Site icon Odisha.com

ଓଇଆରସି ରେଗୁଲେସନ ପ୍ରସ୍ତୁତ କର- ହାଇକୋର୍ଟ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୧୫(ଓଡିଶା ଡଟ୍ କମ୍)-ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିୟାମକ (ରେଗୁଲେସନ) ପ୍ରସ୍ତୁତ କରିବାକୁ ସୋମବାର ଦିନ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।

ତତ୍କାଳୀନ ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ଓ ବିଚାରପତି ବିଶ୍ୱନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ଧୋବେଇ ସାହୁଙ୍କ ପକ୍ଷରୁ ଆଗତ ମାମଲାର ବିଚାର କରି ଉପରୋକ୍ତ ଆଦେଶ ଦେଇଛନ୍ତି ।

ସେହିପରି ୨୦୦୩ରେ ଲାଗୁ ହୋଇଥିବା ନୂତନ ବିଦ୍ୟୁତ ଆଇନର ନିୟମ (ରୁଲ) ପ୍ରଣୟନ କରିବାକୁ ମଧ୍ୟ ଖଣ୍ଡପୀଠ ଆଦେଶ ଦେଇଛନ୍ତି । ଯଦି ଆୟୋଗ ତାହା ନକରିବ ତେବେ ଆଇନ କାର୍ଯ୍ୟକାରି ସମୟରେ ଆବେଦନକାରୀଙ୍କ ମତାମତ ଲୋଡିବ ବୋଲି ଖଣ୍ଡପୀଠ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି ।

ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ କେଦାରନାଥ ଜେନା ଓ ଦିଲ୍ଲୀପ କୁମାର ମହାପାତ୍ର ମୋକଦ୍ଧମା ପରିଚାଳନା କରୁଥିଲେ ।ଏହି ମାମଲାରେ ଆବେଦନକାରୀ ରାଜ୍ୟ ଶକ୍ତି ବିଭାଗକୁ ପକ୍ଷଭୁକ୍ତ କରିବା ସହ ଓଇଆରସି, ବଟକୃଷ୍ଣ ଲେଙ୍କା ଓ ସେସୁକୁ ପକ୍ଷଭୁକ୍ତ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version