Site icon Odisha.com

ଜଙ୍ଗଲ ବିଭାଗ ପୂର୍ବତନ ଯୁଗ୍ମ ନିର୍ଦେଶକଙ୍କୁ କାରାଦଣ୍ଡ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୧୫(ଓଡିଶା ଡଟ୍ କମ୍)-ଆୟବହିର୍ଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ ପାଇ ଭିଜିଲାନ୍ସ ସେଲ ପକ୍ଷରୁ ସାମାଜିକ ବନୀକରଣ ପ୍ରକଳ୍ପର ବିଭାଗର ତତ୍କାଳୀନ ଯୁଗ୍ମ ନିର୍ଦେଶକ ସ୍ୱରାଜ ଦତଙ୍କ ସରକାରୀ ବାସଭବନ ସମେତ ଏକାଧିକ ସ୍ଥାନରେ ଚଢ଼ଉ କରାଯାଇଥିଲା ।

ଏ ଘଟଣାରେ ଶ୍ରୀ ଦତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସୋମବାର ଦିନ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ଶ୍ରୀ ଦତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଅଢେଇବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଏଥିସହ ୧୦ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୨ମାସ ଅଧିକ ଦଣ୍ଡ ଭୋଗିବାକୁ କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।

ଏତଦ ବ୍ୟତୀତ ଭିଜିଲାନ୍ସ ଦ୍ୱାରାଜବତ ହୋଇଥିବା ୩,୬୦,୯୧୨ଟଙ୍କାର ସମ୍ପତି ମଧ୍ୟରୁ ଗୁରୁଡିଝାଟିଆରେ ୯୮,୦୧୩ଟଙ୍କା ମୂଲ୍ୟର ୪ଏକର ସମ୍ପତି ରହିଛି । ଉକ୍ତ ସମ୍ପତି ସହ ଭିଜିଲାନ୍ସ ଦ୍ୱାରାଜବତ ହୋଇଥିବା ୨,୬୨,୮୯୯ଟଙ୍କାର ଆୟବହିର୍ଭୂତ ସମ୍ପତିର ସୁଧମୂଳ ୭,୮୮,୬୯୭ଟଙ୍କା କୋର୍ଟରେ ଦାଖଲ କରିବାକୁ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ଆଜି ନିର୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ,ଏ ସଂକ୍ରାନ୍ତରେ ସେଲ ପକ୍ଷରୁ ଭିଜିଲାନ୍ସ କୋର୍ଟରେ ତାଙ୍କ ବିରୋଧରେ ଅଭିଯୋଗ ଫର୍ଦ ଦାଖଲ କରାଯାଇଥିଲା । ଉକ୍ତ ମାମଲାର ବିଚାର କରି ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୨୦୧୧ମସିହା ନଭେମ୍ବର ୧ତାରିଖରେ ଅଢେଇବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ହଜାର ଟଙ୍କା ଜୋରିମାନା ଦଣ୍ଡରେ ଶ୍ରୀ ଦତଙ୍କୁ ଦଣ୍ଡିତ କରିଥିଲେ ।

ଚଢ଼ଉ ସମୟରେ ଶ୍ରୀ ଦତଙ୍କର ଗୁରୁଡିଝାଟିଆରେ ୪ଏକର ସମ୍ପତି ସହ ଏକ ଏକମହଲା କୋଠାଘର ରହିଥିଲା । ଶ୍ରୀ ଦତ ଓ ତାଙ୍କ ପରିବାରଲୋକଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ଜମା ସହ ୮,୫୦,୯୮୫ଟଙ୍କାର ଆୟବହିର୍ଭୂତ ସମ୍ପତି ଠୁଳ କରିଥିବା ତଦନ୍ତ ସମୟରେ ଜଣାପଡିଥିଲା ।

ଓଡିଶା ଡଟ୍ କମ୍

Exit mobile version