Site icon Odisha.com

ଏଭର ଗ୍ରୀନ୍ ଫୋରମ ପକ୍ଷରୁ ଯୁବ ମହୋତ୍ସବ ଆୟୋଜିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୧୬(ଓଡ଼ିଶା ଡ଼ଟ୍ କମ୍)- ଯୁବ ଅନୁଷ୍ଠାନ ଏଭର ଗ୍ରୀନ୍ ଫୋରମ ତରଫରୁ ସ୍ଥାନୀୟ ଜୟଦେବ ଭବନଠାରେ ଯୁବ ମହୋତ୍ସବ-୨୦୧୩ ଆୟୋଜିତ ହୋଇଯାଇଛି । ଫୋରମ୍ ର ପ୍ରତିଷ୍ଠାତା ଇଂ. ପ୍ରକାଶ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଯୁବ ମହୋତ୍ସବକୁ କ୍ରୀଡ଼ା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ ।

ସେ ତାଙ୍କ ଭାଷଣରେ ରାଷ୍ଟ୍ର ନିର୍ମାଣରେ ଯୁବ ସମାଜର ଭୁମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼ ଅଧ୍ୟକ୍ଷା ନିବେଦିତା ନାୟକ, ରାଜଧାନୀ ଇଂଜିନିୟରିଂ କଲେଜର ସଂପାଦକ ଡ଼ଃ. ଶରଦ ଚନ୍ଦ୍ର ପଣ୍ଡା, ସିନେମା ତାରକା କୁନା ତ୍ରିପାଠୀ, ଓଡ଼ିଶା ସାହିତ୍ୟ ଏକାଡ଼େ ଶତପଥି ପାଇଁ ସ୍ୱାମୀ ବିବେକାନନ୍ଦ ଓ ଯୁବ ସମ୍ମାନରେ ସମ୍ମାନୀତ କରାଯାଇଥିଲ ।

ଓଡ଼ିଶା ଡ଼ଟ୍ କମ୍

Exit mobile version