Site icon Odisha.com

ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତିକୁ ଜାତୀୟ ସ୍ତରରେ ପୁରସ୍କାର

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୧(ଓଡିଶା ଡଟ୍ କମ୍)- ଏଚ୍.ଆଇ.ଭି / ଏଡସ୍ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ରେଡ ରିବନ ଏକ୍ସପ୍ରେସ ଦେଶର ବିଭିନ୍ନ ରାଜ୍ୟରେ ଗସ୍ତ କରିଥିଲା । ଓଡିଶାରେ ଏହି ରେଡ ରିବନ ଏକ୍ସପ୍ରେସର ଗସ୍ତକୁ ସଫଳତାର ସହିତ ସୁପରିଚାଳନା କରାଯାଇ ପାରିଥିବାରୁ ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ ( ନାକୋ ) ତରଫରୁ ଓଡିଶା ଏଡସ୍ ନିୟନ୍ତ୍ରଣ ସମିତିକୁ ଚାରୋଟି ପୁରସ୍କାର ପ୍ରଦାନ କରାଯିବା ପାଇଁ ମନୋନିତ କରାଯାଇଛି ।

ନାକୋ ସୂତ୍ରରୁ ପ୍ରକାଶ ଯେ ଓଡିଶାରେ ରାଜ୍ୟ ସ୍ତରରେ ରେଡ୍ ରିବନ ଏକ୍ସପ୍ରେସର ସଫଳତମ ସୁପରିଚାଳନା ନିମନ୍ତେ ପ୍ରକଳ୍ପ ନିଦେ୍ର୍ଧଶକ ଡାଃ ପ୍ରମୋଦ ମେହେର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ଜନସାଧାରଣ ଏହି ରେଡ୍ ରିବନ ଏକ୍ସପ୍ରେସ ପରିଦର୍ଶନ କରିଥିବାରୁ ଜିଲ୍ଲାପାଳ ଡାଃ କିଶନ କୁମାରଙ୍କୁ ପୁରସ୍କୃତ କରାଯିବ ।

ସେହିପରି କଟକ ଜିଲ୍ଲା ନୋଡାଲ ଅଫିସର ଶାନ୍ତନୁ ପୃଷ୍ଟି ଏବଂ ଗଞ୍ଜାମ ଏଡସ୍ ନିୟନ୍ତ୍ରଣ କେନ୍ଦ୍ର କାର୍ଯ୍ୟକ୍ରମ ଅଧିକାରୀ ଦେବବ୍ରତ ମହାପାତ୍ର ମଧ୍ୟ ସମ୍ମାନିତ କରାଯିବ । ପ୍ରକାଶ ଥାଉକି ଗତ ବର୍ଷ ଜୁନ – ଜୁଲାଇ ମାସରେ ଏଡସ୍ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ ରାଜ୍ୟର ୧୦ଟି ରେଳଷ୍ଟେସନରେ ରହଣୀ କରିଥଲା ।

ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ଏହାକୁ ପରିଦର୍ଶନ କରିଥିଲେ । ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ଏହାକୁ ପରିଦର୍ଶନ କରି ଜାତୀୟ ସ୍ତରରେ ଏକ ରେକର୍ଡ ସୃଷ୍ଟି କରିଥିଲା । ତେବେ ଗତ ବର୍ଷ ରେଡ ରିବନ୍ ଏକ୍ସପ୍ରେସ ଜାତୀୟ ଯୁବ ଦିବସରୁ ଯାତ୍ରା ଆରମ୍ଭ କରି ଭାରତ ବର୍ଷରେ ୨୩ ଟି ରାଜ୍ୟର ୧୬୨ ଟି ରେଳ ଷ୍ଟେସନରେ ରହଣୀ ସହିତ ପରିକ୍ରମା କରିଛି ।

ଆସନ୍ତା କାଲି ( ୧୨.୦୧.୨୦୧୩ ) ସଫଦରଗଞ୍ଜ ରେଳ ଷ୍ଟେସନରେ ଉଦ୍ୟାପନୀ ଉତ୍ସବ ସମାରେହରେ ନାକୋ ତରଫରୁ ପୁରସ୍କାର ପ୍ରଦାନ ଓ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ସୂତ୍ରରୁ ପ୍ରକାଶ ।

ଓଡିଶା ଡଟ୍ କମ୍
.

Exit mobile version