Site icon Odisha.com

ପୋସ୍କୋକୁ ହଟାଇବା ଦାବିରେ ଧାରଣା ଜାରି

ଓଡ଼ିଶା ଡ଼ଟ୍ କମ୍: ଅମରନାଥ ପରିଡା

ଜଗତସିଂପୁର, ଜାନୁଆରୀ ୧୫(ଓଡିଶା ଡଟ୍ କମ୍)-ପୋସ୍କୋକୁ ହଟାଇବା ଦାବିରେ ମଙ୍ଗଳବାର ହେବାକୁ ଥିବା ଧାରଣାରେ ସାଂସଦ ବିଭୁପ୍ରସାଦ ତରାଇ ଓ ବିଶିଷ୍ଟ ଶ୍ରମିକ ନେତା ତଥା ବିଶ୍ୱମାନବିକ ଅଧିକାର ସଭ୍ୟ ଅଭିନ୍ନ ହୋତା ଯୋଗଦେବେ ବୋଲି ଜଣାପଡିଛି ।

ଏଥିସହିତ ଧାରଣାରେ ଶହଶହ ଶିଶୁ, ବୃଦ୍ଧ ଓ ମହିଳା ଭାଗ ନେବେ । ତେବେ ସୋମବାର ଠାରୁଆହୁରି ଅଧିକ ସଂଖ୍ୟାରେ ଲୋକଙ୍କୁ ସାମିଲ କରାଯିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି ।

ପ୍ରସ୍ତାବିତ ପୋସ୍କୋ ଅଞ୍ଚଳର ଗୋବିନ୍ଦପୁର ନିକଟ ବଟବେଲାରି ବାଲିଟିକିରାରେ ପୋସ୍କୋକୁ ହଟାଇବା ଦାବିରେ ସୋମବାର ଦିନ ବିରୋଧୀ ନେତା ଅଭୟ ସାହୁ ଓ ଭିଟାମାଟି ସୁରକ୍ଷା ଜନମଞ୍ଚ ସଭାପତି ଜୟନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ବହୁ ଲୋକ ଏକ ବିରାଟ ଶୋଭାଯାତ୍ରରେ ଆସି ପ୍ରତିବାଦ ସଭା କରିବା ସହ ଧାରଣାରେ ବସିଥିଲେ ।

ପଶ୍ଚିମବଙ୍ଗ ସାଂସଦ ତଥା କୃଷକ ସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରବୋଧ ପଣ୍ଡା ଏଥିରେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିକୁ କଡ଼ା ସମାଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଆଇ.ଏନ୍.ଟି.ୟୁ.ସିର ରାଜ୍ୟ ସମ୍ପାଦକ ତଥା କଂଗ୍ରେସ ନେତା ଜୟନ୍ତବିଶ୍ୱାଳ,ସିପିଆଇ ରାଜ୍ୟ ସହ ସମ୍ପାଦକ ଆଶିଷ କାନୁଗୋ ପ୍ରମୁଖ ଯୋଗଦେଇ ପୋସ୍କୋ ପ୍ରକଳ୍ପକୁ ଏହି ଅଂଚଳରୁ ତୁରନ୍ତ ପ୍ରତ୍ୟାହର କରାନଗଲେ ଆଗାମୀ ଦିନରେ ଆନେ୍ଦାଳନକୁ ଆହୁରି ଜୋରଦାର କରାଯିବ ବୋଲି କହିଥିଲେ ।

ଓଡିଶା ଡଟ୍ କମ୍

 

Exit mobile version