Site icon Odisha.com

ପୋସ୍କୋ ହଟାଅ ଧାରଣାରେ ତୃତୀୟ ଦିନରେ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଜଗତସିଂପୁର, ଜାନୁଆରୀ ୧୬(ଓଡିଶା ଡଟ୍ କମ୍)-ପ୍ରସ୍ତାବିତ ପୋସ୍କୋ ଅଞ୍ଚଳର ଗୋବିନ୍ଦପୁର-ନୂଆଗାଁ ସୀମା ବଟବେଲାରି ବାଲିଟିକିରାରେ ପୋସ୍କୋ ହଟାଇବା ଦାବିନେଇ ବିରୋଧୀମାନେ ଅନିର୍ଦିଷ୍ଟ କାଳ ପାଇଁ ଚଳାଇଥିବା ଧାରଣା ବୁଧବାର ଦିନ ତୃତୀୟ ଦିନରେ ପହଞ୍ଚିଛି ।

ବୁଧବାର ଦିନ ସକାଳୁ ଧାରଣାରେ ଶିଶୁ, ବୃଦ୍ଧ ଓ ମହିଳାଙ୍କୁ ଅଧିକ ସଂଖ୍ୟାରେ ସାମିଲ କରାଯାଇଛି । ବୁଧବାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସୋମବାରଠାରୁ ରାଜସ୍ୱ କମିଶନରଙ୍କ ପାରାଦ୍ୱୀପ ଗସ୍ତ ଥିବାରୁ ସେ ମଧ୍ୟ ବୁଧବାର ପୋସ୍କୋ ଅଞ୍ଚଳ ଗସ୍ତ କରିବା ସମ୍ଭାବନା ରହିଛି ।ମଙ୍ଗଳବାର ଦିନ ଜଗତସିଂହପୁର ସାଂସଦ ବିଭପ୍ରସାଦ ତରାଇ ବିରୋଧୀଙ୍କ ଧାରଣାରେ ଯୋଗଦେଇ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ସମର୍ଥନ ଜଣାଇଛନ୍ତି ।

ପୂର୍ବରୁ ପୋସ୍କୋ ବିରୋଧୀ ନେତା ଅଭୟ ସାହୁ ଓ ଭିଟାମାଟି ସୁରକ୍ଷା ଜନମଞ୍ଚ ସଭାପତି ଜୟନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ପ୍ରତିବାଦକାରୀମାନେ ଏକ ବିରାଟ ଶୋଭାଯାତ୍ରାରେ ଆସି ପହଞ୍ଚିବା ପରେ ଧାରଣାରେ ବସିଥିଲେ । ଢିଙ୍କିଆ, ଗୋବିନ୍ଦପୁର ଓ ପାଟଣା ଗ୍ରାମରୁ ହଜାର ହଜାର ପୋସ୍କୋ ବିରୋଧୀ ଏହି ଶୋଭାଯାତ୍ରାରେ ଆସିଥିଲେ ।

ଓଡିଶା ଡଟ୍ କମ୍

Exit mobile version