• Skip to primary navigation
  • Skip to main content
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡ଼ିଶୀ ସଙ୍ଗୀତ ଉତ୍ସବର ଉଦଯାପନୀ ସଂଧାରେ ଛାନ୍ଦ, ଚମ୍ପୁ ଓ ଓଡ଼ିଶୀ

January 11, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୦(ଓଡିଶା ଡଟ୍ କମ୍)- ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ରାଜ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ଗବେଷଣା କେନ୍ଦ୍ର ଦ୍ୱାରାଆୟୋଜିତ ଓଡ଼ିଶୀ ସଙ୍ଗୀତ ଉତ୍ସବର ଆଜି ଥିଲା ଅନ୍ତିମ ଦିବସ ।

ଶେଷ ସଂଧ୍ୟାର ପ୍ରଥମ ଶିଳ୍ପୀଥିଲେ ବିଶିଷ୍ଟ ଗୁରୁ ପଣ୍ଡିତ ଡ଼.ଦାମୋଦର ହୋତା । ରାଗ ନଟ କଲ୍ୟାଣୀ ଏବଂ ତାଳ ନିଶାରୀରେ ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ବନ୍ଦନା ।

ପରବର୍ତୀ ପ୍ରସ୍ତୁତି ଥିଲା ରାଗ ନଟ କଲ୍ୟାଣୀ ଓ ତାଳ ଏକତାଳୀରେ କବିସୂର୍ଯ୍ୟଙ୍କ ରଚନାରୁ ଆଜି ଏକି ଗୁମାନରେ ପ୍ରବନ୍ଧ ଏବଂ ପରେ ପରେ ସେହି ନଟ କଲ୍ୟାଣୀ ରାଗ ଓ ତାଳ ତ୍ରିପଟା ଉପରେ ଆଧାରିତ ଅନ୍ୟ ଏକ ପ୍ରସ୍ତୁତି ତ୍ରିଭଙ୍ଗ ଯେଉଁଥିରେ ଡ଼.ହୋତା ଓଡ଼ିଶୀର ବିଭିନ୍ନ ବିଭାଗକୁ ଚମକ୍ତାର ଭାବେ ପରିବେଷଣ କରିଥିଲେ ।

ତାଙ୍କ ସହିତ ମର୍ଦ୍ଧଳରେ ସହଯୋଗିତା କରିଥିଲେ ଜୟଦେବ ଗିରି, ହାରମୋନିୟମରେ ପ୍ରଶାନ୍ତ କୁମାର ପାଢୀ, ବେହେଲାରେ ଗୁରୁ ବାଇଧର ରାଉତ, ତାନପୁରା ଏବଂ କଣ୍ଠରେ ସହଯୋଗିତା କରିଥିଲେ ପ୍ରଣତୀ ଏବଂ ଚନ୍ଦନ । ସଂଧ୍ୟାର ଦ୍ୱିତୀୟ ଶିଳ୍ପୀଥିଲେ ପ୍ରତିଭାବାନ ଯୁବ କଣ୍ଠଶିଳ୍ପୀ ରୂପକ କୁମାର ପରିଡ଼ା ।

ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ରାଗ କାମୋଦି ଏବଂ ତାଳ ତ୍ରିପଟା ଉପରେ ନିବଦ୍ଧ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନା ପ୍ରବନ୍ଧ ‘ଆସି ଘନକାଳ ହୋଇଲାରେ’ ଏବଂ ପରେ ଗୀତଗୋବିନ୍ଦରୁ ‘ରମତେ ଯମୁନା ପୁଲିନ ବନେ’ ପରିବେଷଣ କରିଥିଲେ ଯାହା ରାଗ ମିଶ୍ର ପିଲୁ ଓ ତାଳ ଖେମଟା ଉପରେ ଆଧାରିତ ଥିଲା ।

ତାଙ୍କ ସହିତ ମର୍ଦ୍ଧଳରେ ସହଯୋଗିତା କରିଥିଲେ ଗୁରୁ ବିଜୟ କୁମାର ବାରିକ୍‍, ହାରମୋନିୟମରେ ପ୍ରଣୟ କୁମାର ପଲେଇ, ତାନପୁରାରେ ରାଜସ୍ମିତା ଓଝା, ସ୍ୱରମଣ୍ଡଳରେ ବାଳକୃଷ୍ଣ ଜେନା ଏବଂ ମଞ୍ଜିରାରେ ଅନିଲ କୁମାର ଓଝା । ରୂପକଙ୍କ ପରିବେଷଣରେ ଓଡ଼ିଶୀ ଗାୟନ ଶୈଳୀର ଚମକ୍ରାରିତାକୁ ଶ୍ରୋତାମାନେ ଉପଭୋଗ କରିଥିଲେ । ପରବର୍ତୀ ଶିଳ୍ପୀଥିଲେ ଖ୍ୟାତନାମା ଗାୟିକା ସଙ୍ଗୀତା ଗୋସାଇଁ ।

