ୫୦ ବର୍ଷ ହେବ କୁକିମ୍ୟାନ ତାର ରେସିପିରେ ବେକ୍ ପ୍ରଣାଳୀ ଏବଂ ଅଷ୍ଟ୍ରେଲିଆର ପରମ୍ପରା ବ୍ୟବହାର କରିଆସୁଛି । ଉନ୍ନତମାନର ସ୍ୱାଦ ଏବଂ କ୍ୱାଲିଟି ପାଇଁ କୁକିମନ୍ସର ଉତ୍ପାଦ ବେଶ୍ ପରିଚିତ ।

ଏହି ଅବସରରେ ଅଷ୍ଟ୍ରେଲିଆନ ଫୁଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ମୁଖ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀ ଅନୁପମ ସଲୁଜା କହିଛନ୍ତି ଯେ ବନ୍ଧୁ ବାନ୍ଧବ ଏବଂ ପରିବାର ପାଇଁ ଏହି ଫ୍ରେସ ବେକ୍ଡ ଡିଲାଇଟ ଏକ ସର୍ବୋକ୍ରୃଷ୍ଟ ଉପହାର ହେବାସହ ଏଠାରେ ଉପଲବ୍ଧ ସମସ୍ତ ଉତ୍ପାଦ ଏଗ୍ଲେସ ତେଣୁ ନିରାମିଶଙ୍କ ପାଇଁ ଏହା ଏକ ଖୁସିର ବିଷୟ ।

ତେଣୁ ନିଜ ପ୍ରିୟଜନଙ୍କ ସହ କୁକିମନର ଏହି ଷ୍ଟୋରରେ ଉପଲବ୍ଧ ନୁତନ ଚେୱି କାରାମଲ କୁକିଜ୍, ବ୍ରେଡ କୁକି, ଏବଂ ଅନ୍ୟାନ୍ୟ କୁକିଜ୍ ର ମଜା ନେବା ସହ ବିଭିନ୍ନ ଫ୍ଲେଭରର ମଧ୍ୟ ମଜା ନେଇପାରିବେ ବୋଲି ଶ୍ରୀ ସଲୁଜା କହିଛନ୍ତି ।

ଏହି ନୁତନ ଷ୍ଟୋରରେ କୁକିମ୍ୟାନ ସମସ୍ତ ରେଞ୍ଜର ଉତ୍ପାଦ ଯଥା ବ୍ରାଉନିଜ୍, ଆଇସକ୍ରିମ, ପଫସ୍ ଏବଂ ମୁଫିନ୍ସ ଉପଲବ୍ଧ ହେବା ସହ ଆପଣ ହଟ୍ କିମ୍ବା କୋଲ୍ଡ ବେଭରେଜ ମଧ୍ୟ ପାଇପାରିବେ । ବର୍ତ୍ତମାନ ସୁଦ୍ଧା ଭାରତର ୨୨ଟି ସହରରେ କୁକିମନ୍ ର ୫୦ଟି ଷ୍ଟୋର ରହିଛି ।

ଅଷ୍ଟ୍ରେଲିଆନ ଫୁଡ୍ସ ଇଣ୍ଡିଆ ପ୍ରାଇଭେଟ ଳିମିଟେଡ ଇଣ୍ଡୋ-ଅଷ୍ଟ୍ରେଲିଆନର ଏକ ଯୌଥ କମ୍ପାନୀ ।

କମ୍ପାନୀ ଭାରତରେ ଏହାର ବ୍ୟବସାୟିକ ଅଭିବୃଦ୍ଧି ନିମନ୍ତେ ୨୦୦୦ମସିହାରେ ଚେନ୍ନାଇଠାରେ ପ୍ରଥମ କୁକିମନ ଆଉଟଲେଟ ଖୋଳିଥିଲା । ବର୍ତ୍ତମାନ କୁକିମନ ଫାନ୍ଚାଇଜ୍ ମଡେଲରେ କାର୍ଯକରୁଛି । ଏହାର ପ୍ରତିଷ୍ଠାତା କେଭିନ୍ ହକ୍ଟଳର ୧୯୫୮ ସମିହାରେ ମେଲବୋର୍ଣ୍ଣଠାରେ ପ୍ରଥମ ଷ୍ଟୋର ଖୋଲିଥିଲେ ।

ଓଡିଶା ଡଟ୍ କମ୍

 

Exit mobile version