ସେ ରାଗ କଲ୍ୟାଣ ଓ ତାଳ ଏକତାଳି ଉପରେ ଆଧାରିତ କବି ବନମାଳୀଙ୍କ ରଚିତ ପ୍ରବନ୍ଧ ‘ଲୋଡ଼ା ନାହିଁ ପ୍ରୀତି’ ଏବ ପରେ ଧ ଚମ୍ପୂରେ ରାଗ ହରପ୍ରିୟା ଏବଂ ତାଳ ଆଡ଼ତାଳିରେ ଆଧାରିତ ପ୍ରବନ୍ଧ ‘ଧୀରାରେ କି ଧନ ତୁ ନ ଦେଲୁ ଆଜ’ ଏବଂ ଶେଷରେ ସେ ପରିବେଷଣ କରିଥିଲେ ଛାନ୍ଦ ‘ମଙ୍ଗଳେ ଅଇଲେ ଉଷା’ ଯାହା ରାଗ ଚୋଖି ଓ ତାଳ ରୂପକ ଉପରେ ନିବଦ୍ଧ ଥିଲା ।

ସଙ୍ଗୀତାଙ୍କର ଓଡ଼ିଶୀ ରମ୍ପୁ ଓ ଛାନ୍ଦ ପରିବେଷଣରେ ବିଭୋର ହୋଇଥିଲେ ଶ୍ରୋତାମାନେ । ତାଙ୍କୁ ମର୍ଦ୍ଧଳରେ ଗୁରୁ କାଳନ୍ଦୀ ଚରଣ ପରିଡ଼ା, ହାରମୋନିୟମରେ ଅଜୟ ଦାସ ଏବଂ ତାନପୁରାରେ ଲକ୍ଷ୍ମୀପ୍ରିୟା ନାୟକ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ଶେଷ ଶିଳ୍ପୀମାନେ ଥିଲେ ବିଶିଷ୍ଟ ମର୍ଦ୍ଧଳ ବାଦକ ଗୁରୁ ସଚ୍ଚିଦାନନ୍ଦ ଦାସ ଏବଂ ତାଙ୍କୁ ସହଯୋଗ କରିଥିଲେ ତାଙ୍କ ଛାତ୍ର ଦ୍ୱୟ ଅରୂପ ଦାସ ଓ ମୁରଲୀଧର ସ୍ୱାଇଁ ।

ସେମାନେ ଆଦିତାଳରେ ମର୍ଦ୍ଧଳର ବିଭିନ୍ନ ବାଣୀକୁ ଯଥା ଗଡ଼ି, ଖଣ୍ଡି, ଅରଶା, ଜମାଣ, ଛନ୍ଦବାଦ, ରଗଡ଼, ମାନ ଓ ଭଉଁରୀମାନ ଇତ୍ୟାଦିକୁ ଅତି ନିଖୁଣ ଭାବରେ ପରିବେଷଣ କରି ଶ୍ରେତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ତାଙ୍କୁ ହାରମୋନିୟମରେ ସହଯୋଗ କରିଥିଲେ ଗୁରୁ ନିତ୍ୟାନନ୍ଦ ମହାପାତ୍ର ।

ଆଜି ସଂଧ୍ୟାର ଅତିଥି ଥିଲେ ପୂର୍ବତନ ପୋଲିସ ମହାନିଦେ୍ର୍ଧଶକ ଶ୍ରୀଯୁକ୍ତ ବିପିନ ବିହାରୀ ମିଶ୍ର; ପୂର୍ବତନ ପ୍ରଶାସକ ଶ୍ରୀଯୁକ୍ତ ବିବେକ ପଟ୍ଟନାୟକ, ପର୍ଯ୍ୟଟନ ବିଭାଗର ନିଦେ୍ର୍ଧଶକ ଶ୍ରୀଯୁକ୍ତ ହରିଶଙ୍କର ଉପାଧ୍ୟାୟ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୂଖ୍ୟ ନିର୍ବାହୀ ଗୁରୁ ରାମହରି ଦାସ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ମୃତୁ୍ୟଞ୍ଜୟ ରଥ ଏବଂ ଶିବାଙ୍ଗୀ ମହାପାତ୍ର ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମନୋରଞ୍ଜନ Tagged With: ଗବେଷଣା, ଗୁରୁ କେଳୁଚରଣ, ପର୍ଯ୍ୟଟନ, ସଂସ୍କୃତି

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Go to mobile version